ସାମ୍ନାକୁ ଆସିଲା ସର୍ଭେ ରିପୋର୍ଟ : ଲକଡାଉନରେ କିଏ ହେଲା କୋଟିପତି ତ କିଏ ହେଲା ଭିକାରୀ,ଜାଣନ୍ତୁ କେମିତି ଲକଡାଉନରେ କୋଟିପତିମାନେ କରିଛନ୍ତି ରାଜ ?

ଦାରିଦ୍ର୍ୟ ଦୂରୀକରଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଅକ୍ସଫାମ କହିଛି ଯେ କରୋନା ଭାଇରସ ମହାମାରୀ କାରଣରୁ କରାଯାଇଥିବା ଲକଡାଉନ ସମୟରେ ଭାରତୀୟ କୋଟିପତିମାନଙ୍କ ସମ୍ପତ୍ତି ୩୫% ବୃଦ୍ଧି ପାଇଛି, ଯେତେବେଳେ କି ଏହି ସମୟରେ କୋଟି କୋଟି ଲୋକଙ୍କ ପାଇଁ ବେକାରୀ ସଙ୍କଟ ସୃଷ୍ଟି ହୋଇଗଲା |

୧୦୦ କୋଟିପତିମାନଙ୍କ ସଂପତ୍ତିରେ ୧୨,୯୭,୮୨୨ କୋଟି ଟଙ୍କା ହୋଇଛି ବୃଦ୍ଧି :-

ଅକ୍ସଫାମର ରିପୋର୍ଟ ‘ଅସମାନତା ଭାଇରସ’ ରେ କୁହାଯାଇଛି ଯେ, ‘ମାର୍ଚ୍ଚ ୨୦୨୦ ର ପରବର୍ତ୍ତୀ ସମୟରେ ଭାରତରେ ୧୦୦ କୋଟିପତିମାନଙ୍କ ସମ୍ପତ୍ତିରେ ୧୨ ଲକ୍ଷ କୋଟିରୁ ଅଧିକ ଅର୍ଥାତ ୧୨,୯୭,୮୨୨ କୋଟି ଟଙ୍କା ବୃଦ୍ଧି ହୋଇଛି | ଏତେ ରାଶିର ବଣ୍ଟନ ଯଦି ଦେଶର ୧୩.୮ କୋଟି ସବୁଠାରୁ ଗରିବ ଲୋକଙ୍କ ମଧ୍ୟରେ କରାଯାଏ, ତେବେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୯୪,୦୪୫ ଟଙ୍କା ଦିଆଯାଇପାରିବ |

Google

୮୪ ପ୍ରତିଶତ ପରିବାରକୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡିଲା :-

ଏହି ସମୟରେ ଦେଶର ୮୪ ପ୍ରତିଶତ ପରିବାରକୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡିଛି | କେବଳ ଏପ୍ରିଲ ମାସ ୨୦୨୦ ରେ ପ୍ରତି ଘଣ୍ଟାରେ ୧.୭ ଲକ୍ଷ ଲୋକଙ୍କ ଚାକିରୀ ଗଲା | ଅକ୍ସଫାମ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ୭୯ ଟି ଦେଶର ୨୯୫ ଅର୍ଥନୀତିଜ୍ଞ ନିଜର ମତ ଦେଇଛନ୍ତି, ଯେଉଁଥିରେ ଜେଫ୍ରି ଡେଭିଡ, ଜୟତି ଘୋଷ ଏବଂ ଗୋବ୍ରିଏଲ ଜୁକମ୍ୟାନଙ୍କ ସମେତ ୮୭ ପ୍ରତିଶତ ଉତ୍ତରଦାତାମାନେ ମହାମାରୀ ଚାଲିଥିବାରୁ ନିଜ ଦେଶରେ ଆୟ ଅସମାନତାରେ ବୃଦ୍ଧି କିମ୍ବା ବହୁତ ବୃଦ୍ଧିର ଅନୁମାନ କରିଛନ୍ତି ।

ଦ୍ରୁତ ଗତିରେ ବୃଦ୍ଧି ପାଇଲା ଏହି ଭାରତୀୟ କୋଟିପତିଙ୍କ ସମ୍ପତ୍ତି :-

ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ଶିବ ନାଦର, ସାୟରସ ପୁନାୱାଲା, ଉଦୟ କୋଟକ, ଅଜିମ ପ୍ରେମଜୀ, ସୁନୀଲ ମିତ୍ତଲ, ରାଧାକୃଷ୍ଣ ଦମାନୀ ଏବଂ ଲକ୍ଷ୍ମୀ ମିତ୍ତଲଙ୍କ ପରି କୋଟିପତିଙ୍କ ସମ୍ପତ୍ତି ମାର୍ଚ୍ଚ ୨୦୨୦ ପରେ ମହାମାରୀ ଏବଂ ଲକଡାଉନ ସମୟରେ ତୀବ୍ର ଗତିରେ ବଢ଼ିଲା | ଅନ୍ୟପକ୍ଷରେ ଏପ୍ରିଲ ୨୦୨୦ ରେ ପ୍ରତି ଘଣ୍ଟାରେ ୧.୭ ଲକ୍ଷ ଲୋକ ରୋଜଗାର ହୀନ ହୋଇଯାଉଥିଲେ |

୧୯୩୦ ର ମହାବାତ୍ୟା ପରେ ସବୁଠାରୁ ବଡ ଆର୍ଥିକ ସଙ୍କଟ :-

ରିପୋର୍ଟରେ ଆୟର ଅସମାନତା ବିଷୟରେ ଉଲ୍ଲେଖ କରାଯାଇ କୁହାଯାଇଥିଲା ଯେ ମୁକେଶ ଅମ୍ବାନୀଙ୍କୁ ଏକ ଘଣ୍ଟାରେ ଯେତେ ଆମଦାନୀ ହୋଇଥିଲା, ସେତିକି ରୋଜଗାର କରିବାରେ ଜଣେ ମଜୁରିଆକୁ ଦଶ ହଜାର ବର୍ଷ ଲାଗିଯିବ | ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ମହାମାରୀ ଗତ ୧୦୦ ବର୍ଷର ସବୁଠାରୁ ବଡ ସ୍ୱାସ୍ଥ୍ୟ ସଙ୍କଟ ଅଟେ ଏବଂ ଏହି କାରଣରୁ ୧୯୩୦ ମସିହାର ମହାବାତ୍ୟା ପରେ ସବୁଠାରୁ ବଡ ଆର୍ଥିକ ସଙ୍କଟ ସୃଷ୍ଟି ହେଲା |

ପ୍ରାୟ ୫୪୦ କୋଟି ଡ଼ଲାର ବୃଦ୍ଧି ପାଇଥିବା ଶ୍ରେଷ୍ଠ ୧୦ କୋଟିପତିଙ୍କ ସମ୍ପତ୍ତି :-

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୮ ରୁ ଡିସେମ୍ବର ୩୧, ୨୦୨୦ ସମୟରେ ବିଶ୍ୱର ୧୦ ଶ୍ରେଷ୍ଠ କୋଟିପତିଙ୍କ ସମ୍ପତ୍ତି ୫୪୦ କୋଟି ଡ଼ଲାର ବୃଦ୍ଧି ପାଇଛି | ଅନୁମାନ କରାଯାଉଛି ଯେ ଏହି ସମୟ ମଧ୍ୟରେ ଅତି କମରେ ୨୦ କୋଟିରୁ ୫୦ କୋଟି ଲୋକ ଗରିବ ହୋଇଯାଇଛନ୍ତି | କରୋନା ଭାଇରସ ବିଶ୍ୱରେ ଉପସ୍ଥିତ ଥିବା ଆୟ ଅସମାନତାକୁ ବଢ଼ାଇ ଦେଇଛି | ଏହା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଏକ ଉତ୍ତମ ଜୀବନ ବଞ୍ଚିବାର ଅଧିକାର ଉପରେ ଗଭୀର ପ୍ରଭାବ ପକାଇବ |

ଅକ୍ସଫାମର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ ବେହର କହିଛନ୍ତି ଯେ, ‘ଏହି ରିପୋର୍ଟରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଅନ୍ୟାୟ ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥାରୁ ସବୁଠାରୁ ଧନୀ ଲୋକମାନେ ବହୁତ ଅଧିକ ସମ୍ପତ୍ତି ଅର୍ଜନ କରିଛନ୍ତି, ଯେତେବେଳେ କି କୋଟି କୋଟି ଲୋକ ବହୁତ କଷ୍ଟରେ ଜୀବିକାନିର୍ବାହ କରୁଛନ୍ତି |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *