ଅଦ୍ଭୁତ ଭିଡିଓ ଭାଇରଲ : ଦୁଇ ଶତ୍ରୁ ମଧ୍ୟରେ ପ୍ରେମ,ବିଲେଇ ଛୁଆକୁ କୁକୁର ପିଆଇଲା କ୍ଷୀର,ଦେଖନ୍ତୁ ଭିଡ଼ିଓ

କୁକୁର-ବିଲେଇର ଝଗଡା ଏବଂ ଶତ୍ରୁତା ବିଷୟରେ ତ ଆମେ ସବୁବେଳେ ଶୁଣିଆସୁଛୁ | ଆପଣଙ୍କ ଆଖପାଖ, କଲୋନୀ କିମ୍ବା ଘରେ ସେମାନଙ୍କର ଯୁଦ୍ଧ ତ ଆପଣ ନିଶ୍ଚିତ ଭାବରେ ଦେଖିଥିବେ | ଏହା ସତ୍ତ୍ୱେ ମଧ୍ୟ ଏହି ଦୁଇ ଶତ୍ରୁ ପ୍ରାଣୀ ମଧ୍ୟରେ ପ୍ରେମ ଭରପୂର ଥିବା ସମ୍ପର୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ | ଏହି ଭିଡିଓରେ ଦେଖାଯାଉଛି ଯେ କିପରି ଗୋଟିଏ ବିଲେଇର ଛୁଆ ଏକ ମାଈ କୁକୁରର କ୍ଷୀର ପିଉଛି |

ଏହି ଭିଡିଓ ନାଇଜେରିଆର କୌଣସି ଏକ ଗାଁର ଅଟେ | ଏଥିରେ ମାଈ କୁକୁରଟି ଭୂମି ଉପରେ ପଡ଼ିଛି | ତା ବେକରେ କଳା ରଙ୍ଗର ଏକ କପଡା କିମ୍ବା ଫିତା ରହିଛି | ବିଲେଇର ଛୁଆ ତାର କ୍ଷୀର ପିଉଛି | ବିଲେଇ ଛୁଆର ଏପରି କାର୍ଯ୍ୟକଳାପରେ କୁକୁରର କୌଣସି ଅସୁବିଧା ନାହିଁ | ସେ ବିଲେଇକୁ କିଛି କରୁନି | ଏଭଳି ଏକ ଅଦ୍ଭୁତ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |

Google

ଏହି ଭାଇରାଲ ଭିଡିଓ ନ୍ୟୁଜ ଏଜେନ୍ସି ରାଏଟର୍ସ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି | ୩୨ ସେକେଣ୍ଡର ଏହି ଭିଡିଓରେ କିଛି ଲୋକ କୁକୁର ଏବଂ ବିଲେଇକୁ ଘେରି ରହିଛନ୍ତି | କିଛି ଲୋକ ସେମାନଙ୍କର ଭିଡିଓ ତିଆରି କରୁଛନ୍ତି | ଆଖପାଖର ଲୋକମାନେ ଏହି ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ଆଖିରେ ଦେଖୁଛନ୍ତି |

ଭିଡିଓକୁ ସେୟାର କରିବାପରେ ଏହା ବହୁତ ଶୀଘ୍ର ଭାଇରାଲ ହୋଇଥିଲା | ଏପର୍ଯ୍ୟନ୍ତ 383.5k ରୁ ଅଧିକ ଭ୍ୟୁ ଏବଂ 2k ରୁ ଅଧିକ ଲାଇକ ମିଳିଲାଣି | ଲୋକମାନେ ଏହି ଭିଡିଓରେ ରିଟ୍ୱିଟ କରି ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି | ଯେପରି – କୁକୁରର ଛୁଆମାନେ କେଉଁଠାରେ ଅଛନ୍ତି ? କୁକୁରଟି ଏତେ ଥକି ଯାଇଛି କାହିଁକି ? ବିଲେଇ ଛୁଆର ମା କେଉଁଠାରେ ? ସେହିପରି କିଛି ଲୋକ ଏହି ଦୃଶ୍ୟକୁ ପ୍ରଶଂସା ମଧ୍ୟ କରୁଛନ୍ତି |

ଇଣ୍ଟରନେଟରେ ମଧ୍ୟ ଏହି ଭିଡିଓକୁ ପ୍ରଶଂସା କରାଯାଇଥିଲା ଏବଂ ଏହା ଉପରେ ୟୁଜର୍ସମାନେ କମେଣ୍ଟ କରି ନିଜର ପ୍ରତିକ୍ରିୟା ଦେଉଛନ୍ତି | ଜଣେ ୟୁଜର ଲେଖିଛନ୍ତି – ଏହା ବହୁତ ସୁନ୍ଦର ଅଟେ, ଆମ ମଣିଷମାନେ ମଧ୍ୟ ନମ୍ର ହେବା ଉଚିତ | ଜଣେ ଅନ୍ୟ ୟୁଜର ଲେଖିଛନ୍ତି ଯେ ଆଶା କରାଯାଉଛି ଏହି ଉଭୟ ସୁନ୍ଦର ଏବଂ ମହାନ ପ୍ରାଣୀମାନଙ୍କର ଭଲଭାବରେ ଯତ୍ନ ନିଆଯାଉଥିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *