SBI ନିଜର ଗ୍ରାହକଙ୍କୁ ଦେଲା ଚେତାବନୀ, ଯଦି ଏମିତି କରନ୍ତି ତାହେଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଖାଲି,ଜାଣନ୍ତୁ କଣ ଚେତାବନୀ ଦେଇଛି SBI ?

ଦେଶରେ ଅନଲାଇନ ଠକେଇ ବଢ଼ୁଥିବାରୁ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ନିଜର ଗ୍ରାହକଙ୍କୁ ସାଇବର ଠକଙ୍କ ପ୍ରତି ସଚେତନ କରାଇ ଦେଇଛି । ବ୍ୟାଙ୍କ ସୋମବାର ଦିନ ଟ୍ୱିଟ ଜରିଆରେ କିଛି ଉପାୟ କହିଛନ୍ତି, ଯାହାଦ୍ୱାରା ଆପଣ ଏହି ଠକେଇରୁ ବର୍ତ୍ତି ପାରିବେ ।

ଏହାର ଧ୍ୟାନ ରଖନ୍ତୁ :-

● ନିଜର ମୋବାଇଲ ଫୋନକୁ ସର୍ବଦା ଲକ ପକାଇ ରଖନ୍ତୁ ।

● ପ୍ରୟୋଗ କରୁନଥିବା ଆପକୁ ଲକ ପକାଇ ରଖନ୍ତୁ ।

Google

● ଅଜଣା ନେଟୱାର୍କ ସହିତ ନିଜର ଫୋନ କନେକ୍ଟ କରନ୍ତୁ ନାହିଁ ।

● ସମ୍ବେଦନଶୀଳ ସୂଚନା ଯଥାକ୍ରମେ: ପାସୱାର୍ଡ, ୟୁଜର ନେମ ନିଜର ମୋବାଇଲରେ ଲେଖନ୍ତୁ ନାହିଁ ।

● ଭାଇରସ ଡାଟାକୁ କୌଣସି ଅନ୍ୟ ମୋବାଇଲକୁ ଟ୍ରାନ୍ସଫର କରନ୍ତୁ ନାହିଁ ।

● ଡାଟାର ରେଗୁଲାର ବ୍ୟାକ ଅପ ନିଅନ୍ତୁ, 15 ଅଙ୍କ ବିଶିଷ୍ଟ ଆଇଏମଇଆଇ ନମ୍ବରକୁ ଲେଖି ରଖନ୍ତୁ ।

● ନିଜର ମୋବାଇଲ ଫୋନ ସ୍କ୍ରିନକୁ ସର୍ବଦା ଲକ କରି ରଖନ୍ତୁ।

Google

ପ୍ରଥମରୁ ବ୍ୟାଙ୍କ ସୂଚିତ କରି କହିଥିଲା କି, ଆମ ବ୍ୟାଙ୍କ ଗ୍ରାହକଙ୍କୁ ପାସୱାର୍ଡ, ଇମେଲ, ୟୁଜରନେମ ପ୍ରାପ୍ତ କରିବା ପାଇଁ ମେସେଜ କିମ୍ବା ଫୋନ କରିନଥାଏ । କୃପୟା ଧ୍ୟାନ ରଖନ୍ତୁ ଯେ, ବ୍ୟାଙ୍କ ସମ୍ବନ୍ଧିତ କୌଣସି ତଥ୍ୟ ପାଇଁ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ, ଏହା ମଧ୍ୟ ଆଶଙ୍କାପୂର୍ଣ୍ଣ ହୋଇଥାଏ । କୌଣସି ତଥ୍ୟ ସଂଗ୍ରହ ପାଇଁ ଆମ ଏସବିଆଇ ୱେବସାଇଟକୁ ଭିଜିଟ କରିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *