ଜଙ୍ଗଲରୁ ମିଳିଲା ଦୁର୍ଲ୍ଲଭ ବିଲେଇ,ଗୋଟିଏ ଆଖି ନୀଳ, ଗୋଟିଏ ହଳଦିଆ,ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ମଧ୍ୟପ୍ରଦେଶର ବାତୁଲରେ ଏକ ଦୁର୍ଲ୍ଲଭ ପ୍ରଜାତିର ବିଲେଇ ମିଳିବାରୁ କୈତୂହଳ ଖେଳିଯାଇଛି|ଲୋକମାନେ ଏହାକୁ ଦେଖିବାକୁ ଆସୁଛନ୍ତି|ଧଳାରଙ୍ଗର ଏହି ବିଲେଇର ଖାସିୟତ ଏହା ଯେ ଗୋଟିଏ ଆଖି ନୀଳ ହୋଇଥିବା ବେଳେ ଅନ୍ୟ ଏକ ହଳଦିଆ|ଏହି ବିଲେଇ ପରିବାରର ଏକ ସଦସ୍ୟ ହୋଇଯାଇଛି|

ପ୍ରକୃତରେ ଏହି ମାମଲା ବେତୁଲର ସାରଣୀର ଅଟେ|ଜହାରେ ରହୁଥିବା ଅନୁଭଵ ସିଂ ଦୁଇମାସ ପୂର୍ବେ ଭୋପାଳରୁ ଯେବେ ସାରଣୀ ଯାଉଥିଲେ, କୈାଣସି କାର୍ଯ୍ୟ ପାଇଁ ଜଙ୍ଗଲରେ ଅଟକିଥିଲେ|ସେ ଏକ ଗଛରେ‌ ବିଲେଇ ବସିଥିବା ଦେଖିଲେ ଓ ତଳେ କୁକୁରମାନେ ଘେରିଥିଲେ|ବିଲେଇ ଜୀବନ ରକ୍ଷା ପାଇଁ ସେ କୁକୁରମାନଙ୍କୁ ଭଗାଇଥିଲେ ଓ ବିଲେଇକୁ ନେଇ ଘରକୁ ଆସିଥିଲେ

Google

ଘରକୁ ଆଣିବା ପରେ ଅନୁଭବ ଦେଖିଲେ ଯେ ବିଲେଇ କିଛି ଅଲଗା ପ୍ରକାରର |ଧଳା ରଙ୍ଗର ବିଲେଇ ଗୋଟିଏ ଆଖି ନୀଳ ଓ ଅନ୍ୟଟି ଗୋଲ୍ଡେନ ରଙ୍ଗର|ଏହାକୁ ଦେଖି ପରିବାର ଖୁସି ସହ ପାଳିବାକୁ ନିର୍ଣ୍ଣୟ ନେଲେ|ଏହାକୁ ପରିବାର ଲୋକେ ଖୁସିରେ ହୈଜି ମଧ୍ୟ ଡାକୁଥିଲେ|

ଅନୁଭବ ଯେତେବେଳେ ଏହି ଅନୈଖି ବିଲେଇ ବାବଦରେ ଇଣ୍ଟରନେଟରେ ସର୍ଚ କରିଥିଲେ, ଜଣାପଡିଥିଲା କି ଏହା ବହୁତ ଦୁର୍ଲ୍ଲଭ ଅଟେ ଓ ଭାରତରେ ଏହା ହେଵାର ସୂଚନା ନାହିଁ|ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହାର ଦାମ ଡଲାରରେ ଆସିଲା ଯାହା ୫-୭ଲକ୍ଷ ଟଙ୍କା|ଏହା ଫଳରେ ସେ ନିଜକୁ ଭାଗ୍ୟବାନ ମନେ କଲେ|

ବେତୁଲ କଲେଜର ବାୟୋଟେକ୍ନୋଲୋଜି ଵିଭାଗର ଏଚଓଡି ସୁଖଦେବ କହିଛନ୍ତି ଏହାକୁ ଖାଓ ମେନି କ୍ୟାଟ କହନ୍ତି|ସାଧାରଣତଃ ଏହା ଥାଇଲାଣ୍ଡରେ ମିଳେ ,ଏହାର ଇତିହାସ ୧୦୦ବର୍ଷ ପୁରୁଣା|ଏହି ଦୁର୍ଲ୍ଲଭ ବିଲେଇର ଖାସିୟତ ଏହା ବହୁତ ଚଞ୍ଚଳ ଓ ହୁସିୟାର ଅଟେ|ଏହି ବିଲେଇର ପ୍ରଜାତି ବଢେଇବାକୁ ବିଶେଷ ବ୍ରାଣ୍ଡିଙ୍ଗ କରାଯାଉଛି|

ଖାସ କଥା ଏହା ଯେ ଏହି ବିଲେଇର ଗୋଟିଏ ଆଖି ନୀଳ ହୋଇଥିବା ବେଳେ ଅନ୍ୟ ଏକ ହଳଦିଆ|ଆଖିରେ ଆଇରିସ ଷ୍ଟକଚର କାରଣରୁ ଏହି ଆଖିର ରଙ୍ଗ ଅଲଗା ଅଲଗା ହୋଇଥାଏ|ଏହା ଜନ୍ମଜାତ ହୋଇଥାଏ|ଅଲଗା ଅଲଗା ଆଖିବାଲା ବିଲେଇ ଲକ୍ଷ ଲକ୍ଷରେ ଗୋଟିଏ ହୋଇଥାଏ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *