ମାଆ ମୋତେ ବାହାଘର କରିଦିଅ.. ଭିଡ଼ିଓ ଦେଖିଲେ ଆପଣ ନିଜର ହସ ଅଟକାଇ ପାରିବେ ନାହିଁ

ସୋସିଆଲ ମିଡିଆରେ ଏକ ପିଲାଟିର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ପିଲାଟି ନିଜର ମାଆ କୁ ନିଜ ବାହାଘର କରାଇବାକୁ କହୁଛି ଓ ବାହାଘରର ଫାଇଦା ବିଷୟରେ ନୁଜ ମାଆ କୁ କହୁଛି । ପିଲାଟିର ଭିଡିଓ ସୋସିଆଲ ମିଡ଼ିଆ ଯଥା : ଫେସବୁକ ଓ ଇଂଷ୍ଟାଗ୍ରାମରେ ବହୁତ ଶେୟର କରାଯାଇଛି । ପିଲାଟି ଯେଉଁଭଳି ଭାବରେ ନିଜର ମାଆଙ୍କୁ ନିଜ ବାହାଘର ସମ୍ପର୍କରେ କହୁଛି ଓ ଏହାପରେ ମାଆ ଓ ପିଲାର କଥା ଶୁଣିଲେ ଆପଣ ମଧ୍ୟ ହସି ହସି ଗଡ଼ିଯିବେ ।

ପିଲାଟି ନିଜର ମାଆଙ୍କୁ କହୁଛି, ତା’ର ବାହାଘର କରିଦେଲେ ସେ ଆସି ମାଆଙ୍କୁ ସାହାର୍ଯ୍ୟ କରିଦେବ । ଦହି ଆଣିଦେବ ଓ ମୋତେ ମଧ୍ୟ ସାହାର୍ଯ୍ୟ କରିବ ।

ସେହି ସମୟରେ ପିଲାଟିର ମାଆ କହୁଛନ୍ତି, ମୋ ପାଇଁ ତାହେଲେ ବାହାହେବୁ । ପିଲାଟି ଉତ୍ତର ଦେଇ କହୁଛି, ନା ତମ ସ୍ବାମୀ ଅଛନ୍ତି ତୁମେ ତାଙ୍କ ସହିତ ରୁହ ଆଉ ମୋ ପାଇଁ ଗୋଟେ ଝିଅ ଖୋଜିଦିଅ । ଯାହାଦ୍ୱାରା ଘରେ ଦୁଇଜଣ ଝିଅ ଓ ଦୁଇଜଣ ପୁଅ ହୋଇଯିବେ ।

ଏହାପରେ ମାଆ କହୁଛନ୍ତି, ତାହେଲେ ହଉ ତୋ ପାଇଁ ଝିଅ ଦେଖିବାକୁ ପଡ଼ିବ, ପିଲାଟି ଏହି ସମୟରେ କହୁଛି ହଁ, ଘରେ ମାତ୍ର ତିନିଜଣ ଲୋକ ଅଛନ୍ତି ଓ ଲୁଚାଲୁଚି ଖେଳିବା ହୋଇପାରୁନି, ଆଉଜଣେ ଆସିଲେ ଭଲ ହୁଅନ୍ତା । ଏହାପରେ ଭିଡ଼ିଓ ଦେଖିଲେ ସବୁ ଜାଣିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *