ଇଂଲଣ୍ଡ ଦଳର ସିଲେକ୍ସନ କମିଟି ଉପରେ ଗର୍ଜିଲେ କେଭିନ ପିଟରସନ,କହିଲେ ଏମିତିକା ସ୍କ୍ୱାର୍ଡ ଭାରତକୁ କରି ପାରିବନି ସାମ୍ନା,ଜାଣନ୍ତୁ ପୁରା ଖବର

ଇଂଲଣ୍ଡର ପୂର୍ବତନ ଖେଳାଳି ଓ ବ୍ୟାଟ୍ସମ୍ୟାନ କେଭିନ ପିଟରସନ ଭାରତ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରଥମ ଦୁଇଟି ଟେଷ୍ଟକୁ ନେଇ ଇଂଲଣ୍ଡ ଚୟନ ଦଳ ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତ ବିପକ୍ଷରେ ଇଂଲଣ୍ଡ ଦଳ ନିଜର ଶ୍ରେଷ୍ଠ ଟେଷ୍ଟ ଖେଳାଳି ନେବା ଉଚିତ ।

ଇଂଲଣ୍ଡ ପ୍ରଥମ ଦୁଇଟି ଟେଷ୍ଟରେ ଜନି ବେୟାରଷ୍ଟୋ, ମାର୍କ ଉଡ଼ ଓ ସାମ କରନଙ୍କୁ ଆରାମ ଦେଇଛନ୍ତି । ଯେବେକି ବେନ ଷ୍ଟୋକସ, ଜୋଫ୍ରା ଆର୍ଚର ଓ ରୋରି ବର୍ନ୍ସଙ୍କୁ ଦଳରେ ସାମିଲ କରିଛନ୍ତି । ପିଟରସନ ଟ୍ୱିଟ କରି ଲେଖିଥିଲେ କି, ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତ ବିପକ୍ଷରେ ଇଂଲଣ୍ଡର ଏହା ଶ୍ରେଷ୍ଠ ଚୟନ ଦଳ କି ! ଏହାପରେ ସେ କହିଥିଲେ, ଭାରତରେ ଜିତିବା ସେତିକି ଖୁସି ଦେଇଥାଏ ଯେତିକି ଅଷ୍ଟ୍ରେଲିଆରେ ଜିତିଲେ ହୋଇଥାଏ ।

Google

ପିଟରସନ ଏହାପରେ କହିଥିଲେ, ଇଂଲଣ୍ଡ ଯଦି ନିଜର ବେଷ୍ଟ ଇଲେଭେନ ସହିତ ନଖେଳେ ତାହେଲେ ଭାରତୀୟ ଦଳ ପାଇଁ ଏହା ଅସମ୍ମାନ ହେବ ଓ ବିସିସିଆଇ ପାଇଁ ମଧ୍ୟ । ତେଣୁ ଜନି ବେୟାରଷ୍ଟୋଙ୍କୁ ଖେଳିବାକୁ ହେବ, ବ୍ରଡ ଓ ଜିମି ଆଣ୍ଡରସନଙ୍କୁ ମଧ୍ୟ ଖେଳିବାକୁ ହେବ ।

ବର୍ତ୍ତମାନ ଇଂଲଣ୍ଡ ଦଳ ଶ୍ରୀଲଙ୍କାରେ ଦୁଇଟି ଟେଷ୍ଟ ମ୍ୟାଚର ଶେଷ ମ୍ୟାଚ ଖେଳୁଛି । ଫେବୃଆରୀ 5 ତାରିଖରେ ଦଳ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ଯାହାକି ଚେନ୍ନାଇ ଠାରେ ଆରମ୍ଭ ହେବାକୁ ରହିଛି ।

ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ଦଳ: ଜୋ ରୁଟ, ଜ୍ୟାକ କ୍ରାଉଲି, ଡାନିଏଲ ଲରେନ୍ସ, ଡ଼ାମନିକ, ଶିବଲି, ମୋଇନ ଅଲ୍ଲୀ, ବେନ ଷ୍ଟୋକସ, କ୍ରିସ ଓକ୍ସ, ରୋରି ବର୍ନ୍ସ, ଜୋଶ ବଟଲର, ଜୋଫ୍ରା ଆର୍ଚ୍ଚର, ଜିମି ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍, ଲିଚ, ଓଲି ଷ୍ଟୋନ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *