ଚଷମା ପିନ୍ଧି କରନ୍ତି ବୋଲିଂ ,୩୬୪ ୱିକେଟ ନେଇ ସାରିଲେଣି, ବଡ଼ ବିପଦ ସାଜି ପାରନ୍ତି ଭାରତ ପାଇଁ,ଜାଣନ୍ତୁ ଏହି ବୋଲରଙ୍କ ବିଷୟରେ

ଫେବୃଆରୀ ୫ରେ ଆରମ୍ଭ ହେବ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ। ଏହି ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇରେ ଖେଳାଯିବ। ଭାରତରେ ଖେଳ ହେଉଥିବା ଟେଷ୍ଟ ମ୍ୟାଚରେ ସ୍ପିନର ବୋଲର ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ ଓ ଇଂଲଣ୍ଡ ଦଳରେ ଷ୍ଟାର ସ୍ପିନର ବୋଲରମାନେ ଅଛନ୍ତି।

ନିକଟରେ ହୋଇଥିବା ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ସ୍ପିନର ବୋଲରମାନେ ଭଲ ପ୍ରଦର୍ଶନ ଦେଖାଇଥିଲେ। ଇଂଲଣ୍ଡ ଦଳର ଦୁଇ ସ୍ପିନର ଜ୍ୟାକ୍‌ ଲିଚ ଓ ଡସ‌ ବେସ ଶ୍ରୀଲଙ୍କା ବିପକ୍ଷରେ ଶେଷ ଟେଷ୍ଟର ଦ୍ବିତୀୟ ଇନିଂସରେ ଭଲ ବୋଲିଂ କରି ଉଭୟ ୪ ୱିକେଟ ଲେଖାଏଁ ନେଇଥିଲେ। ଇଂଲଣ୍ଡ ଦଳର ଖେଳାଳି ଗ୍ରେମ୍‌ ସ୍ବାନ କହିଛନ୍ତି ଯେ, ଭାରତ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ଜ୍ୟାକ୍‌ ଲିଚ ଇଂଲଣ୍ଡ ଦଳ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି।

Google

ଗ୍ରେମ୍‌ ସ୍ବାନ କହିବା ଅନୁଯାୟୀ, ଭାରତୀୟ ମାଟିରେ ଜ୍ୟାକ୍‌ ଲିଚ ତାଙ୍କର ସ୍ପିନ ବୋଲିଂରେ ଟିମକୁ ବିଜୟ କରିବାର କ୍ଷମତା ରଖିଛନ୍ତି। ଏହାସହିତ, ଜ୍ୟାକ୍‌ ଲିଚ ସିଧା ବୋଲିଂ କରିଲେ ଅଧିକ ଫାଇଦା ପାଇପାରନ୍ତି। ଯାହାଦ୍ବାରା ତାଙ୍କୁ ସଫଳତା ମିଳିବ। ଯଦି, ଜ୍ୟାକ୍‌ ଲିଚ ଏପରି କରିବେ ତା’ହେଲେ ଇଂଲଣ୍ଡ ଦଳ ବିଜୟ କରିପାରିବେ।

ସ୍ପିନର ବୋଲର ଜ୍ୟାକ୍‌ ଲିଚ ବାଲ୍ୟ ଅବସ୍ଥାରୁ ଆଖି ସମସ୍ୟାରେ ଗତି କରୁଛନ୍ତି। ଏହି କାରଣ ପାଇଁ ଜ୍ୟାକ୍‌ ଲିଚ ଚଷମା ପିନ୍ଧି ମ୍ୟାଚ ଖେଳିଥାନ୍ତି। ୨୦୧୯ ଆସେସ ସିରିଜରେ ଜ୍ୟାକ୍‌ ଲିଚ ତାଙ୍କ ସ୍ପିନର ବୋଲିଂ ଦ୍ଵାରା କମାଲ ଦେଖାଇଥିଲେ। ବେନ୍‌ ଷ୍ଟୋକସଙ୍କ ସହ ମିଶି ଦଳକୁ ବିଜୟ ମଧ୍ୟ କରିଥିଲେ। ଜ୍ୟାକ୍‌ ଲିଚଙ୍କ ବୋଲିଂ ପ୍ରଦର୍ଶନ ଦେଖି ସିରିଜର ଟାଇଟଲ ସ୍ପନ୍ସର ସପେକସର୍ଭିସ ତାଙ୍କୁ ଜୀବନସାରା ପ୍ରିରେ ଚଷମା ଦେବା ପାଇଁ ଘୋଷଣା ମଧ୍ୟ କରିଥିଲେ। ଜ୍ୟାକ୍‌ ଲିଚ ତାଙ୍କ ଟେଷ୍ଟ କ୍ୟାରିଅର ମଧ୍ୟରେ ୪୪ଟି ୱିକେଟ ନେଇସାଇଲେଣି। ସେ ୫ ୱିକେଟ ଲେଖାଏଁ ଦୁଇ ଥର ନେଇଛନ୍ତି।

Google

ଜ୍ୟାକ୍‌ ଲିଚ ୨୦୧୮ ମସିହାରେ ନିୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଦେବ୍ୟୁ ମଧ୍ୟ କରିଛନ୍ତି। ଜ୍ୟାକ୍‌ ଲିଚ ଏପର୍ଯ୍ୟନ୍ତ ୧୨ଟି ଟେଷ୍ଟ ମ୍ୟାଚ ଖେଳି ୪୪ଟି ୱିକେଟ ହାସଲ କରିସାରିଲେଣି। ୯୧ଟି ଫାଷ୍ଟ କ୍ଲାସ ଓ ୧୬ଟି ଲିଷ୍ଟି-ଏ ମ୍ୟାଚ ଖେଳିଛନ୍ତି। ଜ୍ୟାକ୍‌ ଲିଚ ଟେଷ୍ଟ ମ୍ୟାଚରେ ୪୪ଟି ୱିକେଟ ହାସଲ କରିବା ସହିତ ୨୯୯ ୱିକେଟ ଫାଷ୍ଟ କ୍ଲାସ କ୍ରିକେଟରେ ଓ ଲିଷ୍ଟି-ଏ ମ୍ୟାଚରେ ୨୧ଟି ୱିକେଟ ହାସଲ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *