ଜବରଦସ୍ତ ଅଫର : କରୋନା ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଖାଇବାରେ ଡ଼ିସକାଉଣ୍ଟ,ଜାଣନ୍ତୁ ପୁରା ଖବର

କରୋନା ଭାକସିନକୁ ନେଇ କିଛି ଲୋକ ଗୁଜବ ପ୍ରସାରଣ କରୁଛନ୍ତି। ଆଉ ଗୋଟେ ପଟେ ଏମିତି ଲୋକ ଅଛନ୍ତି, ଗୁଜବ ପ୍ରସାରଣ କରୁଥିବା ଲୋକଙ୍କ ଠାରୁ ଦୂରେଇ ରହି ଟିକାକରଣକୁ ପ୍ରୋତ୍ସାହିତ କରୁଛନ୍ତି। ନୂଆ ନୂଆ ଉପାୟ ଅବଲମ୍ବନ କରି ଲୋକଙ୍କୁ ସଚେତନ କରୁଛନ୍ତି। ଏହିପରି ଏକ ଭିନ୍ନ ପ୍ରକାରର ଉପାୟ ଦୁବାଇର ରେଷ୍ଟୁରାଣ୍ଟ ମାଲିକମାନେ ଆପଣାଇଛନ୍ତି। ଯାହା କି, କରୋନା ଭାକ୍ସିନ ନେଉଥିବା ଗ୍ରାହକଙ୍କ ପାଇଁ ଭୋଜନ ଉପରେ ରିହାତି ଅଫର ଦେଇଛନ୍ତି।

ସଂଯୁକ୍ତ ଅରବ ଏମିରଟର ୨୫ଲକ୍ଷ ଲୋକଙ୍କୁ ପ୍ରଥମେ ଟିକା ଦିଆସରିଛି। ଏହା ଇସ୍ରାଏଲ ପରେ ଟିକାକରଣର ସବୁଠୁ ଦ୍ରୁତତମ ସ୍ଥାନ ଭାବରେ ପରିଚିତ। ଗେଟ୍ସ ହସ୍ପିଟାଲିଟି ଅନୁସାରେ, ଦୁବାଇର ୩ଟି ରେଷ୍ଟୁରାଣ୍ଟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଭଲ ପାଇବା ବାଣ୍ଟ କରୋନା ନୁହଁ। ଏହି ରେଷ୍ଟୁରାଣ୍ଟ ଚେନ କରୋନା ଭାକସିନର ପ୍ରଥମ ଡୋଜ ନେବାର ୧୦ ପ୍ରତିଶତ ଓ ଦ୍ଵିତୀୟ ଦୋଜ ନେବାର ୨୦ ପ୍ରତିଶତ ରିହାତି ଦିଆଯିବ।

Google

ଲଞ୍ଚ,ଡିନର ବା ବ୍ରେକଫାଷ୍ଟ ଉପରେ ରିହାତି ପାଇବା ପାଇଁ ହେଲେ ଗ୍ରାହକମାନେ ଟିକାକରଣର ଏକ ମେଡ଼ିକାଲ ପ୍ରମାଣପତ୍ର ଦେଖିବାକୁ ପଡ଼ିବ। ସେମାନଙ୍କୁ ତାଙ୍କର ବିଲରେ ଏହି ରିହାତି ମିଳିଯିବ। ସୋସିଆଲ ମିଡିଆରେ କିଛି ଲୋକ ଏଭଳି ପ୍ରଚେଷ୍ଟାକୁ ସ୍ବାଗତ କରିବାବେଳେ ଆଉ କିଛି ନାପସନ୍ଦ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *