ଆପଣ ଜାଣନ୍ତି କି ? ସେଲିବ୍ରେଟି ମାନେ ପ୍ରେଗନେଟ ହେବା ସମୟରେ କମାଇଥାନ୍ତି କୋଟି କୋଟି ଟଙ୍କା,ଜାଣନ୍ତୁ କିପରି ?

ଆଜିକାଲି ଲୋକ ନିଜ ପସନ୍ଦର ସେଲିବ୍ରେଟିଙ୍କ ଜୀବନରେ କଣ ଚାଲିଛି ଏହା ଜାଣିବାକୁ ବହୁତ ଆଗ୍ରହୀ ଓ ସେଲିବ୍ରେଟି କେବେ ବିବାହ କଲେ ଓ ତାଙ୍କର କେତୋଟି ସନ୍ତାନ ଅଛନ୍ତି, ସନ୍ତାନଙ୍କ ନାମ କଣ, ସେ ପୁଅ ନା ଝିଅ ଏହାସବୁ ଜାଣିବାକୁ ଚାହିଁଥାନ୍ତି । ପ୍ରଶଂସକ ମାନଙ୍କ ଏହିସବୁ ଇଛା ପାଇଁ ସେଲିବ୍ରେଟି ମାନେ ଗର୍ଭାବସ୍ଥା ସମୟରେ କୋଟି କୋଟି ଟଙ୍କା କମାଇଥାନ୍ତି ଓ ଏହାକୁ ଏକ ବିଜନେସ ଭାବରେ କରିଥାନ୍ତି । ଯଥା : ବ୍ରାଣ୍ଡ ପ୍ରମୋଶନ, ସୋସିଆଲ ମିଡ଼ିଆ ପ୍ରମୋଶନ ଇତ୍ୟାଦି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଅନେକ କମ୍ପାନୀ ରହିଛି ଯିଏକି ନିଜର ବ୍ରାଣ୍ଡକୁ ପ୍ରମୋଶନ କରିବା ଲାଗି ସେଲିବ୍ରେଟି ମାନଙ୍କୁ ଯୋଗାଯୋଗ କରିଥାନ୍ତି । ଗର୍ଭାବସ୍ଥା ଘୋଷଣା କରିବା ପାଇଁ ମଧ୍ୟ ସ୍ପଂସରସିପ ମିଳିଥାଏ । ମେଡିକାଲ ଜିନିଷ ବନାଉଥିବା ଏକ କମ୍ପାନୀ 2013 ରୁ ଏଯାବତ ପ୍ରାୟ 70 ସେଲିବ୍ରେଟିଙ୍କ ସହିତ ଏହା କରିସାରିଛି ।

Google

ଆପଣ ଜାଣନ୍ତି କି, ଏହା କେବେ ଦ୍ରୁତ ଗତିରେ ବଢିବା ଆରମ୍ଭ ହେଲା ? ଯେତେବେଳେ ସିଙ୍ଗର କାଲିସ ରୋଜର୍ସ ଓ ଡ଼୍ୟାନ୍ସର କାରୀନା ସମରନଅଫ ନିଜର ଗର୍ଭାବସ୍ଥା ଘୋଷଣା କରିଥିଲେ। ସେହି ସମୟରେ କମ୍ପାନୀ ଗର୍ଭାବସ୍ଥା ଠାରୁ ଆରମ୍ଭ କରି ଡିଲିଭରୀ ପର୍ଯ୍ୟନ୍ତ ନିଜ ଜିନିଷ ପ୍ରମୋଶନ କରିଥିଲା । ଏଥିପାଇଁ ସେଲିବ୍ରେଟିଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିଥାଏ। ପାଖାପାଖି 7 କୋଟି ଟଙ୍କା ସେଲିବ୍ରେଟି ଇଙ୍କମ କରିଥାନ୍ତି ।

2015 ମସିହାରେ ସେଲିବ୍ରେଟି ଅଦ୍ରିନା ପର୍ତ୍ତିଜି ନିଜର ଗର୍ଭାବସ୍ଥା ଖବର ଟ୍ୱିଟର ଜରିଆରେ ଶେୟର କରିଥିଲେ । ଏହାପରେ ସେ ଏକ ବ୍ରାଣ୍ଡ କମ୍ପାନୀର ପ୍ରମୋଶନ ଭୂମିକା ମଧ୍ୟ ନେଇଥିଲେ ।

Google

2019 ରେ ମଧ୍ୟ ବ୍ରିଟିଶ ମଡେଲ ଇସ୍କରା ଲରେନ୍ସ ନିଜ ବୟଫ୍ରେଣ୍ଡ ସହିତ ସୋସିଆଲ ମିଡିଆରେ ଫୋଟୋ ଶେୟର କରି ନିଜ ଗର୍ଭାବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ସେ ଏକ କମ୍ପାନୀ ସହିତ ପ୍ରମୋଶନ କରିଥିଲେ ଓ ଇଙ୍କମ କରିଥିବା ଟଙ୍କାକୁ ସେ ଦାନ କରିଦେଇଥିଲେ ।

ସୋସିଆଲାଇଟ ନାମକ ଏକ ବ୍ରୋକର କମ୍ପାନୀ ସେଲିବ୍ରେଟି ମାନଙ୍କ ପ୍ରେଗନାନ୍ସି ବିଜନେସ କରିଥାଏ । ଏହି କମ୍ପାନୀର ପ୍ରେସିଡେଣ୍ଟ ସରାହ ବୟଡ଼ କହିଥିଲେ, ଏହା ଏକ ବହୁତ ବଡ଼ ବିଜନେସ ଅଟେ । କେତେଥର ସେଲିବ୍ରେଟି ଏହି ଜିନିଷ ପାଇଁ ନିଜେ ପେମେଣ୍ଟ କରିଥାନ୍ତି । ସରାହ କହିଥିଲେ, ଫେମସ ସେଲିବ୍ରେଟି ଏହା କରିବାକୁ 7 କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି।

ନିକୋଲ ପୋଲିଜି ସ୍ୱନୁକୀ ନାମକ ଏକ ଫେମସ ସେଲିବ୍ରେଟି ଟିଭି ଷ୍ଟାର 2012 ମସିହାରେ ପିପୁଲ ମାଗାଜିନର କଭର ପାଇଁ ନିଜର ପ୍ରେଗନାନ୍ସି ଫୋଟୋ ଶେୟର କରିଥିଲେ । ସେ କହିଥିଲେ, ସେସମୟର ଏହା ବଡ଼ ଡିଲ ଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *