ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ

ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ ଦିଆଯିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ବିଷୟରେ ସୂଚନା ଦେଇଛନ୍ତି। ଅଙ୍ଗନୱାଡି କର୍ମୀମାନେ ତଳ ସ୍ତରରେ କାମ କରୁଛନ୍ତି। ସରକାରଙ୍କ ବହୁ ଯୋଜନାରେ ତାଙ୍କର ବଡ ଭୂମିକା ରହିଥିବାରୁ ସେମାନଙ୍କୁ ସ୍ମାର୍ଟଫୋନ ଦେବାପାଇଁ ଘୋଷଣା କରାଯାଇଛି।

Google

ଏହାଦ୍ବାରା ସେମାନଙ୍କୁ ସରକାରୀ ସୂଚନା ବିଷୟରେ ସେମାନଙ୍କ ପାଖରେ ଶୀଘ୍ର ପହଞ୍ଚିପାରିବ। ଜିଲ୍ଲାସ୍ତରରେ ହ୍ବାଟସଆପ ଗ୍ରୁପ ସାହାର୍ଯ୍ୟରେ ଜରୁରୀ ସରକାରୀ ନିଷ୍ପତ୍ତି ଅଙ୍ଗନୱାଡ଼ି କର୍ମୀଙ୍କ ପାଖରେ ଶୀଘ୍ର ପାଇପାରିବେ। ଏହାଦ୍ବାରା ସେମାନଙ୍କ ପାଖରୁ ଜରୁରୀ ସୂଚନା ମଧ୍ୟ ସ୍ମାର୍ଟଫୋନ ସାହାର୍ଯ୍ୟରେ ମିଳିପାରିବ। ଏଥିସହ, ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କ ଓଜନ ମାପିବା ପାଇଁ ମେସିନ ମଧ୍ୟ ଯୋଗାଇ ଦିଆଯିବ। ସବୁ କେନ୍ଦ୍ରରେ ପିଇବା ପାଇଁ ପାଣି ଫିଲଟର ମଧ୍ୟ ଯୋଗାଇ ଦିଆଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିଷ୍ପତ୍ତି ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *