ଆଧାର କାର୍ଡ ଭଳି ଡାଉନଲୋଡ କରିପାରିବେ ଭୋଟର କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ପକ୍ରିୟା

କେନ୍ଦ୍ର ସରକାର ଅଧିକାଂଶ ବିଭାଗ କାର୍ଯ୍ୟକୁ କରୋନା ସଂକ୍ରମଣ ଭିତରେ ଡିଜିଟାଲ ପ୍ଲାଟଫର୍ମରେ ବଦଳାଇ ଦେଇଛନ୍ତି। ଯାହାଦ୍ବାରା ଲୋକମାନଙ୍କୁ ହେଉଥିବା ହଇରାଣ ହେବାକୁ ପଡ଼ିବନି ଓ କୋଭିଡ୍-୧୯ରୁ ବଞ୍ଚି ପାରିବେ। ଦେଶର ସମସ୍ତ ନାଗରିକ ନିଜର ପରିଚୟପତ୍ର ଅନଲାଇନ୍ ସାହାଯ୍ୟରେ ଡାଉନଲୋଡ କରିପାରିବେ। କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ପରିଚୟପତ୍ର(ଇ-ଭୋଟର କାର୍ଡ) ଜାରି କରିଛନ୍ତି। ଆପଣଙ୍କ ଆଧାର କାର୍ଡ ଭଳି ଭୋଟର କାର୍ଡକୁ ମଧ୍ୟ ଅନଲାଇନ ସାହାଯ୍ୟରେ ଡାଉନଲୋଡ କରିପାରିବେ। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ୨୫ ଜାନୁଆରୀ ୨୦୨୧, ଅର୍ଥାତ ମତଦାନ ପରିଚୟ ପତ୍ରକୁ ଆଜି ଲଞ୍ଚ କରିବେ। ଭୋଟର ଆଇଡି କାର୍ଡର ଇ-ଭର୍ସନ ମୋବାଇଲ ଫୋନ ଓ ପର୍ସନାଲ କମ୍ପ୍ୟୁଟର ସାହାର୍ଯ୍ୟରେ ଡାଉନଲୋଡ୍ କରିପାରିବେ। ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ, ଏହି ଡିଜିଟାଲ ସଂସ୍କରଣ ସହିତ କୌଣସି ପ୍ରକାରର ଏଡିଟ୍ କରି ହେବନାହିଁ। ଏଥିସହିତ, ଏହାକୁ ଡିଜିଟାଲ ଲକର ଭଳି ସୁବିଧାରେ ମଧ୍ୟ ରଖି ପାରିବେ। ଏହାକୁ ଇ-ଭର୍ସନର ପ୍ରିଣ୍ଟ ମାଧ୍ୟମରେ ମଧ୍ୟ ବାହାର କରିପାରିବେ।

Google

ନିର୍ବାଚନ କମଶନର କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଇ-ଇପିକ୍ (e-EPIC) କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ, ୫ଟି ନୂତନ ଭୋଟରଙ୍କୁ ଡିଜିଟାଲ ଭୋଟର ଫଟୋ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିବେ। କାର୍ଡ ଛାପିବା ଓ ଭୋଟରଙ୍କ ପାଖରେ ପହଁଞ୍ଚାଇବା ପାଇଁ ଅଧିକ ସମୟ ନଷ୍ଟ ହେଉଥିଲା। ଭୋଟରଙ୍କ ପାଖରେ ଶୀଘ୍ର ଏବଂ ସହଜରେ କିପରି କାର୍ଡ ଉପଲବ୍ଧ କରାଯିବ, ସେଥିପାଇଁ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବର୍ତ୍ତମାନ ଆଧାର କାର୍ଡ, ପାନ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଡିଜିଟାଲ୍ ଫର୍ମାଟରେ ଉପଲବ୍ଧ ଅଛି।

ନିର୍ବାଚନ ଆୟୋଗର ବାର୍ଷିକୀ ପାଳନ ଅବସରରେ ଭୋଟର କାର୍ଡର ଇ-ସଂସ୍କରଣ ଆରମ୍ଭ କରାଯାଉଛି। ଭାରତର ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୫ ଜାନୁୟାରୀ ୧୯୫୦ରେ ନିର୍ବାଚନ କମିଶନର ଗଠନ କରାଯାଇଥିଲା।

Google

ଇ-ଇପିକର ବ୍ୟବହାର ପାଇଁ କିଛି ନିୟମର ପାଳନ କରିବାକୁ ପଡ଼ିବ। ଡିଜିଟାଲ ଭୋଟର କାର୍ଡ ପାଇଁ ମତଦାନକୁ ନିଜର ପୂରା ସୂଚନା ନିଶ୍ଚିତ କରିବା ଆବଶ୍ୟକ। ମତଦାତାଙ୍କର ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଦେବା ବାଧ୍ୟତାମୂଳକ। ଏହାଦ୍ବାରା, ଭୋଟରଙ୍କ ମୋବାଇଲ୍ ନମ୍ବର ନିର୍ବାଚନ ଆୟୋଗର ଭୋଟର ତାଲିକାରେ ରେକର୍ଡ ହେବା ପରେ ଆପ୍ ସାହାର୍ଯ୍ୟରେ ଇ-ମେଲ୍ ଓ ମୋବାଇଲ ନମ୍ବରରେ ମେସେଜ୍ ପାଇପାରିବେ। ସୁରକ୍ଷାକୁ ଧ୍ୟାନରେ ରଖି ପାସଓ୍ବାର୍ଡ ପାଇଁ ଓଟିପିର ସୁବିଧା ମଧ୍ୟ କରାଯାଇଛି। ଏହି ଇ-ଇପିକର ଦୁଇଟି କ୍ୟୁଆର କୋର୍ଡ ରହିବ। ଏଥିରେ ଭୋଟର ଓ ତାଙ୍କ ଆଡ୍ରେସ ରହିବ। ଭୋଟର ଆଇଡି କାର୍ଡର ହାର୍ଡକପି ମିଳିବା ପାଇଁ ମଧ୍ୟ ଜାରି କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *