ଆଇପିଏଲ ୨୦୨୧ରେ ଖେଳିବାକୁ ମନା କରିଦେଲେ ଏହି ଷ୍ଟାର ଖେଳାଳୀ, ଫେରାଇ ନେଲେ ନିଜର ନାମ,ଜାଣନ୍ତୁ ପୁରା ଖବର

ଦକ୍ଷିଣ ଆଫ୍ରିକାର ଦୃତ ବୋଲର ଡେଲ ଷ୍ଟେନ ଏହି ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଖେଳିବେ ନାହିଁ ବୋଲି କହିଛନ୍ତି। ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର(ଆରସିବି)ର ପ୍ରତିନିଧିତ୍ଵ କରୁଥିବା ୩୭ ବର୍ଷର ଏହି ଖେଳାଳି ପ୍ରତିସ୍ପର୍ଦ୍ଧା କ୍ରିକେଟରୁ ସନ୍ୟାସ ନେବା ଯୋଜନାକୁ ଖାରଜ କରିଦେଇଛନ୍ତି।

ଟୁଇଟ କରି ଦେଲେ ସୂଚନା:-

ଏହି ଦୃତ ବୋଲର କହିଲେକି କିଛି ସମୟ ପାଇଁ ଖେଳରୁ ଦୂରେଇ ରହିବାକୁ ଚାହୁଁଛି।

आईपीएल 2021 में खेलने से इस खिलाड़ी ने किया इंकार, अपना नाम लिया वापस

ଆପଣଙ୍କୁ ଜଣାଇଦେଉଛୁକି ଷ୍ଟେନ ଏହା ପରିଷ୍କାର ଭାବରେ କହିଛନ୍ତିକି ସେ ପ୍ରତିସ୍ପର୍ଦ୍ଧା କ୍ରିକେଟରୁ ଅଲବିଦା ନେବା ପାଇଁ କୌଣସି ଯୋଜନା କରିନାହାନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟରେ ସର୍ବାଧିକ ୱିକେଟ ନେଇଥିବା ବୋଲର ୨୦୧୯ରେ ଖେଳର ସବୁଠୁ ଲମ୍ବା ଫର୍ମାଟରୁ ଅଲବିଦା ନେଇଛନ୍ତି।

ପାଖାପାଖି ୧୬ବର୍ଷ ଧରି ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳୁଥିବା ଷ୍ଟେନ କହିଲେକି,’ ମୁଁ ଅନ୍ୟ ଲିଗରେ ଖେଳ ଜାରୀ ରଖିବି। ମୁଁ କିଛି ରୋମାଞ୍ଚକ କରିବା ପାଇଁ ନିଜକୁ ସମୟ ଦେବା ପାଇଁ ନିଷ୍ପତ୍ତି ନେଇଥିଲି। ଯେଉଁ ଖେଳକୁ ମୁଁ ବହୁତ ଭଲ ପାଏ ଓ ଆଗକୁ ଖେଳିବା ଜାରୀ ରଖିବି।’

୯୩ଟି ଟେଷ୍ଟରେ ୪୩୯ଟି ୱିକେଟ କରିଲେ ନିଜ ନାମରେ:-

ଷ୍ଟେନ ୯୩ଟି ଟେଷ୍ଟରେ ୨୨.୯୫ ଓଉସତରେ ୪୩୯ଟି ୱିକେଟ ନେଇଛନ୍ତି। ତାଙ୍କ ନାମରେ ଏକ ଦିବସରେ ୧୨୫ଟି ମ୍ଯାଚରେ ୧୯୫ଟି ୱିକେଟ ଅଛି। ସେ ଆଇପିଏଲ ୨୦୨୦ରେ ଆରସିବି ପାଇଁ ତିନୋଟି ମ୍ଯାଚରେ ଗୋଟିଏ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଏହାପରେ ସେ ଲଙ୍କା ପ୍ରିମିୟର ଲିଗରେ ମଧ୍ୟ ଖେଳୁଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *