କରୋନା ଟୀକା ପ୍ରସ୍ତୁତ କରୁଥିବା ସେରମ ଇନିଷ୍ଟିଚ୍ୟୁଟ, ଅନ୍ୟ କ’ଣ କ’ଣ ଟିକା ପ୍ରସ୍ତୁତ କରେ ? ଜାଣନ୍ତୁ ସବିଶେଷ ତଥ୍ୟ

ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ କୈାଣସି ନୂଆ କମ୍ପାନୀ ନୁହେଁ, ତାକୁ ଲୋକମାନେ ଏହାକୁ ବର୍ଷ ବର୍ଷ ଧରି ଜାଣନ୍ତି, କିନ୍ତୁ କିଛି ମାସ ପୂର୍ବରୁ ଏହି କମ୍ପାନୀ ଚର୍ଚ୍ଚିତ କରୋନା ଟିକା ତିଆରିକୁ ନେଇ|ପ୍ରକୃତରେ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଅକ୍ସୋଫୋର୍ଡ ୟୁନିଭରସିଟି ଓ ଆଷ୍ଟ୍ରୋଜେନିକା କମ୍ପାନୀ ଦ୍ଵାରା ବିକଶିତ କରାଯାଇଥିବା କରୋନା ଟିକା ‘କୋଭିସିଲ୍ଡ’ର ଉତ୍ପାଦନ କରୁଛନ୍ତି ଏବଂ ଭାରତରେ ଯେଉଁ ଟିକାର ବ୍ୟବହାର କରୋନା ପାଇଁ କରାଯାଉଛି, ସେଥିରେ କୋଭିସିଲ୍ଡ ମଧ୍ୟ ଅନ୍ତର୍ଗତ|

ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆର ସ୍ଥାପନା ୫୪ବର୍ଷ ପୂର୍ବରୁ ମାନେ ୧୯୬୬ରେ ସାଇରସ ପୁନେୱଲା କରିଥିଲେ|ଏହି ହୋଲ୍ଡିଙ୍ଗ କମ୍ପାନୀ ପୁନେୱଲା ଇନଭେଷ୍ଟମେଣ୍ଟ ଏଣ୍ଡ ଇଣ୍ଡ୍ରଷ୍ଟିଜର ସହାୟକ କମ୍ପାନୀ ଅଟେ|ସାଇରସ ପୁନେୱଲାକୁ ଭାରତର ଭାକ୍ସିନ କିଙ୍ଗ ମଧ୍ୟ କୁହାଯାଏ|

Covishield, Vaccine

ପାଖାପାଖି ୧୦୦ ଏକର ଇଲାକାରେ ବ୍ୟାପିଥିବା ସେରମ ଇନଷ୍ଟିଚୁ୍ୟଟ ଦୁନିଆରେ ସବୁଠାରୁ ଅଧିକ ଟିକା ବନେଇବା କମ୍ପାନୀ ମଧ୍ୟରେ ଅନ୍ୟତମ|ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ପ୍ରତିବର୍ଷ ଅଲଗା ଅଲଗା ବେମାରୀ ପାଇଁ ୧.୩ ଅରବ ଟିକା ଉତ୍ପାଦନ କରିଥାଏ|କମ୍ପାନୀ କହିବା ଅନୁଯାୟୀ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ଵାରା ନିର୍ମିତ ଟିକା ବ୍ୟବହାର ଦୁନିଆରେ ୧୭୦ ଦେଶରେ କରାଯାଏ|

ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନିଜ ୱେବସାଇଟରେ ଏହା ଦାବି କରେ ଯେ ଦୁନିଆରେ ପାଖାପାଖି ୬୫%ପିଲା କୈାଣସି ନା କୈାଣସି ଟିକା ନେଇଥିବେ|ଏମିତିରେ ଏହି କମ୍ପାନୀ ଅଧିକତର ପୋଲିଓ ଟିକା ବନେଇବାରେ ପ୍ରସିଦ୍ଧ,ଯିଏ ବିଶ୍ୱରେ ପୋଲିଓ ଶେଷ ପାଇଁ ଅଭିଯାନ କରିଥିଲେ|

ବିବିସିର ଏକ ରିପୋର୍ଟ ଅନୁସାରେ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ କମ୍ପାନୀ ଯେଉଁ ଟିକା ଉତ୍ପାଦନ କରିଥାଏ, ତନ୍ମଧ୍ୟରୁ ଟିଟାନସ,ଡିପଥେରିଆ ଟିକା,ପରଟୁସିସ ମାନେ ଡିପଥେରିଆ ଟିକା,ସାପବିଷ ନାଶକ ଟିକା,ବିସିଜି ଟିକା,ହେପାଟାଇଟିସ ବି ଟିକା,ରୋଟାଭାଇରସ ଟିକା,ରୂବେଲା ମାନେ ଏମଏମଆର୍ ଟିକା,ମିଜଲ୍ସ ଓ ମମ୍ପ ଟିକା ଅନ୍ତର୍ଭୁକ୍ତ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *