ଭାରତ ବନାମ ଇଂଲଣ୍ଡ: ଟି-୨୦ ସିରିଜରେ ଦର୍ଶକଙ୍କୁ ସିଧାସଳଖ ଷ୍ଟାଡିୟମରେ ଖେଳ ଦେଖିବାକୁ ଅନୁମତି ମିଳିପାରେ,ଜାଣନ୍ତୁ ପୁରା ଖବର

ନୂଆ ବର୍ଷ ଭାରତୀୟ କ୍ରିକେଟ ଫେନ୍ସଙ୍କ ପାଇଁ ଏକ ନୂଆ ଖୁସିଖବର ନେଇ ଆସିଛି। ପ୍ରଥମେ ଭରତୀୟ ଦଳ ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଲା। ବର୍ତ୍ତମାନ ଖବର ଆସିଛିକି ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ସମୟରେ ଦର୍ଶକଙ୍କୁ ପଡିଆ ମଧ୍ୟକୁ ଯିବାକୁ ଅନୁମତି ଦିଆଯାଇପାରେ। ଟେଷ୍ଟ ସିରିଜ ପରେ ମାର୍ଚ୍ଚ ୧୨ରେ ଅହମ୍ମଦାବାଦରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ବିସିସିଆଇ ଏହି ପ୍ରୟୋଗ କରିବାକୁ ଯାଉଅଛି। ସମାଚାର ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରି ଜଣେ ଅଧିକାରୀ ଏହି ବିଷୟରେ କହିଲେକି ବର୍ତ୍ତମାନ ଏହି ନିର୍ଣ୍ଣୟ ସରକାରଙ୍କୁ ନେବା ଉଚିତ, କିନ୍ତୁ ଆମେ ଷ୍ଟାଡିୟମରେ ଲୋକେ ଭର୍ତ୍ତି ହେବାକୁ ଚାହୁଁଅଛୁ। ଆମର ଚେଷ୍ଟା ହେଉଛିକି ଅତି କମରେ ଷ୍ଟାଡିୟମର କ୍ଷମତାର ୫୦ ପ୍ରତିଶତ ଅଂଶ ଟି-୨୦ରେ ରୋମାଞ୍ଚ ସୃଷ୍ଟି କରି ପାରିବ।

Google

ଖାଲି ଷ୍ଟାଡିୟମରେ ଆରମ୍ଭ ହେବ ଦୁଇଟି ଟେଷ୍ଟ:-

ଇଂଲଣ୍ଡର ଭାରତ ଟୁରର ଆରମ୍ଭ ଫେବୃୟାରୀ ୫ ତାରିଖରୁ ଆରମ୍ଭ ହେବ, ଯାହାର ଆରମ୍ଭ ଦୁଇଟି ଟେଷ୍ଟ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକଙ୍କ ବିନା ଏହି ମ୍ଯାଚ ଖେଳାଯିବ। କୋଭିଡ-୧୯ ମହାମାରୀର ବର୍ତ୍ତମାନର ପରିସ୍ଥିତିକୁ ଦେଖି ବିସିସିଆଇ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା ସମୟରେ ଖେଳାଳି ମାନଙ୍କୁ ସୁରକ୍ଷା ସହିତ କୌଣସି ପ୍ରକାର ଅସୁବିଧା ନ ହେଉ ବୋଲି ନିଷ୍ପତ୍ତି ନେଇପାରେ। ବିସିସିଆଇର ନିର୍ଦ୍ଦେଶ ଅନୁସାରେ ଐତିହାସିକ ପଦକ୍ଷେପ ଭାବରେ ପ୍ରଥମ ଦୁଇଟି ଟେଷ୍ଟ ମ୍ଯାଚ ୫ ରୁ ୧୭ ଫେବୃୟାରୀ ମଧ୍ୟରେ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ। ଦୁଇଟି ଟେଷ୍ଟ ପରେ ଦୁଇ ଦଳ ଅହମ୍ମଦାବାଦକୁ ଯିବେ। ଯେଉଁଠାରେ ଶେଷ ଦୁଇଟି ଟେଷ୍ଟ ମ୍ଯାଚ ମଧ୍ୟରୁ ତୃତୀୟ ଟେଷ୍ଟ ୨୪ ରୁ ୨୮ ଓ ଚତୁର୍ଥ ଟେଷ୍ଟ ମ୍ଯାଚ ୪ ରୁ ୮ ତାରିଖ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦରେ ହେବାକୁ ଥିବା ତୃତୀୟ ଟେଷ୍ଟ ଦିବା-ରାତ୍ରି ଟେଷ୍ଟ ମ୍ଯାଚ ହେବ। ଏହାକୁ ପିଂକ ବଲରେ ଖେଳାଯିବ। ୨୦୨୦ର ଆରମ୍ଭରେ ପୁନଃନିର୍ମାଣ ପରେ ନିଜର ପ୍ରଥମ ମୁକାବିଲା ପାଇଁ ମୋଟେରା ଷ୍ଟାଡିୟମ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି।

ମୋଟେରା ଷ୍ଟାଡିୟମରେ ହେବ ଟି-୨୦ ସିରିଜ:-

ବର୍ତ୍ତମାନର କ୍ଵାରେଣ୍ଟାଇନର ଗାଇଡଲାଇନକୁ ଧ୍ୟାନରେ ରଖି କ୍ରିକେଟ କାର୍ଯ୍ୟକ୍ରମକୁ ତିନୋଟି ସେଣ୍ଟର ଦ୍ଵାରା ଆୟୋଜିତ କରାଯିବ। ଚେନ୍ନାଇ, ଅହମ୍ମଦାବାଦ ବ୍ଯତୀତ ତିନୋଟି ଦିନକିଆ ମ୍ଯାଚ ସିରିଜ ପୁଣେରେ ହେବ। କରୋନା ସଂକ୍ରମଣ ପରେ ଏହା ହିନ୍ଦୁସ୍ଥାନ ମାଟିରେ ପ୍ରଥମ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପ୍ରତିଯୋଗୀ ହେବ, ଏହା ପୂର୍ବରୁ ମାର୍ଚ୍ଚରେ ଭାରତ ଟୁରରେ ଦକ୍ଷିଣ ଆଫ୍ରିକା ଦଳକୁ ମଝିରେ ନିଜ ଦେଶକୁ ଫେରିଯିବାକୁ ପଡିଥିଲା। କରୋନା ମହାମାରୀ ପରେ ଯେତେବେଳେ ଖେଳର ଗତିବିଧି ଦ୍ଵିତୀୟ ଥର ଆରମ୍ଭ ହେଲା ସେତେବେଳେ କ୍ରିକେଟକୁ ଖାଲି ଷ୍ଟାଡିୟମରେ ଆରମ୍ଭ କରାଯାଇଥିଲା। ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୟୁଏଇରେ ବିନା ଦର୍ଶକଙ୍କରେ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ଟୁରରେ ସ୍ଥାନୀୟ ପ୍ରଶାସନ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ଆସିବାକୁ ଅନୁମତି ଦେଇଥିଲେ।

Google

ଦିନ                      ମ୍ଯାଚ                                       ସ୍ଥାନ

୧୨ ମାର୍ଚ୍ଚ            ପ୍ରଥମ ଟି-୨୦                       ଅହମ୍ମଦାବାଦ
୧୪ ମାର୍ଚ୍ଚ          ଦ୍ଵିତୀୟ ଟି-୨୦                       ଅହମ୍ମଦାବାଦ
୧୬ ମାର୍ଚ୍ଚ          ତୃତୀୟ ଟି-୨୦                       ଅହମ୍ମଦାବାଦ
୧୮ ମାର୍ଚ୍ଚ          ଚତୁର୍ଥ ଟି-୨୦                         ଅହମ୍ମଦାବାଦ
୨୦ ମାର୍ଚ୍ଚ          ପଞ୍ଚମ ଟି-୨୦                       ଅହମ୍ମଦାବାଦ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *