ସୁନା କିଣିବା ପାଇଁ ଇଛୁକ ଥିବା ଲୋକଙ୍କ ପାଇଁ ଖୁସି ଖବର, ଚାରିଦିନ ବୃଦ୍ଧି ପରେ ଖସିଲା ସୁନା ଦାମ, ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ,ଜାଣନ୍ତୁ ପୁରା ସମ୍ପୂର୍ଣ୍ଣ ଖବର

ସୁନା ଓ ରୂପା କିଣୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି। ଲଗାତାର 4 ଦିନର ବୃଦ୍ଧି ପରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ପାଇଛି। ଶୁକ୍ରବାର ଦିନ ସୁନା 263 ଟଙ୍କା ହ୍ରାସ ପାଇ ପ୍ରତି 10 ଗ୍ରାମରେ 48,861 ଟଙ୍କା ହୋଇଛି। ଏହାପୂର୍ବରୁ ଗୁରୁବାର ଦିନ ସୁନାର ବନ୍ଦ ମୂଲ୍ୟ ପ୍ରତି 10 ଗ୍ରାମ ପିଛା 49,124 ଟଙ୍କା ରହିଥିଲା। ସେହିପରି ବୁଧବାର ଦିନ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପିଛା 48, 550 ଟଙ୍କା ଥିଲା।

ସେହିପରି ରୂପା ମୂଲ୍ୟରେ ମଧ୍ୟ ଦ୍ରୁତ ଗତିରେ ବ୍ରେକ୍ ଲାଗିଛି। ଶୁକ୍ରବାର ଦିନ ରୂପା ମୂଲ୍ୟରେ 806 ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା 66,032 ଟଙ୍କା ହୋଇଛି। ଏହା ଗୁରୁବାର ଦିନ କିଲୋଗ୍ରାମ ପିଛା 66,838 ଟଙ୍କା ରହିଥିଲା I ସେହିପରି ରୂପା ବୁଧବାର ଦିନ କିଲୋଗ୍ରାମ ପିଛା 65,472 ଟଙ୍କା ରହିଥିଲା I

Google

ଆନ୍ତର୍ଜାତୀୟ ବଜାରରେ ମଧ୍ଯ ସୁନା ଓ ରୂପା ଉଭୟରେ ହ୍ରାସ ପାଇଛି ବୋଲି ଜଣାପଡିଛି। ବିଶ୍ଵ ବଜାରରେ ସୁନା 0.37 ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି। ସୁନା ମୂଲ୍ୟରେ ହ୍ରାସ ହେବା ସହିତ ପ୍ରତି ଅନ୍ସନ 1,861 ଡଲାରରେ ପହଞ୍ଚି ରୂପା ମଧ୍ଯ 25.52 ଡଲାରରେ ପହଞ୍ଚିଛି।

ଉଲ୍ଲ୍ଲେଖନୀୟ କଥା ହେଉଛି ଯେ କରୋନା ଭାଇରସର ପ୍ରଭାବକୁ କମ୍ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ଏବଂ ସରକାରଙ୍କ ଦ୍ଵାରା ରାଜକୋଷର ଉପାୟ କାରଣରୁ ଗତ ବର୍ଷ ସୁନା ମୂଲ୍ୟରେ 25 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିଲା। ସେହିପରି ରୂପା ମୂଲ୍ୟରେ ପ୍ରାୟ 50 ପ୍ରତିଶତ ବୃଦ୍ଧି ପାଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ଭାରତରେ ସୁନା ଆଜିକାଲି ନିଜ ଅଗଷ୍ଟ ଠାରୁ ଉଚ୍ଚ ସ୍ତରରୁ ବହୁତ୍ କମ୍ , ଅର୍ଥାତ୍ 10 ଗ୍ରାମ ପିଛା 57,100 ଟଙ୍କା ରହିଛି।

ଆପଣଙ୍କୁ କହି ରଖୁଛୁ ଯେ ଗତ ବର୍ଷ ଅର୍ଥାତ୍ 2020 ମସିହାରେ ସୁନା କ୍ରେତା ମାନଙ୍କ ପାଇଁ ବହୁତ୍ ଭଲ ଥିଲା। 2020 ମସିହାରେ ସୁନା ମୂଲ୍ୟ ପ୍ରାୟ 28 ପ୍ରତିଶତ ବୃଦ୍ଧି ପାଇଥିଲା I ଅଗଷ୍ଟ ମାସରେ ତ ସୁନା ଓ ରୂପା ନିଜର ସର୍ବକାଳୀନ ଉଚ୍ଚତାକୁ ଛୁଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା। ସୁନା ପ୍ରତି 10 ଗ୍ରାମ ପିଛା 57,100 ଟଙ୍କା ଏବଂ ରୂପା କିଲୋଗ୍ରାମ ପିଛା 79,147 ଟଙ୍କା ହୋଇଯାଇଥିଲା। କେବଳ ଏତିକି ନୁହେଁ, ବିଶ୍ଵ ବଜାରରେ ମଧ୍ୟ ସୁନା ପ୍ରାୟ 23 ପ୍ରତିଶତ ମହଙ୍ଗା ହୋଇଥିଲା। ଏହାପୂର୍ବରୁ 2019 ମସିହାରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଦର ଡବଲ ଡିଜିଟରେ ଥିଲା।

Google

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *