୨୫୦ଟି ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ମାର୍ଚ୍ଚ ୮ରେ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା

ରାଜ୍ୟର ବିଭିନ୍ନ ବ୍ଲକରେ ଥିବା ୨୫୦ଟି ଆଦର୍ଶ ବିଦ୍ୟାଳୟରେ ମାର୍ଚ୍ଚ ୮ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଆଦର୍ଶ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ନାମ ଲେଖିବାପାଇଁ ଛାତ୍ରଛାତ୍ରୀ ପେବୃୟାରୀ ୨୦ସୁଦ୍ଧା ଆବେଦନ କରିପାରିବେ।

Google

ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ ୱେବସାଇଟ www.oav.edu.inରୁ ଫର୍ମ ଡାଉନଲୋଡ କରି ପୁରଣ କରିବା ପରେ ଆଦର୍ଶ ବିଦ୍ୟାଳୟରେ ପୈଠ କରିବାକୁ ପଡ଼ିବ। ଏହାପରେ ମାର୍ଚ୍ଚ ୮ରେ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଖାଲିଥିବା ସିଟ୍‌ ପାଇଁ ଲ୍ୟାଟେରାଲ ଏଣ୍ଟ୍ରି ମାଧ୍ୟମରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ।

Google

ଏଥିପାଇଁ, ଛାତ୍ରଛାତ୍ରୀଙ୍କୁ ୱେବସାଇଟରୁ ଫର୍ମ ଡାଉନଲୋଡ କରି ଫିଲପ୍ କରି ଆଦର୍ଶ ବିଦ୍ୟାଳୟରେ ଜମା କରିବାକୁ ପଡ଼ିବ। ଚଳିତବର୍ଷ ପ୍ରତ୍ୟେକ ବିଦ୍ୟାଳୟରେ ୫୦% ସିଟ ଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବ। ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଦରକାର କିମ୍ବା ସିଓଆର୍‌ ପାଇଥିବା ଓଡ଼ିଆ ମାଧ୍ୟମ ଓ ଇଂରାଜୀ ମାଧ୍ୟମ ବେସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଦରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *