ଭାରତ ଟୁର ପୂର୍ବରୁ ଇଂଲଣ୍ଡର ଦ୍ରୁତ ବୋଲର ଆଣ୍ଡରସନ କଲେ ଏକ ବଡ଼ ରେକର୍ଡ,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଗାମୀ ମାସରେ ମ୍ୟାଚ ଅଛି। ଯାହାକୁ ନେଇ ଦୁଇ ଦଳ ପ୍ରସ୍ତୁତ କରୁଛନ୍ତି। ଇଂଲଣ୍ଡର ଅନୁଭବି ବୋଲର ଜେମସ ଏଣ୍ଡରସନ ଟେଷ୍ଟ କ୍ୟାରିୟରରେ ୩୦ଥର ପାଞ୍ଚୋଟି କିମ୍ବା ତା ଠାରୁ ଅଧିକ ୱିକେଟ ନେବାର ଉପଲବ୍ଧି ହାସିଲ କରିଛନ୍ତି। ଏଣ୍ଡରସନ ଶ୍ରୀଲଙ୍କା ସହିତ ଗୋଲରେ ଜାରୀ ଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ କ୍ୟାରିୟରରେ ୨୯ ଥର ପାଞ୍ଚ କିମ୍ବା ତା ଠାରୁ ଅଧିକ ୱିକେଟ ନେଇ ଗ୍ଲେନ ମେକଗ୍ରାଙ୍କ ସହିତ ଷଷ୍ଠ ସ୍ଥାନରେ ଅଛନ୍ତି।

ସେ ଶ୍ରୀଲଙ୍କା ସହିତ ଦ୍ଵିତୀୟ ଟେଷ୍ଟରେ ଶ୍ରୀଲଙ୍କାର ପ୍ରଥମ ଇନିଂସରେ ନିରୋସନ ଡିକବେଲାଙ୍କୁ ଆଉଟ କରି ଟେଷ୍ଟରେ ୩୦ଥର ନିଜ ନାମରେ ପାଞ୍ଚୋଟି ୱିକେଟ କରିଲେ। ଏହାପରେ ସେ ସୁରଙ୍ଗା ଲକମଲଙ୍କୁ ଆଉଟ କରି ଇନିଂସରେ ନିଜ ନାମରେ ୬ଟି ୱିକେଟ କରିଲେ।

Google

ପ୍ରଥମ ଦିନ ଶ୍ରୀଲଙ୍କାର ଯେଉଁ ଚାରୋଟି ୱିକେଟ ଥିଲା, ସେଥିରୁ ଏଣ୍ଡରସନ ତିନୋଟି ୱିକେଟ ନେଇଥିଲେ। ଏଣ୍ଡରସନ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେବା ବୋଲର ସୂଚୀରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୬୦୬ଟି ୱିକେଟ ନେଇଛନ୍ତି।

ସେ ଟେଷ୍ଟ ଇତିହାସରେ ସବୁଠୁ ସଫଳ ଦୃତ ବୋଲର ଅଟନ୍ତି। ୩୮ ବର୍ଷୀୟ ଏଣ୍ଡରସନ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ବୋଲର ସୂଚୀରେ ତୃତୀୟ ସ୍ଥାନରେ ପହଞ୍ଚିବା ପାଇଁ ଆଉ ୧୪ଟି ୱିକେଟ ଦରକାର। ଏହାପରେ ସେ ପୂର୍ବ ସ୍ପିନର ଅନିଲ କୁମ୍ବଲେଙ୍କ ଆଗକୁ ଚାଲିଯିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *