ବଦଳିପାରେ ଯୁକ୍ତ୨ ପରୀକ୍ଷାର ଢାଞ୍ଚା

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨) ପରୀକ୍ଷା ଢାଞ୍ଚା ବଦଳାଇବା ପାଇଁ ଗଣଶିକ୍ଷା ବିଭାଗ ଯୋଜନା କରିଛନ୍ତି। ପ୍ରଶ୍ନପତ୍ରର ପରିବର୍ତ୍ତନ ସହିତ ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରଶ୍ନର ଅପସନ୍ ରଖିବା ପାଇଁ ଯୋଜନା କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରର ସଂଖ୍ୟା ବୃଦ୍ଧି, ପ୍ରଶ୍ନପତ୍ରରେ ପରିବର୍ତ୍ତନ ଏବଂ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ବିଭାଗର ଚୁଡାନ୍ତ ମୋହର ଲାଗି ନଥିଲେ ମଧ୍ୟ କରୋନା ସଂକ୍ରମଣ ପରିସ୍ଥିତିରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଠପଢା ହୋଇପାରିନଥିଲା। ଏହି ପଦକ୍ଷେପ ନେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

Google

ଓଏମଆର ସିଟରେ ପରୀକ୍ଷା କରିବା ପାଇଁ ବୈଠକରେ ନିର୍ଣ୍ଣୟ କରାଯାଇଥିଲା। ମାଟ୍ରିକ ପରୀକ୍ଷା ଭଳି ଯୁକ୍ତ୨ର ବିଷୟରେ ୫୦% ଓଏମଆର ସିଟ ରଖିବା ପାଇଁ କାଉନସିଲର କିଛି ସଦସ୍ୟ ପ୍ରସ୍ତାବ ଦେଇଥିଲେ। ଏହାସହିତ ଆଉ କିଛି ଜଣ ମାର୍କ ପାର୍ଟନ ବଦଳାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ୧୦୦ ବଦଳରେ ୮୦ ମାର୍କର ପରୀକ୍ଷା କରି ୧୦୦ ମାର୍କ ମୂଲ୍ୟାୟନ କରିବାପାଇଁ କହିଥିଲେ। କିନ୍ତୁ, ପରିଷଦର ସଦସ୍ୟମାନେ ଏହିଭଳି ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି। କରୋନା ସଂକ୍ରମଣ ଭୟ ରହିଥିବା କାରଣରୁ ଏବେ ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକ୍ଟିକାଲ କ୍ଲାସ୍ ହୋଇପାରୁନାହିଁ। ଥିଓରୀ ଆଗରୁ ଛାତ୍ରଛାତ୍ରୀ କିଭଳି ଭାବରେ ପ୍ରାକ୍ଟିକାଲ ପରୀକ୍ଷା ଦେବେ, ଏହା ଏବେ ବଡ ସମସ୍ୟା ସୃଷ୍ଟି କରିଛି। କିଭଳି ଭାବରେ ବିନା କରୋନା ଅକ୍ରାନ୍ତରେ ପ୍ରାକ୍ଟିକାଲ ପରୀକ୍ଷା ହେବ, ତାହା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଯୁକ୍ତ୨ର ପାଠପଢ଼ା ଆରମ୍ଭ ହୋଇଯାଇଥିବାରୁ ଖୁବଶିଘ୍ର ଯୁକ୍ତ୨ର ପରୀକ୍ଷା ପାଇଁ ଫର୍ମ ପୁରଣ ଆରମ୍ଭ କରିଦିଆଯିବ। ଏହି ବିଷୟରେ କୌଣସି ବିଜ୍ଞପ୍ତି ଜାରି କରାଯାଇନଥିଲେ ମଧ୍ୟ ଫେବୃଆରୀ ଶେଷ ସୁଦ୍ଧା ଫର୍ମ ପୂରଣ ପକ୍ରୀୟା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା, ପରୀକ୍ଷାର ପ୍ରସ୍ତୁତ ହେବା ପାଇଁ ପରିଷଦକୁ ସମୟ ମିଳିଯିବ। ଏହିଥର ୧୫୦୦ରୁ ଅଧିକ ବିଦ୍ୟାଳୟରେ ସାଢେ଼ ୩ଲକ୍ଷ୍ୟ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହରେ ଯୁକ୍ତ୨ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ପରିଷଦ ୱେବସାଇଟ୍‌ରେ ଅପଲୋଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Google

ସୂଚନା ଅନୁସାରେ, ପରିଷଦ ପକ୍ଷରୁ ପୂର୍ବ ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ୧୦୦ ମାରି ବିଶିଷ୍ଟ ବିଷୟ ୩ଘଣ୍ଟା ଲେଖାଏଁ ହେବ। ପ୍ରଶ୍ନପତ୍ରରେ ୧ନମ୍ବର,୨ନମ୍ବର,୩ନମ୍ବର ଓ ୫ନମ୍ବର ବିଶିଷ୍ଟ ପ୍ରଶ୍ନ ଆସିବ। ଏକ ନମ୍ବର ମାର୍କ ବିଶିଷ୍ଟ ୪୦ଟି ପ୍ରଶ୍ନ ଆସିବା ସମୟରେ ଆଉ ୬୦ ମାର୍କ ବିଶିଷ୍ଟ ୨ ମାର୍କ,୩ ମାର୍କ ଓ ୫ ମାର୍କ ପ୍ରଶ୍ନ ଆସିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *