ଫେବୃୟାରୀ ୧ରୁ କେବଳ ୩୦ ମିନିଟରେ ଭିତରେ ପହଞ୍ଚିବ ଆପଣଙ୍କ ନିକଟରେ ଗ୍ୟାସ ସିଲିଣ୍ଡର ,ଦେଖନ୍ତୁ କଣ ରହିଛି ପୁରା ପ୍ରକ୍ରିୟା

ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଗ୍ଯାସ ସିଲିଣ୍ଡର ଗ୍ଯାସ ସିଲିଣ୍ଡର ବୁକିଂ କରୁଥିବା ଲୋକଙ୍କୁ ଖୁସିଖବର ଦେଇ ତତ୍କାଳ ଏଲପିଜି ସେବା ଆରମ୍ଭ କରିଛି। ଏହି ଯୋଜନା ମୁତାବିକ ବର୍ତ୍ତମାନ ଆପଣଙ୍କୁ ଦୁଇ-ଚାରି ଦିନ ପର୍ଯ୍ଯନ୍ତ ଗ୍ଯାସ ସିଲିଣ୍ଡରର ଅପେକ୍ଷା କରିବାକୁ ପଡିବ ନାହିଁ, ବରଂ ଗ୍ଯାସ ସିଲିଣ୍ଡରକୁ ଅଧ ଘଣ୍ଟାରେ ଆପଣଙ୍କ ଘର ନିକଟରେ ପହଞ୍ଚାଯିବ। ଅର୍ଥାତ ଯେଉଁ ଦିନ ଆପଣ ବୁକ କରିବେ ସେହିଦିନ ଆପଣ ଅଧ ଘଣ୍ଟା ମଧ୍ୟରେ ସିଲିଣ୍ଡର ପାଇଯିବେ। ଆଇଓଏସ ଏଲପିଜି ସେବା ପ୍ରତ୍ଯେକ ରାଜ୍ୟର ଗୋଟିଏ ସହରରେ କରିବ।

ସୂଚନା ଅନୁସାରେ, ଆଇଓସି ଦେଶର ପ୍ରତ୍ଯେକ ରାଜ୍ୟରେ ଗୋଟିଏ ଜିଲ୍ଲା ଚୟନ କରିବ। ଉକ୍ତ ଜିଲ୍ଲାରେ ଯେଉଁଠି ଏହି ସେବାକୁ ଆରମ୍ଭ କରାଯାଇପାରିବ। ତୈଳ କମ୍ପାନୀ ଦ୍ଵାରା ଏହି ସେବା ଅନ୍ତର୍ଗତ କମ୍ପାନୀ ନିଜର ସମସ୍ତ ଗ୍ରାହକଙ୍କର ବୁକିଂ ହେବା ମାତ୍ରେ ୩୦ ରୁ ୪୫ ମିନିଟ ମଧ୍ୟରେ ସିଲିଣ୍ଡରକୁ ଘରେ ପହଞ୍ଚାଇ ପାରିବ। ଏହି ସର୍ଭିସକୁ ନେଇ ସରକାରୀ ତୈଳ କମ୍ପାନୀର କହିଛିକି,” ଏହା ଉପରେ କାମ ଆରମ୍ଭ ହୋଇଯାଇଛି। ଅତିଶୀଘ୍ର ଏହି ସେବାର ଅନ୍ତିମ ରୂପ ସାମ୍ନାକୁ ଆସିବ।”

Google

ଫେବୃୟାରୀ ୧ରୁ ଗ୍ରାହକଙ୍କୁ ମିଳିବ ସେବାର ଲାଭ:-

କମ୍ପାନୀ ଅଧିକାରୀଙ୍କୁ ସୂଚନା ଦେଇ କହିଲେକି , ଫେବୃୟାରୀ ୧ରୁ ଏହି ସେବାକୁ ଆରମ୍ଭ କରାଯିବ। କମ୍ପାନୀ ସେବାକୁ ଆରମ୍ଭ କରିବାର ଲାଗିଛନ୍ତି, ଅତିଶୀଘ୍ର ଏହି ସେବା ଗ୍ରାହକଙ୍କର ସୁବିଧା ପାଇଁ ଉପଲବ୍ଧ ରହିବ। ଆଇଓସି ଇଣ୍ଡେନ ବ୍ରାଣ୍ଡ ନାମରେ ସମସ୍ତ ଗ୍ରାହକଙ୍କୁ ସିଲିଣ୍ଡର ଦେଇଥାଏ।

ଆପଣଙ୍କୁ ଜଣାଇଦେଉଛୁକି, ସାରା ଦେଶରେ ୨୮କୋଟି ଗ୍ରାହକ ଏଲପିଜି ବ୍ୟବହାର କରିଥାନ୍ତି, ଯେତେବେଳେକି ୧୪କୋଟି ଲୋକ ଇଣ୍ଡେନ ଗ୍ଯାସ ବ୍ୟବହାର କରନ୍ତି। ଆଇଓସିର ଅଧିକାରୀ କହିଲେକି, କମ୍ପାନୀ ଦ୍ଵାରା କରାଯାଇଥିବା ଏହି ପ୍ରକ୍ରିୟା ଦ୍ଵାରା ଆମର ପ୍ରତିସ୍ପର୍ଦ୍ଧା କମ୍ପାନୀ ଠାରୁ ଏକ ଅଲଗା ପରିଚୟ ମିଳିପାରିବ।

ସର୍ଭିସ ପାଇଁ ଦେବାକୁ ହେବ ଅଧିକ ଚାର୍ଜ:-

ଆଇଓସି ମୁତାବିକ ତତ୍କାଳ ସେବାର ଲାଭ ଉଠାଇବାକୁ ହେଲେ ଗ୍ରାହକଙ୍କୁ ଅଧିକ ଚାର୍ଜ ଦେବାକୁ ହେବ। ଏହି ସେବାର ମୂଲ୍ୟ ବିଷୟରେ ବର୍ତ୍ତମାନ କୌଣସି ସୂଚନା ଦିଆଯାଇନାହିଁ, କିନ୍ତୁ ଅତିଶୀଘ୍ର କମ୍ପାନୀ ତରଫରୁ ତତ୍କାଳ ସେବା ପାଇଁ ଲାଗୁ ହେବାକୁ ଥିବା ଚାର୍ଜ ସମ୍ବନ୍ଧରେ ସୂଚନା ଦିଆଯିବ।

ଡିବିସି ଗ୍ରାହକଙ୍କୁ ଲାଭ:-

ଜଣାଇଦେଉଛୁକି, ଡବଲ ବଟଲ ସିଲିଣ୍ଡରରୁ ଗ୍ରାହକଙ୍କୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଗ୍ୟାସ ଶେଷ ହୋଇଯିବା ମାତ୍ରେ ସେମାନଙ୍କ ନିକଟରେ ଅନ୍ୟ ଏକ ସିଲିଣ୍ଡରର ସୁବିଧା ଥାଏ। କିନ୍ତୁ ସିଙ୍ଗେଲ ବଟଲ ସିଲିଣ୍ଡର ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁ ଗ୍ରାହକଙ୍କ ପାଖରେ ଡବଲ ବଟଲ୍ ସିଲିଣ୍ଡରର ସୁବିଧା ଅଛି, ସେମାନେ ତୈଳ କମ୍ପାନୀ ଦ୍ଵାରା ଦିଆଯାଉଥିବା ସେବାର ଲାଭକୁ ସହଜରେ ଉଠାଇପାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *