ପୁରୁଣା ୫ ଓ ୧୦ ଟଙ୍କିଆ ନୋଟ୍ ଫେରାଇନେବା ପାଇଁ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି

ପାଖରେ ୫ ଓ ୧୦ ଟଙ୍କିଆ ନୋଟ୍ ରଖିଛନ୍ତି କି? ଯଦି ରଖିଛନ୍ତି ଫେରାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଆସନ୍ତା ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କ ଏହି ନୋଟ୍ ଫେରାଇନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନୋଟ୍ ଗୁଡ଼ିକ ଅଚଳ କରିଦିଆଯିବ। ଏହା ବଦଳରେ ୫ ଓ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର କରାଯିବ। ରିଜର୍ଭ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ବି. ମହେଶଙ୍କ ତରଫରୁ ସୂଚନା ମିଳିଛି।

Google

ବି. ମହେଶ କହିଛନ୍ତି ଯେ, ୧୦ ଟଙ୍କିଆ ମୁଦ୍ରା ବାହାରିବାର ୧୫ ବର୍ଷ ପରେ ମଧ୍ୟ ବ୍ୟବସାୟୀ ମାନେ ଏହି ମୁଦ୍ରାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ଯାହାଦ୍ବାରା ବ୍ୟାଙ୍କ ଓ ଆରବିଆଇ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ମୁଦ୍ରା ବିଷୟରେ ବ୍ୟାପୁଥିବା ଗୁଜବ ବିଷୟରେ ବ୍ୟାଙ୍କ ଲୋକଙ୍କୁ ସଚେତନ କରାଇବା ଉଚିତ। ଏହା ସହିତ ବ୍ୟାଙ୍କ ଜନସାଧାରଣଙ୍କ ମଧ୍ୟରେ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର କରିବ ପାଇଁ ଉପାୟ ବାହାର କରିବା ଉଚିତ।

୨୦୧୯ରେ ଆରବିଆଇ ୧୦୦ ଟଙ୍କିଆ ନୋଟ ଜାରି କରିଥିଲେ। ୨୦୧୬ରେ ବିମୁଦ୍ରାୟନ ପରେ ୫୦୦ ଓ ୨ ହଜାର ଟଙ୍କିଆ ନୋଟ କାରବାର କରାଇଥିଲେ। ନୂତନ ୨୦ ଓ ୫୦ ଟଙ୍କିଆ ନୋଟ ମଧ୍ୟ ସରକାର ଛାପି ବଜାରରେ କାରବାରରେ ଲଗାଇଛନ୍ତି। କିନ୍ତୁ, ୫ ଓ ୧୦ ଟଙ୍କିଆ ମୁଦ୍ରାକୁ ନେଇ ବିଭିନ୍ନ ସମୟରେ ବିଭ୍ରାନ୍ତି ଦେଖା ଦେଉଛି। ଏକଟଙ୍କିଆ ଓ ଦୁଇଟଙ୍କିଆ ମୁଦ୍ରା ବ୍ୟବସାୟୀ ମାନେ ଗ୍ରହଣ କରୁନାହାନ୍ତି। ଏହି କାରଣ ପାଇଁ ଆରବିଆଇ ଏହି ସମ୍ପର୍କ ବିଷୟରେ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *