ନାସା ଜାରି କଲା ବୃହସ୍ପତି ଗ୍ରହର ଏକ ଅଦ୍ଭୁତ ଫୋଟ, ଉତ୍ତର ଓ ଦକ୍ଷିଣ ଅରୁଣୋଦୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା(ନାସା) ନିକଟରେ ଇନଷ୍ଟାଗ୍ରାମ ଏକାଉଣ୍ଟରେ ବୃହସ୍ପତି ଗ୍ରହର ଏକ ଅଦ୍ଭୁତ ଓ ରୋମାଞ୍ଚ ସୃଷ୍ଟି କରୁଥିବା ଫୋଟ ସେୟାର କରିଛି। ନାସାର ହବଲ ସ୍ପେସ ଟେଲିସ୍କୋପ ଇନଷ୍ଟା ଏକାଉଣ୍ଟରେ ସେୟାର କରାଯାଇଥିବା ଏହି ଫୋଟରେ ବୃହସ୍ପତି ଗ୍ରହର ଉତ୍ତର ଓ ଦକ୍ଷିଣ ଅରୁଣୋଦୟକୁ ଦେଖାଯାଇପାରିବ। ଆଶ୍ଚର୍ଯ୍ୟର କଥା ହେଇଛିକି ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଫୋଟଗୁଡିକ ପ୍ରତି ଲୋକମାନେ ଆକର୍ଷିତ ହେଉଛନ୍ତି, କିନ୍ତୁ ଏହି ଫୋଟଟି ୨୩ବର୍ଷର ପୁରୁଣା ଫୋଟ ଅଟେ।

Google

ବୃହସ୍ପତି ଗ୍ରହର ଉତ୍ତର ଓ ଦକ୍ଷିଣ ଅଂଶର ଅରୁଣୋଦୟର ଫୋଟ ସେୟାର କରି ନାସା କ୍ୟାପ୍ସନରେ ଲେଖିଲା,”ଏହି ଫୋଟକୁ ୨୩ ବର୍ଷ ପୂର୍ବେ ଏହି ମାସ ଜାରୀ କରାଯାଇଥିଲା। ବୃହସ୍ପତିର ଉତ୍ତର ଓ ଦକ୍ଷିଣ ଅରୁଣୋଦୟର ଏହି ଦୃଶ୍ୟକୁ ହବଲ ଦ୍ଵାରା ଅତି ବାଇଗଣି ରଶ୍ମୀ ଦ୍ଵାରା ନିଆଯାଇଥିଲା। ଅରୁଣୋଦୟ ବୃହସ୍ପତିର ଉପର ବାତାବରଣରେ ଆଲୋକର ଏକ ଚମତ୍କାର ପରଦା ରହିଛି।

ଜଣାଇଦେଉଛୁକି ଗୁରୁବାର ନାସା ଦ୍ଵାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଫୋଟ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୧୭ହଜାର ଲାଇକ ଆସି ସାରିଛି। ଏହା ସହିତ ୟୁଜର୍ସ ଫୋଟରେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି। ଲୋକମାନେ ଅନ୍ତରୀକ୍ଷର ଏହି ଫୋଟକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *