ଆଇପିଏଲ ୨୦୨୧:ବିରାଟ କୋହଲିଙ୍କୁ ସିଧାସଳଖ ଟାର୍ଗେଟ କଲେ ଗୌତମ ଗମ୍ଭୀର, ୮ ବର୍ଷ ଧରି ବିନା କୌଣସି ଟ୍ରଫିରେ ଅଧିନାୟକତ୍ଵ କେମିତି କରୁଛନ୍ତି ବିରାଟ କୋହଲି ! ଜାଣନ୍ତୁ ଗମ୍ଭୀର କଣ କଣ କହିଲେ ?

ଆଇପିଏଲ ୨୦୨୧ ସିଜିନ ପାଇଁ ସମସ୍ତ ଫ୍ରାଞ୍ଚାଇଜ ବର୍ତ୍ତମାନରୁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଓ ଖେଳାଳିଙ୍କୁ ମୁକ୍ତ ଓ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଲେଣି। ଜଣାଇଦେଉଛୁକି ଆଇପିଏଲ ୨୦୨୧ର ଆୟୋଜନ ଏହି ବର୍ଷ ଏପ୍ରିଲରେ ଭାରତରେ କରାଯିବ।

ଗମ୍ଭୀର ଇତି ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି। ଗମ୍ଭୀର ଷ୍ଟାର ସ୍ପୋର୍ଟସର ଶୋ ‘ କ୍ରିକେଟ କନେକ୍ଟଡ୍’ ସହ କଥାବାର୍ତ୍ତା କରୁଥିବା ସମୟରେ କହିଲେକି,” ଆଠ ବର୍ଷ ଧରି ଆପଣ ଗୋଟିଏ ମଧ୍ୟ ଟ୍ରଫି ଜିତିନାହାନ୍ତି। ମୋତେ କୁହନ୍ତୁ ଏମିତି କେଉଁ ଅଧିନାୟକ ଅଛନ୍ତି। ଅଧିନାୟକ ଛାଡନ୍ତୁ ଏମିତି କେଉଁ ଖେଳାଳି ଅଛନ୍ତି ଯିଏକି ଆଠ ବର୍ଷ ଧରି ବିନା କୌଣସି ଟାଇଟଲ ଜିତି ଖେଳୁଛନ୍ତି।

Google

ଗମ୍ଭୀର କହିଲେକି,” ଏହି ବିଫଳତା ପାଇଁ ଅଧିନାୟକକୁ ଉତ୍ତର ଦେବା ଉଚିତ। ମୁଁ କୋହଲିଙ୍କ ବିରୁଦ୍ଧରେ କିଛି କହିବାକୁ ଚାହେଁ ନାହିଁ, କିନ୍ତୁ କୋହଲି ଆଗକୁ ଆସି କହିବା ଦରକାରକି ହଁ ଏଥିପାଇଁ ମୁଁ ଦାୟୀ ଅଟେ।

ଆଇପିଏଲ ୨୦୨୧ ସିଜିନ ପାଇଁ ଖେଳାଳିଙ୍କର ବଡ଼ ନିଲାମୀ ଫେବୃୟାରୀରେ ହେବ। ଏହା ପୂର୍ବରୁ ସମସ୍ତ ଦଳ ନିଜ ନିଜ ହିସାବରେ ଖେଳାଳିଙ୍କୁ ମୁକ୍ତ ଓ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଯାହାଦ୍ଵାରା ସେମାନେ ନିଲାମୀରେ ଅତି ସହଜରେ ଭାଗ ନେଇପାରିବେ।

ବିରାଟ କୋହଲିଙ୍କ ଅଧିନାୟକତ୍ଵ ଦଳ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗାଲୋର ନିକଟରେ ୧୦ଜଣ ଖେଳାଳିଙ୍କୁ ମୁକ୍ତ କରିଛି। ମୁକ୍ତ କରାଯାଇଥିବା ଖେଳାଳିଙ୍କ ସୂଚୀରେ କ୍ରିସ ମୋରିସ, ଏରୋନ ଫିଞ୍ଚ, ମୋଇନ ଅଲ୍ଲୀ, ଇଶ୍ରୁ ଉଡାନ, ଡେଲ ଷ୍ଟେନ, ଶିବମ ଦୁବେ, ଉମେଶ ଯାଦବ, ପବନ ନେଗୀ, ଗୁର କିରତ ସିଂ ମାନ ଓ ପାର୍ଥିବ ପଟେଲଙ୍କ ନାମ ସାମିଲ ଅଛି।

ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗାଲୋର ଦଳ ବହୁଳ ମାତ୍ରାରେ ଖେଳାଳି ମାନଙ୍କୁ ରିଲିଜ କରିବା ପରେ ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଫ୍ରାଞ୍ଚାଇଜକୁ ନିନ୍ଦା କରିଛନ୍ତି।

ଗୌତମ ଗମ୍ଭୀର ଷ୍ଟାର ସ୍ପୋର୍ଟସର ଶୋ “କ୍ରିକେଟ କନେକ୍ତେଡ” ସହ କଥାବାର୍ତ୍ତା କରୁଥିବା ସମୟରେ କହିଲେ, ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗାଲୋର ସହିତ ସବୁଠୁ ବଡ଼ ସମସ୍ୟା ହେଉଛି, ପ୍ରତ୍ୟେକ ବର୍ଷ ବଡ଼ ବଡ଼ ପରିବର୍ତ୍ତନ କରିବା। ଏଥିରୁ ଖେଳାଳି ଅସୁରକ୍ଷିତ ଅନୁଭବ କରନ୍ତି.”

ଗମ୍ଭୀର କହିଲେ,” ପ୍ରଶ୍ନ କେବଳ ୧୦ଜଣ ଖେଳାଳିଙ୍କୁ ମୁକ୍ତ କରିବା କଥା ନୁହଁ। ମାନି ନିଅନ୍ତୁ ଆପଣ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିନେଲେ ଓ ଏକ ଖରାପ ସିଜିନ ପରେ ତାଙ୍କୁ ମୁକ୍ତ କରିଦେଲେ। ବାସ୍ତବରେ ଏହା କୋଚ୍ ଓ ମେଣ୍ଟରର ସମସ୍ୟା ଅଟେ।”

Google

ଗୌତମ ଗମ୍ଭୀର ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସଙ୍କ ରିଲିଜ କରିବାକୁ ନେଇ ସବୁଠୁ ଅଧିକ ଆଶ୍ଚର୍ଯ୍ୟ ହେଲେ। ଗୌତମ ଗମ୍ଭୀର କହିଲେ,” କ୍ରିସ ମୋରିସଙ୍କୁ ଆପଣ ବାହାର କରିଦେଲେ। ଆପଣ ତାଙ୍କୁ ବହୁତ ବିଶ୍ବାସ କରୁଥିଲେ। ଦେଖିବାକୁ ଗଲେ କ୍ରିସ ମୋରିସଙ୍କ ଏହି ସିଜିନଟି ଏତେ ଖରାପ ଯାଇନଥିଲା। ସେ ଭଲ ବୋଲିଂ କରିଥିଲେ। ଏହି କଥା ହୁଏତ ଉମେଶ ଯାଦବଙ୍କ ଉପରେ ଲାଗୁ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *