ଆଇପିଏଲ ୨୦୨୧: ଏହି ତାରିଖରେ ହେବ ଖେଳାଳିଙ୍କର ନିଲାମ, ଅନେକ କ୍ରିକେଟର ଖୋଲିବ ଭାଗ୍ୟ,ଜାଣନ୍ତୁ ପୁରା ଖବର

ଇଣ୍ଡିଆନ ପ୍ରିମିୟର ଲିଗ(ଆଇ ପିଏଲ) ୨୦୨୧ ସିଜିନ ପାଇଁ ଖେଳାଳିଙ୍କ ନିଲାମୀ ଫେବୃୟାରୀ ୧୮ରେ ହୋଇପାରେ। ବିସିସିଆଇ (ଭାରତୀୟ କ୍ରିକେଟ ବୋର୍ଡ)ର ଅଧିକାରୀ ଶୁକ୍ରବାର ଦିନ ପିଟିଆଇରେ ଏହି ବିଷୟରେ ସୂଚନା ଦେଇଛନ୍ତି। ଅଧିକାରୀ କହିଲେକି,” ନିଲାମୀ ୧୮ ଫେବୃୟାରୀକୁ ହୋଇପାରେ। ଏଥିପାଇଁ ନିଷ୍ପତ୍ତି ନିଆଯିବା ବର୍ତ୍ତମାନ ମଧ୍ୟ ବାକି ଅଛି।” ବିସିସିଆଇକୁ ବର୍ତ୍ତମାନ ଏହି ନିଷ୍ପତ୍ତି ନେବାର ଅଛିକି ଆଗାମୀ ଆଇପିଏଲ ଭାରତରେ ହେବ କି ନାହିଁ।

ବୋର୍ଡର ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି କହିଲେକି ଏହି ଆୟୋଜନକୁ ଘରୋଇ ପଡ଼ିଆରେ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ। କରୋନା ଭାଇରସ ମହାମାରୀ କାରଣରୁ ୨୦୨୦ରେ ଆୟୋଜନକୁ ସଂଯୁକ୍ତ ଆରବ ଏମିରଟରେ କରାଯାଇଥିଲା।

ଆଗାମୀ ମାସରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜର ସୁଗମ ଆଚରଣ ଏହି ଆକର୍ଷକ ଲିଗ୍ ଭାରତରେ ଅନୁଷ୍ଠିତ ହେବ। ଖେଳାଳିମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ଶେଷ ତାରିଖ ଜାନୁଆରୀ ୨୦ ଥିଲାବେଳେ ଫେବୃଆରୀ ୪ ପର୍ଯ୍ୟନ୍ତ ଟ୍ରେଡିଂ ୱିଣ୍ଡୋ (ଗୋଟିଏ ଦଳରୁ ଅନ୍ୟ ଦଳକୁ ଖେଳାଳିଙ୍କ ସ୍ଥାନାନ୍ତର) ଜାରି ରହିବ।

Google

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ ୨୦୨୧) ଫେବୃୟାରୀରେ ହେବାକୁ ଅଛି। ଏହି ଅକ୍ସନରେ ପ୍ରଥମେ ଅନେକ ଦଳ ତାଙ୍କର କିଛି ଖେଳାଳିଙ୍କୁ ରିଲିଜ କରିଛନ୍ତି। ହରଭଜନ ସିଂ ଙ୍କୁ ଚେନ୍ନାଇ ସୁପର କିଙ୍ଗସ ମୁକ୍ତ କରିଦେଇଛି। ସେହିପରି ଷ୍ଟିଭ ସ୍ମିଥଙ୍କୁ ରାଜସ୍ଥାନ ରୟାଲ୍ସ ବାହାର କରିଦେଇଛି। ଏହି ମୁକ୍ତ ସୂଚୀରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସ ୱେଲ(କିଙ୍ଗସ ଇଲେଭେନ ପଞ୍ଜାବ)ଙ୍କ ପରି ଦିଗ୍ଗଜ ମଧ୍ୟ ସାମିଲ ଅଛନ୍ତି।

ଅକ୍ସନ ପୂର୍ବରୁ ବିଭିନ୍ନ ଫ୍ରାଞ୍ଚାଇଜ ଦ୍ଵାରା ଜାରୀ କରାଯାଇଥିବା ଖେଳାଳି ଙ୍କ ସୂଚୀ ଏହି ପ୍ରକାର:-

ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର(ଆରସିବି): ୧୦ ଜଣ ଖେଳାଳି 

ଗୁରକିରତ ସିଂ ମାନ, ମୋଇନ ଅଲ୍ଲୀ, ପାର୍ଥିବ ପଟେଲ(କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସନ୍ୟାସ ନେଇସାରିଛନ୍ତି), ପବନ ନେଗୀ, ଶିବମ ଦୁବେ, ଉମେଶ ଯାଦବ, ଏରୋନ ଫିଞ୍ଚ, କ୍ରିସ ମୋରିସ, ଡେଲ ଷ୍ଟେନ, ଇସରୁ ଉଡ଼ାନ

ଦଳ ପାଖରେ ବଳକା ରାଶି: ୩୫.୭୦ କୋଟି

ଚେନ୍ନାଇ ସୁପର କିଙ୍ଗସ(ସିଏସକେ): ୬ ଜଣ ଖେଳାଳି

ଶେନ ୱାଟସନ(ସନ୍ୟାସ ନେଇସାରିଛନ୍ତି), ମୁରଲୀ ବିଜୟ, କେଦାର ଯାଦବ, ହରଭଜନ ସିଂ, ପୀୟୂଷ ଚୱାଲା, ମୋନୁ ସିଂ

ଦଳ ପାଖରେ ବଳକା ରାଶି: ୨୨.୯୦ କୋଟି

ରାଜସ୍ଥାନ ରୟାଲ୍ସ(ଆରଆର): ୮ଜଣ ଖେଳାଳି

ଷ୍ଟିଭ ସ୍ମିଥ, ଅଙ୍କିତ ରାଜପୁତ, ଓଶାନେ ଥମାସ, ଆକାଶ ସିଂ, ବରୁଣ ଆରୋନ, ଟମ କୁରେନ, ଅନିରୁଦ୍ଦ ଜୋଶୀ, ଶଶାଙ୍କ ସିଂ

ଦଳ ପାଖରେ ବଳକା ରାଶି: ୩୪.୮୫ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ(ଡିସି): ୬ଜଣ ଖେଳାଳି

ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କିମୋ ପୋଲ, ସନ୍ଦିପ ଲାମିଛେନ, ଏଲେକ୍ସ କ୍ୟାରୀ, ଜେସନ ରୟ

ଦଳ ପାଖରେ ବଳକା ରାଶି: ୧୨.୮ କୋଟି

ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ): ୫ଜଣ ଖେଳାଳି

ବିଲି ଷ୍ଟେନଲକ, ଫାବିୟନ ଏଲେନ, ସଞ୍ଜୟ ଯାଦବ, ବି ସନ୍ଦିପ, ପୃଥ୍ବୀ ରାଜ

ଦଳ ପାଖରେ ବଳକା ରାଶି: ୧୦.୭୫ କୋଟି

କିଙ୍ଗସ ଇଲେଭେନ ପଞ୍ଜାବ(କେଏକ୍ସଆଇପି): ୯ଜଣ ଖେଳାଳି

ଗ୍ଲେନ ମ୍ୟାକ୍ସୱେଲ, ସେଳ୍ଦନ କୋଟ୍ରେଲ, କେ ଗୌତମ, ମୁଜୀବ ଉର ରହମାନ, ଜେମୀ ନିଶାମ, ହାର୍ଡସ ବିଲଜାନେ, କରୁଣ ନାୟାର, ଜଗଦୀଶ ସୂଚିତ, ତେଜିନ୍ଦର ସିଂ

ଦଳ ପାଖରେ ବଳକା ରାଶି: ୫୩.୨ କୋଟି

Google

ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ): ୭ଜଣ ଖେଳାଳି 

ଲାସିଥ ମାଲିଙ୍ଗା, ନାଥାନ କୁଲ୍ଟର ନାଇଲ, ଜେମ୍ସ ପେଟିସନ, ଶେରଫାନେ ରଦରଫର୍ଡ, ମିଚେଲ ମ୍ୟାକଲଙ୍ଘନ, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଳବନ୍ତ ରାୟ

ଦଳ ପାଖରେ ବଳକା ରାଶି: ୧୫.୩୫ କୋଟି

କୋଲକାତା ନାଇଟ ରାଇଡ଼ର୍ସ(କେକେଆର): ୬ଜଣ ଖେଳାଳି

ନିଖିଲ ନାୟକ, ସିଦ୍ଦେଶ ଲାଡ, ଏମ ସିଦ୍ଦାର୍ଥ, ଟମ ବଟନ, କ୍ରିସ ଗ୍ରୀନ, ହ୍ୟାରୀ ଗର୍ନୀ

ଦଳ ପାଖରେ ବଳକା ରାଶି: ୧୦.୮୫ କୋଟି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *