ହୋଟେଲ ଦେଉଛି ଅଫର : ଯଦି ଏକଘଣ୍ଟାରେ ଖାଇବେ ଏତିକି ଖାଦ୍ୟ ତାହେଲେ ଉପହାରରେ ମିଳିବ ରୟାଲ ଏନଫିଲଡ଼ ବାଇକ,ଜାଣନ୍ତୁ ପୁରା ଖବର

ପ୍ରାୟତଃ ଖାଇବା ଓ ପିଇବାକୁ ନେଇ ଚାଲେଞ୍ଜ ଦେଖିବାକୁ ମିଳିଥାଏ । କେହି ଗୁପଚୁପ ଖାଇବା ଚାଲେଞ୍ଜ କରିଥାନ୍ତି ତ କେହି କିଛି ଜିନିଷ ଖାଇବାରେ ଚାଲେଞ୍ଜ କରିଥାନ୍ତି । ଏମିତି ହିଁ ଏକ ଚାଲେଞ୍ଜ ପୁନେର ଗୋଟିଏ ରେଷ୍ଟୁରାଣ୍ଟ ଆରମ୍ଭ କରିଦେଇଛି । ପୁନେର ଏହି ଶିବରାଜ ହୋଟେଲ ଘୋଷଣା କରିଛି କି, ଯିଏ ଏକ ଥାଳିରେ ଥିବା ଖାଦ୍ୟକୁ ଏକଘଣ୍ଟା ମଧ୍ୟରେ ଶେଷ କରିବ ଉପହାର ସ୍ୱରୂପ ସେହି ବ୍ୟକ୍ତିକୁ ଏକ ନୂଆ ରୟାଲ ଏନଫିଲଡ଼ ବୁଲେଟ ମିଳିବ ।

Google

ଶିବରାଜ ହୋଟେଲ ମାଲିକ ଅତୁଲ ୱାଇକର ଲୋକଙ୍କୁ ହୋଟେଲ ଆଡ଼କୁ ଆକର୍ଷିତ କରିବା ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଏହା ଅନୁସାରେ, ହୋଟେଲରେ ଏକ ବଡ଼ ବୁଲେଟ ଥାଳି ପ୍ରସ୍ତୁତ କରାଯାଇଛି । ଯେଉଁଥିରେ 4 କିଲୋ ଓଜନର ଖାଇବା ରଖାଯାଇଛି । ଉପହାର ଜିତିବା ଲୋକକୁ ଏହି ଥାଳି ଏକଘଣ୍ଟା ମଧ୍ୟରେ ଖାଇବାକୁ ହେବ । ଉପହାର ସ୍ୱରୂପ ତାଙ୍କୁ 1.65 ଲକ୍ଷ ଟଙ୍କାର ବୁଲେଟ ତାଙ୍କୁ ଦିଆଯିବ ।

ଲୋକଙ୍କୁ ଉପହାର ବିଷୟରେ ଜଣାଇବା ପାଇଁ ଏହି ରେଷ୍ଟୁରାଣ୍ଟ 5ଟି ନୂଆ ରୟାଲ ଏନଫିଲଡ଼ ବାଇକ ଆଣି ନିଜ ପାଖରେ ରଖିସାରିଛି । ଏହାସହ ମେନ୍ୟୁ କାର୍ଡ଼ ଓ ପୋଷ୍ଟର ବିଷୟରେ କୁହାଯାଇଛି । ଏହି ବୁଲେଟ ଥାଳିରେ ସମସ୍ତ ପ୍ରକାର ନନଭେଜ ଆଇଟମ ମିଳିବ । ଏଥିରେ ମୋଟ 12 ଟି ବ୍ୟଞ୍ଜନ ରହିଛି । ଯାହାର ଓଜନ 4 କିଲୋଗ୍ରାମ ଅଟେ, ଏହାକୁ 55 ଜଣ ଲୋକ ମିଳିତ ଭାବରେ ପ୍ରସ୍ତୁତ କରିଥାନ୍ତି । ଏଥିରେ ଫ୍ରାଇ ସୁରାଇ, ଫ୍ରାଇ ଫିଶ, ଚିକେନ୍ ତାନ୍ଦୂରୀ, ଡ୍ରାଇ ମଟନ, ଶୁଖିଲା ମଟନ, ଚିକେନ୍ ମସାଲା ଓ ପ୍ରନ ବିରିୟାନୀ ସାମିଲ ରହିଛି ।

ଶିବରାଜ ହୋଟେଲ ମାଲିକ ଅତୁଲଙ୍କ କହିବା ହେଉଛି, ଏହି ଖାଇବା ଥାଳିର ଦାମ 2500 ଟଙ୍କା, ଯାହାକି 8 ବର୍ଷ ପୂର୍ବରୁ ଖୋଲିଥିଲା । ଏହାପୂର୍ବରୁ ମଧ୍ୟ ହୋଟେଲ କେତେକ ଭଲ ଅଫର ଦେଇଥାଏ । ଏହାପୂର୍ବରୁ ଏକ ରାବଣ ଥାଳି ମଧ୍ୟ ଏଠାରେ ଲଗାଯାଇଥିଲା । ଏହାର ଓଜନ 8 କିଲୋ ଥିଲା ଓ ଏହାକୁ 5 ଘଣ୍ଟା ମଧ୍ୟରେ ଶେଷ କଲେ 5 ହଜାର ଟଙ୍କା ନଗଦ ପୁରଷ୍କାର ଦିଆଯାଉଥିଲା । ଜଣାଇଦେଉଛୁ କି, ବୁଲେଟ ଥାଳିକୁ ଏବେପର୍ଯ୍ୟନ୍ତ ଜଣେ ଗ୍ରାହକ ଶେଷ କରିଛନ୍ତି ଯିଏକି ସୋଲାପୂରର ଅଟନ୍ତି ଓ ତାଙ୍କୁ ଉପହାର ସ୍ୱରୂପ ବୁଲେଟ ଦିଆଯାଇଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *