ଇତିହାସ ରଚିଲେ ଡାକ୍ତର : ୧୬ ମାସର ଛୁଆର ନାକରୁ ମିଳିଲା ବ୍ରେନ ଟ୍ୟୁମର,ଦୁନିଆର ସବୁଠାରୁ କମ ବୟସରେ ହେଲା ଏମିତି ଅପରେସନ,ଜାଣନ୍ତୁ ପୁରା ଘଟଣା

ପିଜିଆଇଏମଇଆର୍ ଚଣ୍ଡିଗଡର ଏଣ୍ଡୋସ୍କୋପିକ ସର୍ଜନ ଏକ ୧୬ ମାସର ଛୋଟ ଛୁଆ ଅମାୟରାର କେଲ୍ସିକୃତ ବ୍ରେନ ଟ୍ୟୁମରର ଉପଚାର କରି ଇତିହାସ ରଚିଛନ୍ତି|ଡାକ୍ତରଙ୍କ କହିବାନୁଯାୟୀ ଅମାୟାରା ନ୍ୟୁରୋଏଣ୍ଡୋସ୍କୋପି ହୋଇଥିବା ସବୁଠାରୁ ଛୋଟ ଶିଶୁ ଯେଉଁଥିରେ ତାଙ୍କର ନାକପଟେ ଟ୍ୟୁମର ବାହାର କରାଗଲା|

ଏହି ଦୁର୍ଲ୍ଲଭ ଅପରେସନ ଡାକ୍ତର ଧନ୍ଦାପାଣି ଏସଏସ୍, ଡାକ୍ତର ସୁଶାନ୍ତ ନ୍ୟୁରୋସର୍ଜରୀ ଡିପାର୍ଟମେଣ୍ଟର ଥିଲାବେଳେ ଡାକ୍ତର ରିଜୁନିତା ଇଏନଟିର ଥିଲେ|

ଅମାୟାରା ଉତ୍ତରାଖଣ୍ଡର ଅଧିବାସୀ|୨୦ଦିନ ପୂର୍ବରୁ ସେ ନିଜ ମାଙ୍କୁ ଭଲରେ ରେସପନ୍ସ କରୁନଥିଲେ, ତାଙ୍କୁ ଦେଖିବାକୁ ମଧ୍ୟ କଷ୍ଟ ହେଉଥିଲା|ଯେତେବେଳେ ତାର ଏମଆରଆଇ କରାଗଲା ତେବେ ୩ ସେମିର ଟ୍ୟୁମର ,କ୍ରୋନିଆ ଫରେଞ୍ଜିଓନୋମା ଅପଟିକ ନର୍ଭ ଓ ହାଇପୋଥାଲାମସ୍ ପାଖରେ ଥିଲା ଯାହା ଏକ ବର୍ଷୀୟ ଛୁଆ ହିସାବରେ ବହୁତ ବଡ|

Google

ଡାକ୍ତର କହିଛନ୍ତି ଯେ ଏହି ପ୍ରକାରର ଟ୍ୟୁମରକୁ ସର୍ଜରୀ ଦ୍ୱାରା ବାହାର କରାଯାଏ ଓ ବାକି ଭାଗ ରେଡିଏସନ ଥେରାପି ମାଧ୍ୟମରେ କରାଯାଏ, କିନ୍ତୁ ଏମିତି ଅପରେସନ ନାକଦେଇ କରାଯାଇଛି|ଏହି ପ୍ରକାରର ଅପରେସନରେ ଏହା ସବୁଠାରୁ ଛୋଟ ଛୁଆ|

ଛୋଟ ଛୁଆର ନାକଦେଇ ଟ୍ୟୁମର ଵାହାର କରିବା ବହୁ ଚ୍ୟାଲେଞ୍ଜିଙ୍ଗ କାମ ,ଯାହାର ନାକ ବହୁତ ଛୋଟ,ହାଡ ଅଳ୍ପ ବିକଶିତ ହୋଇଥାଏ, ରକ୍ତ ନଳୀ ପାଖାପାଖି ରହିଥାଏ|ଏହି ଅପରେସନ ସମୟରେ ଛୋଟ ଉପକରଣ ବ୍ୟବହାର କରାଯାଇଥିଲା|

ଡାକ୍ତର ସୁଶାନ୍ତଙ୍କ କହିବାନୁଯାୟୀ ଟ୍ୟୁମର ପର୍ଯ୍ୟନ୍ତ ପହଞ୍ଚିବା ଵଡ ମୁସ୍କିଲ ଥିଲା, କାରଣ ନାକ ଓ ହାଡ ପରିପକ୍ୱ ନଥିଲା|ସର୍ଜରୀ ଏଥିପାଇଁ କଷ୍ଟକର ଥିଲା ବ୍ରେନ ଟ୍ୟୁମର ହଟାଇବା ସମୟରେ ନାକରୁ ବ୍ରେନ ଫ୍ଲୁଡ ଲିକ ହେଵା ସମ୍ଭାବନା ରହିଥିଲା|

Google

କିନ୍ତୁ ୬ଘଣ୍ଟାର ଲମ୍ବା ଅବଧିରେ ଏହି ଅପରେସନ ଡାକ୍ତରଙ୍କ ଦ୍ଵାରା ସଫଳ ସାବ୍ୟସ୍ତ ହୋଇଥିଲା|ସର୍ଜରୀର ୧୦ଦିନ ପରେ ଛୁଆ ରିକଭର କରୁଛି, ତାର ଦୃଷ୍ଟିଶକ୍ତି ଠିକ୍ ରହିଛି ଓ ସିଟି ସ୍କାନ ରିପୋର୍ଟ ଅନୁସାରେ ନର୍ମାଲ ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *