ଯଦି ଆପଣଙ୍କ ପିଲା ଅଧିକ ଟିଭି ଦେଖୁଥାଏ କିମ୍ବା ମୋବାଇଲ ଚଳାଉଥାଏ ତେବେ ସାବଧାନ ହୋଇଯାନ୍ତୁ, ହୋଇପାରେ ଏହି ଅସୁବିଧା,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଆଜିକାଲିର ପିଲାମାନେ କୌଶଳ ସହିତ ପାଦ ମିଶାଇ ଚାଲୁଛନ୍ତି। ବଡ଼ ଲୋକଙ୍କ ଅପେକ୍ଷା ସେମାନଙ୍କୁ ଅଧିକ ଜଣାଥାଏ କି ଫୋନରେ କଣ ଜିନିଷ ଅଛି, କେମିତି ନୂଆ ନୂଆ ପ୍ରକାର ଗେମ ମାର୍କେଟରେ ଆସୁଅଛି। ଏହିସବୁ ହୋଇଥାଏ ଦିନସାରା ମୋବାଇଲ, ଟିଭି କିମ୍ବା କମ୍ୟୁଟର ବ୍ୟବହାର କରିବା ଦ୍ଵାରା। କିନ୍ତୁ ଆପଣ ଜାଣିଛନ୍ତିକି ଯଦି ଆପଣଙ୍କ ପିଲା ଅଧିକ ମୋବାଇଲ, ଟିଭି କିମ୍ବା କମ୍ୟୁଟର ବ୍ୟବହାର କରନ୍ତି ତେବେ ଏହା ସେମାନଙ୍କ ପାଇଁ ଭଲ ସଂକେତ ନୁହେଁ ଏହା ଏକ ଅନୁସନ୍ଧାନରୁ ଜଣା ପଡ଼ିଛି। ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ।

ଆମେରିକାର କାର୍ଲିଫର୍ନିଆ ସ୍ଥିତ ମେମୋରିଆଲ କେୟାର ଓରେଞ୍ଜ କୋଷ୍ଟ ମେଡିକାଲ ସେଣ୍ଟରର ଅନୁସନ୍ଧାନକର୍ତ୍ତାଙ୍କ ମୁତାବିକ, ଯଦି କୌଣସି ପିଲା ଦିନସାରା ତିନି ଘଣ୍ଟାରୁ ଅଧିକ କୌଣସି ପ୍ରକାର ସ୍କ୍ରିନ୍ ସମ୍ମୁଖରେ ବସିରହେ ତେବେ ଏହାର ପ୍ରଭାବ ଆଖି ଉପରେ ପଡ଼ିଥାଏ। ଏହା ସହିତ ମାନସିକ ସ୍ବାସ୍ଥ୍ୟ, ଶିଖିବା-ବୁଝିବା, ଜିନିଷ ମନେ ରଖିବା ଓ ସମ୍ପର୍କ ନିଭାଇବା ଭଳି ସ୍ଥିତି ଉଚିତ୍ ରୁହେନାହିଁ। ଆଜିକାଲିର ଲୋକମାନେ ପାଞ୍ଚରୁ ସାତ ଘଣ୍ଟା ରୁ ସ୍କ୍ରିନ ସମ୍ମୁଖରେ ବସି କାମ କରନ୍ତି। ତାଙ୍କ ମଧ୍ୟରେ ଅସ୍ଥିରତା, ଦୁଃଖ ଭଳି ଅନେକ ଜିନିଷ ବଢିଯାଏ। ସେଥିପାଇଁ ଏହାର କମ ବ୍ୟବହାର କରିବାକୁ କୁହାଯାଏ।

Google

ହୋଇପାରେ ଏହି ବିପଦ:-

ମୁଖ୍ୟ ଅନୁସନ୍ଧାନ କର୍ତ୍ତା ଡାକ୍ତର ଜୀନାପୋଜନରଙ୍କ କହିବା ଅନୁସାରେ ଯଦି ପିଲା ସ୍କ୍ରିନ୍ ଉପରେ ଅଧିକ ସମୟ ବିତାଉଛନ୍ତି ତେବେ ଏଥିରୁ ସେମାନଙ୍କର ମୋଟାପା ବଢିବାର ବିପଦ ଅଛି। ଏଥିପାଇଁ ସେ ମେୟୋ କ୍ଲିନିକର ସେହି ଅଧ୍ୟୟନ ବିଷୟରେ କହିଲେ, ଯେଉଁଥିରେ ସ୍କ୍ରିନର ବ୍ୟବହାର ପ୍ରତ୍ୟେକ ଦୁଇ ଘଣ୍ଟାରେ ମୋଟାପା ବଢିବାର ଆଶଙ୍କା ୨୩ପ୍ରତିଶତ ଅଛି। ସେଥିପାଇଁ ବିଶେଷଜ୍ଞ ମାନେ କୁହନ୍ତିକି ପିଲାଙ୍କୁ ସ୍କ୍ରିନର ବ୍ୟବହାର କମ କରିବା ଉଚିତ। ଅଧିକ ଆବଶ୍ୟକ ହେଲେ ବ୍ୟବହାର କରିବା ଦରକାର।

ଡାକ୍ତର ପୋଜନର ଏହା କହିଲେକି ସ୍କ୍ରିନରୁ ବାହାରୁଥିବା ଅତି ବାଇଗଣୀ ରଶ୍ମିରୁ ନିଦ୍ରା ହରମୋନ ମେଲାଟୋନିନ ଉତ୍ପାଦନ ବନ୍ଦ ହୋଇଯାଏ। ଏହି କାରଣରୁ ପିଲାଙ୍କୁ ନୀଦ ହେବାରେ ବହୁତ ଅସୁବିଧା ହୁଏ। ଏହା ସହିତ ପିଲାମାନେ ସକାଳୁ ଉଠିବା ମାତ୍ରେ ତାଜା ଅନୁଭବ କରନ୍ତି ନାହିଁ। କାରଣ ସେମାନେ ଅଧା ନିଦରୁ ଉଠିଥାନ୍ତି। ଏହାର ସିଧାସଳଖ ପ୍ରଭାବ ତାଙ୍କର ଯୁକ୍ତି ଯୁକ୍ତ କ୍ଷମତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ। ପୋଜନରଙ୍କ ମୁତାବିକ, ଶୁଇବାର ଦୁଇ ଘଣ୍ଟା ପୂର୍ବରୁ ପିଲାଙ୍କୁ ସ୍କ୍ରିନର ବ୍ୟବହାର କରିବା ଅନୁଚିତ।

Google

୨୦୧୮ ମସିହାରେ ପ୍ରକାଶିତ ଏକ ବ୍ରିଟିଶ ଅଧ୍ୟୟନରେ ଡାକ୍ତର ପୋଜନର କହିଥିଲେକି ଯେଉଁ ପିଲାମାନେ ଘଣ୍ଟାଏ ପର୍ଯ୍ୟନ୍ତ ସ୍କ୍ରିନ ସମ୍ମୁଖରେ ବସି ରୁହନ୍ତି ଓ ସ୍କ୍ରିନର ବ୍ୟବହାର କରନ୍ତି। ତାଙ୍କର ପିଠିରେ ବଥା, ଅଣ୍ଟାରେ ବଥା, ମୁଣ୍ଡ ବଥା ପରି ଅନେକ ଅସୁବିଧା ଦେଖାଯାଏ। ଯେତେବେଳେ ପିଲାମାନେ ସ୍କ୍ରିନକୁ ଦେଖନ୍ତି ସେତେବେଳେ ସେମାନେ ମୁଣ୍ଡକୁ ନୁଆଇଁ ଦିଅନ୍ତି। ଏହା ଦ୍ବାରା ତାଙ୍କର ମେରୁଦଣ୍ଡର ହାଡ଼ ଉପରେ ଅତିରିକ୍ତ ଭାର ପଡେ, ଯେଉଁ କାରଣରୁ ପିଲାମାନଙ୍କୁ ଏହିସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସେଥିପାଇଁ ଚେଷ୍ଟା କରିବା ଉଚିତକି ପିଲାମାନଙ୍କୁ କମ ସ୍କ୍ରିନ ବ୍ୟବହାର କରିବାକୁ ଦିଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *