ଅଷ୍ଟ୍ରେଲିଆରୁ ଫେରିବା ମାତ୍ରେ ମହମ୍ମଦ ସୀରାଜ କିଣିଲେ ବିଏମଡବ୍ଲୁ କାର

“ଫର୍ଶ ସେ ଅର୍ଶ” ପର୍ଯ୍ୟନ୍ତ ଯାତ୍ରା ନିର୍ଦ୍ଧାରିତ କରିଥିବା ଭାରତୀୟ ଦଳର ଦୃତ ବୋଲର ମହମ୍ମଦ ସିରାଜ ଅଷ୍ଟ୍ରେଲିଆରୁ ଫେରିବା ମାତ୍ରେ ବିଏମଡବ୍ଲୁ କାର କିଣିଲେ। ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ସିରାଜ ଭାରତୀୟ ଦଳର ଐତିହାସିକ ବିଜୟ ପରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତିନୋଟି ଟେଷ୍ଟ ମ୍ୟାଚରୁ ସମୁଦାୟ ୧୩ଟି ୱିକେଟ ନିଜ ନାମରେ କରିଛନ୍ତି।

ଅଷ୍ଟ୍ରେଲିଆ ଟୁରରେ ସେ ଭାରତୀୟ ଦଳ ପାଇଁ ସର୍ବାଧିକ ୱିକେଟ ନେଇଥିବା ବୋଲର ଥିଲେ। ୨୬ ବର୍ଷୀୟ ଏହି ଯୁବ ବୋଲର ନିଜର ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି। ସିରାଜଙ୍କ ଅଷ୍ଟ୍ରେଲିଆ ଟୁର ଚ୍ୟାଲେଞ୍ଜରେ ଭରପୁର ଥିଲା କିନ୍ତୁ ସେ ଏହି ଚ୍ୟାଲେଞ୍ଜକୁ ନିଜ ଉପରକୁ ଆସିବାକୁ ଦେଲେ ନାହିଁ। ପିତାଙ୍କୁ ହରାଇଲେ, ଗାଳି ମଧ୍ୟ ଶୁଣିଲେ ତାପରେ ମଧ୍ୟ ସେ ଲାଗିରହିଲେ। ସିରାଜଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ବହୁତ୍ କଷ୍ଟରେ ପରିପୂର୍ଣ୍ଣ ଥିଲା।

Google

କିନ୍ତୁ ମହମ୍ମଦ ସିରାଜ ନିଜର କଠିନ ପରିଶ୍ରମ ଓ ସ୍ବର୍ଗତ ପିତାଙ୍କର ଆଶୀର୍ବାଦ ବଦଳରେ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ଏକ ସମୟ ଥିଲା ଯେତେବେଳେ ମହମ୍ମଦ ସିରାଜଙ୍କ ବାପା ଗ୍ୟାସ ଅଟୋ ଚଳାଇ ନିଜର ପରିବାରର ପ୍ରତି ପୋଷଣ କରୁଥିଲେ। କିନ୍ତୁ ଆଜି ସିରାଜଙ୍କ ନିକଟରେ ବିଏମଡବ୍ଲୁ କାର ଅଛି। ଏକ ସମୟ ଥିଲା ଯେତେବେଳେ ସିରାଜ ନିଜ ସହରର ସ୍ଥାନୀୟ ଇଦଗାହ ପଡ଼ିଆରେ ଖାଲିପାଦରେ ବୋଲିଂ କରୁଥିଲେ।

ଅଷ୍ଟ୍ରେଲିଆରୁ ହାଇଦ୍ରାବାଦ୍ ଫେରି ସିରାଜ ସର୍ବପ୍ରଥମେ ନିଜର ପିତାଙ୍କୁ କବର ଦିଆଯାଇଥିବା ସ୍ଥାନରେ ପହଞ୍ଚିଥିଲେ। ସେଠାରେ ଯାଇ ସେ ବହୁତ ଭାବୁକ ହୋଇଯାଇଥିଲେ। ସେ ତାଙ୍କ ପିତାଙ୍କ କବର ଉପରେ ଫୁଲ ଚଢାଇ ତାଙ୍କୁ ସ୍ମରଣ କରିଲେ। ତାପରେ ସେ ମିଡ଼ିଆ ସହ କଥାବାର୍ତ୍ତା ହେଲେ। ଜଣାଇଦେଇଛୁକି ଗତବର୍ଷ ନଭେମ୍ବରରେ ସିରାଜଙ୍କ ବାପାଙ୍କର ନିଧନ ହୋଇଯାଇଥିଲା। ଏହି ଭାରତୀୟ ବୋଲର ତାଙ୍କର ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ସେତେବେଳେ ସେ ଅଷ୍ଟ୍ରେଲିଆରେ ରହିଥିଲେ। କିନ୍ତୁ ନିଜ ଜୀବନର ସବୁଠୁ କଠିନ ସମୟ ଦେଇ ଯାଉଥିବା ସିରାଜ ନିଜର ପିତାଙ୍କର ସ୍ବପ୍ନକୁ ସାକାର କରିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *