ଏଥର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ନିଜ ସ୍କୁଲରେ

ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ଓ ଅନ୍ୟ ସ୍କୁଲର ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ। ଏଥିସହିତ ଅଢେଇ ଘଣ୍ଟା ବଦଳରେ ଦୁଇ ଘଣ୍ଟା ପରୀକ୍ଷା ସମୟ ରହିବ। କରୋନା ପାଇଁ ଯେପରି ଛାତ୍ରଛାତ୍ରୀ ମାନଙ୍କର କୌଣସି ଅସୁବିଧା ନହୁଏ, ଏହିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବିଷୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନଙ୍କୁ ନିଜ ସ୍କୁଲରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥର ପରୀକ୍ଷାର ସମୟ ଓ ଅନ୍ୟ ସ୍କୁଲରେ ରହିବା ଏବଂ ଯିବାଆସିବାରେ ସମସ୍ୟା ଯେପରି ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁବିଧାର ସାମ୍ନା ନକରିବେ ଏହିପରି ନିଷ୍ପତ୍ତି ନିଆଯାଇଛି।

Google

କୋଭିଡ କଟକଣା ପାଇଁ ଦୀର୍ଘ ୯ମାସ ପରେ ରାଜ୍ୟରେ ଜାନୁଆରୀ ୮ରେ ସ୍କୁଲ ଖୋଲାଯାଇଥିଲା। ରାଜ୍ୟରେ ଦଶମ ଓ ଦ୍ଵାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯାଇଥିଲା। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଆରମ୍ଭ ହୋଇଯାଇଥିବା ସମୟରେ ସରକାର କିଛି ଦିନ ପୂର୍ବରୁ “ଫର୍ମ ଫିଲପ୍ ଫି” ମଧ୍ୟ ଛାଡ କରିଦେଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କର ୧୦୦ ଦିନ କ୍ଲାସ ହେବା ସହିତ ଶନିବାର ଓ ରବିବାର ମଧ୍ୟ ପାଠ ପଢା ଯାଉଛି।

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ୭୦୦ ପୃଷ୍ଠା ବିଶିଷ୍ଟ ଏକ ବହି “ପରୀକ୍ଷା ଦର୍ପଣ” ଦିଆଯିବା ବିଷୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଏହି “ପରୀକ୍ଷା ଦର୍ପଣ” ପୁସ୍ତକରେ ମାଟ୍ରିକ ପରୀକ୍ଷାର ସମସ୍ତ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ।

Google

ରାଜ୍ୟରେ ୬ଲକ୍ଷ ୨୦ହଜାର ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁସ୍ତକ ମାଗଣାରେ ଦିଆଯିବ। ୭୦ ପ୍ରତିଶତ ସିଲାବସକୁ ନେଇ ଏହି ଟେଷ୍ଟପେପର ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଏହି ବିଷୟରେ ଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷା ହେବାର ଆଗରୁ ଏହି ବହି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁସାରେ, ଦଶମ ଶ୍ରେଣୀର ପ୍ରକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ତାରିଖ ପର୍ଯ୍ୟନ୍ତ ହେବ ଓ ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *