ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା : ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ,୨୦୨୨ ସୁଦ୍ଧା ସମସ୍ତଙ୍କୁ ମିଳିବ ଘର । ଜାଣନ୍ତୁ କଣ କଣ କହିଲେ ଶାହା ?

କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅନ୍ତର୍ଗତ ସହର ଅଞ୍ଚଳରେ 1.68 ଲକ୍ଷରୁ ଅଧିକ କୋଠା ନିର୍ମାଣ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏବେପର୍ଯ୍ୟନ୍ତ ମଞ୍ଜୁରୀ କରାଯାଇଥିବା କୋଠାର ମୋଟ ସଂଖ୍ୟା 1.1 କୋଟି ଟଙ୍କା ହୋଇଯାଇଛି । ଏହିସମୟରେ ଗୃହମନ୍ତ୍ରୀ ଅମିତ ଶାହ ଆଶା କରିଥିଲେ କି, ପିଏମ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଗଷ୍ଟ 15, 2022 ବେଳକୁ ଦେଶରେ ସମସ୍ତେ ଆବାସ ଯୋଜନାର ଫାଇଦା ଉଠାଇପାରିବେ ।

ଗୃହମନ୍ତ୍ରୀ ଶାହ ଗୁରୁବାର ଦିନ ଅହମ୍ମଦାବାଦର ଶିଲାକ ଅଞ୍ଚଳରେ ଏକ କିଲୋମିଟର ଲମ୍ବା ଓଭରବ୍ରିଜର ଭର୍ଚୁଆଲ ଲୋକାର୍ପଣ କରୁଥିବା ସମୟରେ ଏହା କହିଥିଲେ ।

ଏହାପୂର୍ବରୁ କେନ୍ଦ୍ରୀୟ ଆବାସ ଓ ସହରୀକରଣ ମନ୍ତ୍ରାଳୟ କହିଥିଲେ କି, ସହରରେ 1.68 ଲକ୍ଷ ଘର ଦେବାକୁ ମଞ୍ଜୁରୀ ଦିଆଯାଇଛି । ବୁଧବାର ହୋଇଥିବା ଏହି ବୈଠକରେ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧିକାରୀମାନେ ଭାଗ ନେଇଥିଲେ । ମନ୍ତ୍ରାଳୟ କହିଥିଲେ କି, ଭୂମି, ସ୍ଥଳାକୃତି ଆଶଙ୍କା, ଅନ୍ତର-ଶହର ପଳାୟନ, ପ୍ରାଥମିକତା ବଦଳାଇବା ଆଦି ସଂଶୋଧନ କରିବାପାଇଁ ପ୍ରସ୍ତାବ ରଖାଯାଇଛି ।

Google

41 ଲକ୍ଷ କୋଠା ନିର୍ମାଣ ସରିଛି, ବାକି 70 ଲକ୍ଷ ବାକି ଅଛି :-

ପିଏମୱାଇ-ୟୁ ଦ୍ୱାରା ଏବେପର୍ଯ୍ୟନ୍ତ 41 ଲକ୍ଷ କୋଠା ଘର ପ୍ରସ୍ତୁତ ସରିଛି ଓ ବାକି 70 ଲକ୍ଷ ବିଭିନ୍ନ ଚରଣରେ ନିର୍ମାଣ ଜାରି ରହିଛି । ମନ୍ତ୍ରାଳୟ କହିଛି କି, କେନ୍ଦ୍ରୀୟ ମଞ୍ଜୁରୀ ଓ ଅନୁସନ୍ଧାନ ସମିତିର ବୈଠକରେ ପଏମୱାଇ ଦ୍ୱାରା ସହରରେ 1.68 ଲକ୍ଷ ଆବାସ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 2022 ପର୍ଯ୍ୟନ୍ତ ସମସ୍ତଙ୍କୁ ଆବାସ ଉପଲବ୍ଧ କରାଇବା ଅଟେ ।

Google

ମନ୍ତ୍ରାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଏକ ବୟାନ ମାଧ୍ୟମରେ କହିଥିଲେ, ମିଶନ ଦ୍ୱାରା ପ୍ରଗତି ସ୍ଥିର ରହିଛି । ଆମକୁ ଭୌତିକ ଓ ସାମାଜିକ ଢାଞ୍ଚା ସହିତ ଏହିକାମକୁ ଆଗକୁ ବଢ଼ାଇବାକୁ ହେବ ।

‘ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *