୫ ମାସ ଧରି ମହିଳା କରୋନାରେ ସଂକ୍ରମିତ, ୩୧ ଥର ଟେଷ୍ଟ ରି-ପୋ-ର୍ଟ ପୋଜିଟିଭ

ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ୧୪ ଦିନ କିମ୍ବା ୨୧ ଦିନ ପର୍ଯ୍ୟନ୍ତ ସଂକ୍ର-ମିତ ରହିଥାନ୍ତି। କିନ୍ତୁ, ଏପରି ଜଣେ ମହିଳାଙ୍କ ପାଖରେ ୫ ମାସ ଧରି ସେ କରୋନାରେ ସଂକ୍ର-ମିତ ଅଛନ୍ତି। ଏହି ଘଟଣାଟି ରାଜସ୍ଥାନର ଭରତପୁରର ଶାରଦା ଦେବୀଙ୍କ ପାଖରେ ଦେଖାଦେଇଛି। ତାଙ୍କ ଶରୀରରୁ କରୋନା ଭାଇରସ ଆଦୌ ଯାଉନାହିଁ। ଏହି ଭିତରେ ସେ ୩୧ ଥର କରୋନା ଟେ-ଷ୍ଟ କରିସାରିଲେଣି। ଏହି ଟେଷ୍ଟରେ ୧୭ ଥର ଆରଟି-ପିସିଆର ଏବଂ ୧୪ ଥର ଆଣ୍ଟିଜେନ ପରୀକ୍ଷା କରିଛନ୍ତି। କିନ୍ତୁ, ସବୁଥର ରି-ପୋ-ର୍ଟ ପୋଜିଟିଭ ହିଁ ଆସିଛି।

ଶାରଦା ଦେବୀଙ୍କୁ ଏହି ୫ ମାସ ଭିତରେ ଏଲୋପ୍ୟାଥିକ, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଔଷଧ ମଧ୍ୟ ଖାଇବାକୁ ଦିଆସରିଲାଣି। କିନ୍ତୁ, କରୋନା ଭାଇରସ ଛାଡିବାର ନାଁ ନେଉନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଶାରଦା ଦେବୀଙ୍କ ୩୧ଥର ରି-ପୋ-ର୍ଟ ପୋଜିଟିଭ ଆସିଥିଲେ ମଧ୍ୟ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ଦିନସାରା ସେ ତାଙ୍କର ସମସ୍ତ କାର୍ଯ୍ୟ ନିଜେ କରିଥାନ୍ତି। ଏହି ୫ ମାସରେ ତାଙ୍କର ଓଜନ ୫ କେଜି ବଢିଛି। ଶାରଦା ଦେବୀ ଏବେ ଭରତପୁର ସହରରେ ଥିବା “ଅପନା ଘର” ଆଶ୍ରମରେ ଆଇସୋଲେସନରେ ରହୁଛନ୍ତି।

Google

ଗତବର୍ଷ ଅଗଷ୍ଟ ମାସରେ ଶାରଦା ଦେବୀ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଭରତପୁରର ଆରବିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ମାନେ ତାଙ୍କର ମାନସିକ ଅବସ୍ଥା ଭଲନାହିଁ ଓ ତାଙ୍କୁ ଦେଖାରଖା କରିବା ପାଇଁ ଜଣେ ଆଟେଡାଣ୍ଟ ଦରକାର କହି ସେଠାରୁ ଫେରାଇ ଦେଇଥିଲେ। ସେହିଦିନଠାରୁ ଶାରଦା ଦେବୀ “ଅପନା ଘର” ଆଶ୍ରମରେ ଥିବା ଆଇସୋଲେସନ ସେଣ୍ଟରରେ ରହୁଛନ୍ତି।

ଜୟପୁରସ୍ଥିତ ସାୱାଇ ମାନସିଂହ ହସ୍ପିଟାଲର ମାଇକ୍ରୋବାୟୋଲୋଜି ବିଶେଷଜ୍ଞ ଡକ୍ଟର ପ୍ରଦୀପ କୁମାରଙ୍କ ସୂଚନା ଅନଯାୟୀ, କରୋନା ପଜିଟିଭ୍‌ ହୋଇଥିଲେ ମଧ୍ୟ ଶାରଦା ଦେବୀ ଅନ୍ୟମାନଙ୍କ ପାଇଁ ଆଦୌ ବିପଦଜ୍ଜନକ ନୁହନ୍ତି। କାରଣ ତାଙ୍କ ଶରୀରରେ ଥିବା ଭାଇରସ ଆଦୌ ସକ୍ରିୟ ନୁହେଁ। କିନ୍ତୁ, ପ୍ରତିଷେଧକ ବ୍ୟବସ୍ଥା ପାଇଁ ତାଙ୍କୁ ଆଇସୋଲେସନରେ ରଖିବା ନିତ୍ୟାନ୍ତ ଆବଶ୍ୟକତା।

Google

ଡକ୍ଟର କୁମାରଙ୍କ କହିବା ଅନୁସାରେ, ଶାରଦା ଦେବୀଙ୍କ କରୋନା ରି-ପୋ-ର୍ଟ ସର୍ବଦା ପୋଜିଟିଭ ହେବାର ଦୁଇଟି କାରଣ ହୋଇଥାଇପାରେ। ପ୍ରଥମତଃ ତାଙ୍କ ନାକ ଝିଲିରେ ଭାଇରସ୍ ଜମା ହୋଇ ରହିପାରିଥାନ୍ତି। ଯାହାଦ୍ବାରା ନାକ ଝିଲି ଦୁର୍ବଳ ହୋଇପଡେ, ଫଳରେ ତାଙ୍କ ରି-ପୋ-ର୍ଟ ସର୍ବଦା ପୋଜିଟିଭ ଆସୁଥାଇପାରେ। ଦ୍ଵିତୀୟରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଇପାରେ, ଯେଉଁଥି ପାଇଁ ତାଙ୍କ ଶରୀରରୁ ଭାଇରସ ଯିବାକୁ ନାଁ ନେଉନାହିଁ । ଏହି କାରଣ ବିଷୟରେ ତାଙ୍କର ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *