କାର ଭିତରେ ଗାର୍ଲଫ୍ରେଣ୍ଡ ସହିତ ପ୍ରେମ କରିବା ପଡିଲା ମହଙ୍ଗା, ଶଳା ସହିତ ହେଲା ସ୍ତ୍ରୀର ଏଣ୍ଟ୍ରି ଆଉ ତା’ପରେ …ଜାଣନ୍ତୁ ପୁରା ଘଟଣା

ପ୍ରେମ କରିବା ବେଳେବେଳେ ବହୁତ ମହଙ୍ଗା ପଡି ଯାଇଥାଏ | କିଛି ଲୋକଙ୍କ ଲଭ ଷ୍ଟୋରି ଏପରି ହୋଇଥାଏ ଯେ ସେମାନେ ସର୍ବଦା ଆଲୋଚନାର ବିଷୟ ହୋଇଥାନ୍ତି | ପ୍ରେମର ଅନୁଭବ ବହୁତ ସୁନ୍ଦର ହୋଇଥାଏ କିନ୍ତୁ ଥରେ ଭାବନ୍ତୁ, ଯଦି ଆପଣ ବିବାହିତ ଅଟନ୍ତି ଏବଂ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହିତ କାରରେ ମଜା କରୁଛନ୍ତି ଏବଂ ସେତିକିବେଳେ ସ୍ତ୍ରୀର ଏଣ୍ଟ୍ରି ହୋଇଯାଏ ତେବେ କ’ଣ ହେବ ?

ଏପରି ହିଁ ଏକ ମାମଲା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି | ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଗାର୍ଲଫ୍ରେଣ୍ଡ ସହିତ ପ୍ରେମ କରୁଥିବା ସମୟରେ ଧରିଥିଲେ |

ହୋସ ଉଡାଇ ଦେବ ୟୁପିର ମାମଲା :-

ଉତ୍ତରପ୍ରଦେଶର ବାନ୍ଦାଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଗାର୍ଲଫ୍ରେଣ୍ଡ ସହ ପ୍ରେମଳାପ କରୁଥିବାବେଳେ ଧରିଥିଲେ | ସାରା ରାଜ୍ୟରେ ଏହି ପ୍ରେମ ସମ୍ପର୍କକୁ ନେଇ ଖୁବ ଆଲୋଚନା କରାଯାଉଛି | ବାସ୍ତବରେ, ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡକୁ କାର ଭିତରେ ବସାଇ ଡୋସା ଖୁଆଉଥିଲେ | ଦୁହେଁ ବହୁତ ପ୍ରେମରେ ଲୁଚି ଛୁପି ଗାଡ଼ିରେ ବସି ଖାଇବାର ମଜା ନେଉଥିଲେ, କିନ୍ତୁ ହଠାତ ସେଠାରେ ବ୍ୟକ୍ତିଙ୍କର ସ୍ତ୍ରୀ ଆସି ପହଞ୍ଚିଗଲେ |

Google

ପୋଲିସକୁ କରିବାକୁ ପଡିଲା ହସ୍ତକ୍ଷେପ :-

ସ୍ତ୍ରୀ ଜଣକ ଯେପରି ନିଜ ସ୍ୱାମୀଙ୍କୁ ଏହି ଅବସ୍ଥାରେ ଦେଖିଲେ ସେତେବେଳେ ସେ ନିଆଁ ପରି କ୍ରୋଧିତ ହୋଇଗଲେ | ତା’ପରେ ହେବ ଆଉ କଣ, ଏହା ପରେ ଘରବାଲୀ ବାହାରବାଲୀ ଭିତରେ ଅନେକ ଝଗଡା ହେଲା ଏବଂ କଥାଟି ପୁରା ବିଗିଡ଼ିଗଲା | ଏହି ମାମଲା ଯାଇ ନିକଟସ୍ଥ ପୋଲିସ ଷ୍ଟେସନରେ ପହଞ୍ଚିଥିଲା | ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଭୟ ପକ୍ଷକୁ ବୁଝାଇ ସୁଝାଇ ଶାନ୍ତ କଲା |

ଯେପରି ସାହେବଙ୍କର ଉଡ଼ିଗଲା ହୋସ :-

ଉଲ୍ଲେଖନୀୟ କଥା ହେଉଛି ଯେ, ଏହି ବ୍ୟକ୍ତି ରାଜ୍ୟ ନିର୍ମାଣ ନିଗମ, ବାନ୍ଦାରେ ଜୁନିଅର ଇଞ୍ଜିନିୟର (JE) ପଦବୀରେ କାର୍ଯ୍ୟ କରୁଛନ୍ତି | ଯେତେବେଳେ ମହାଶୟ ନିଜ ଗାର୍ଲଫ୍ରେଣ୍ଡ ସହିତ ଡୋସା ଖାଉଥିଲେ, ସେତେବେଳେ କେହି ଜଣେ ତାଙ୍କ ସ୍ତ୍ରୀଙ୍କୁ ଏହା ବିଷୟରେ ଜଣାଇଥିଲେ | ସେ ସଙ୍ଗେ ସଙ୍ଗେ ତାଙ୍କ ଭାଇଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେ ଉଭୟଙ୍କୁ ଧରିଥିଲେ | କହିବାକୁ ଗଲେ, ସ୍ତ୍ରୀଙ୍କୁ ଦେଖି ସେତେବେଳେ ଯେପରି ସାହେବଙ୍କର ହୋସ ହିଁ ଉଡିଯାଇଥିଲା |

Google

ସ୍ତ୍ରୀ କଲେ ସଙ୍ଗୀନ ଅଭିଯୋଗ :-

ମହିଳା ଜଣଙ୍କ ଅଭିଯୋଗ କରି କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଅନେକ ମହିଳାଙ୍କ ସହ ଅବୈଧ ସମ୍ପର୍କ ରହିଛି | ସେ ମହିଳାମାନଙ୍କୁ ପ୍ରାୟତଃ ବହୁତ ଜାଗାକୁ ବୁଲିବାକୁ ନିଅନ୍ତି | ଯେତେବେଳେ ବି ଏହାକୁ ନେଇ ସ୍ତ୍ରୀ ଆପତ୍ତି କରନ୍ତି, ସେ ସେତେବେଳେ ନିଜ ସ୍ତ୍ରୀକୁ ଛାଡପତ୍ର ଦେବେ ବୋଲି ଧମକ ଦିଅନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *