ଆଇପିଏଲ 2021 : ଧୋନୀଙ୍କୁ ମିଳିଲା ରବିନ ଉଥପାଙ୍କ ସାଥ୍ |ରାଜସ୍ଥାନରୁ ଚେନ୍ନାଇକୁ ଆସିଲେ ଉଥପା,ଜାଣନ୍ତୁ ପୁରା ଖବର

ରାଜସ୍ଥାନ ରୟାଲସ ଗୁରୁବାର ଦିନ ଟ୍ରେଡିଂ ନିୟମ ଦ୍ୱାରା ରବିନ ଉଥପାଙ୍କୁ ଚେନ୍ନାଇ ସୁପର କିଙ୍ଗସ ସହିତ ଟ୍ରେଡ଼ କରିଛନ୍ତି । ଏହାର ଅର୍ଥ ହେଉଛି ରବିନ ଉଥପା ଆଇପିଏଲ 2021 ରେ ଚେନ୍ନାଇ ଦଳରେ ଖେଳିବେ । ଉଥପାଙ୍କୁ ନେବାପରେ ଚେନ୍ନାଇ ଆଉ 6 ଜଣ ଖେଳାଳି ନେଇପାରିବ, ସେମାନଙ୍କ ମଧ୍ୟରୁ ଜଣେ ବିଦେଶୀ ଖେଳାଳି ମଧ୍ୟ ରହିବେ ।

ରାଜସ୍ଥାନ ବିଗତବର୍ଷ ଉଥପାଙ୍କୁ 3 କୋଟି ଟଙ୍କାରେ କିଣିଥିଲା। ଆଇପିଏଲ 2020 ରେ ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ମୋଟ 12 ମ୍ୟାଚରୁ 196 ରନ କରିଥିଲେ । ଚେନ୍ନାଇ ନିଲାମୀ ପୂର୍ବରୁ ନିଜର 6 ଜଣ ଖେଳାଳିଙ୍କୁ ରିଲିଜ କରିସାରିଛି । ଯେଉଁମାନଙ୍କ ମଧ୍ୟରୁ ହରଭଜନ ସିଂହ ଓ କେଦାର ଯାଦବ ସାମିଲ ଥିଲେ ।

Google

ଆପଣଙ୍କୁ ଜଣାଇଦେଉଛୁ ଚେନ୍ନାଇ ପାଖରେ ନିଲାମ ପାଇଁ ମୋଟ 22.9 କୋଟି ଟଙ୍କା ଥିଲା । ରାଜସ୍ଥାନ ସହିତ ରବିନଙ୍କୁ 3 କୋଟିରେ ଟ୍ରେଡ଼ କରିବାପରେ ବାକି 19.9 କୋଟି ଟଙ୍କା ଚେନ୍ନାଇ ପାଖରେ ରହିଯାଇଛି ।

ଚେନ୍ନାଇ ସୁପର କିଙ୍ଗସ

ରିଟେନ ଖେଳାଳି :-

ଏମଏସ ଧୋନୀ, ସୁରେଶ ରାଇନା, ଆମ୍ବତି ରାୟୁଡୁ, କେଏମ ଆସିଫ, ଦୀପକ ଚହର, ଡୁଏନ ବ୍ରାଭୋ, ଫାଫ ଡୁ ପ୍ଲେସିସ, ଇମ୍ରାନ ତାହିର, ନାରାୟଣ ଜଗଦୀଶନ, କର୍ଣ ଶର୍ମା, ଲୁଙ୍ଗି ଏଙ୍ଗିଡ଼ି, ମିଚେଲ ସନ୍ତନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଇକୱାଦ, ଶାର୍ଦୁଲ ଠାକୁର, ଜୋଶ ହେଜଲଉଡ଼, ଆର ସାଇ କିଶୋର, ସାମ କରନ୍ ।

ରିଲିଜ ଖେଳାଳି :-

ଶେନ ୱାଟସନ, ମୁରଲୀ ବିଜୟ, କେଦାର ଯାଦବ, ହରଭଜନ ସିଂହ, ପୀୟୂଷ ଚାୱାଲା, ମନୁ ସିଂହ ।

Google

ବଳକା ରାଶି : 19.9 କୋଟି

ଖେଳାଳି ଦରକାର : 06

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *