ଭାରତ-ଇଂଲଣ୍ଡ: ଭାରତ ବିରୁଦ୍ଧରେ ପ୍ରଥମ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଘୋଷଣା କଲା ୧୬ ଜଣିଆ ସ୍କ୍ୱାର୍ଡ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?

ଭାରତ ବିରୁଦ୍ଧରେ ପ୍ରଥମ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ କରିଛନ୍ତି|୧୬ସଦସ୍ୟ ବିଶିଷ୍ଟ ଏହି ଦଳରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର,ଅଲରାଉଣ୍ଡର ବେନ ଷ୍ଟୋକ୍ସ,ରୋରୀ ବର୍ଣ ଦଳକୁ ଫେରିଛନ୍ତି|ସେମ କରନ୍,ବେୟଷ୍ଟୋ,ମାର୍କ ଉଡକୁ ବିଶ୍ରାମ ଦିଆଯାଇଛି|

ଜୋଫ୍ରା ଆର୍ଚର,ଵେନ ଷ୍ଟୋକ୍ସକୁ ଶ୍ରୀଲଙ୍କା ଗସ୍ତରୁ ବିଶ୍ରାମ ଦିଆଯାଇଥିଲା|ୱର୍ନ୍ସ ପ୍ୟାଟରନିଟି ଲିଭରେ ଯାଇଥିଲେ|ଫଳରେ ଶ୍ରୀଲଙ୍କା ଗସ୍ତରେ ସାମିଲ ହୋଇପାରି ନଥିଲେ|ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ୫ଫେବୃଆରୀରୁ ଚେନ୍ନାଇରେ ଖେଳାଯିବ|ଇଂଲଣ୍ଡର ସମସ୍ତ ଖେଳାଳି ଶ୍ରୀଲଙ୍କାରୁ ସିଧାସଳଖ ଭାରତ ଯିବେ|

ଷ୍ଟୋକ୍ସ,ଆର୍ଚର,ୱନ୍ସ ଇଂଲଣ୍ଡରୁ ଭାରତ ଆସିବେ|

Google

ଅଷ୍ଟ୍ରେଲିଆକୁ ତାଙ୍କ ମାଟିରେ ହରାଇ ଭାରତୀୟ ଦଳ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି|ଇଂଲଣ୍ଡ ବିରୁଦ୍ଧ ଟେଷ୍ଟ ସିରିଜ ପାଇଁ ଦଳ ଘୋଷିତ ହୋଇଛି|ଦଳର ଅଧିନାୟକ ବିରାଟ କୋହଲି ଓ ଇଶାନ୍ତ ଶର୍ମା ଦଳକୁ ଫେରିଛନ୍ତି|ଭାରତ ଏହି ସମୟରେ ବିଶ୍ୱ ଚାମ୍ପିଅନ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି|ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଜୁନରେ ଖେଳାଯିବ|

୧୬ ସଦସ୍ୟ ଇଂଲଣ୍ଡ ଦଳ:ଜୋ ରୂଟ,ଜୋଫ୍ରା ଆର୍ଚର,ମୋଇନ ଅଲ୍ଲୀ,ଜେମ୍ସ ଆଣ୍ଡରସନ,ଡାମ ବେଶ, ଷ୍ଟୁଆର୍ଟ ବ୍ରଡ,ରୋରୀ ବର୍ନ୍ସ,ଜୋସ ବଟଲର,ବେନ ଫୋକ୍ସ,ଡେନ ଲରେନ୍ସ,ଷ୍ଟୋକ୍ସ,ୱକ୍ସ,ଜୈକ ଲିଚ୍, ଅଲ୍ଲୀ ଷ୍ଟୋନ,କ୍ରିସ ଓକ୍ସ

ଭାରତୀୟ ଦଳ: ରୋହିତ ଶର୍ମା,ଶୁଭମ ଗିଲ,ମୟଙ୍କ ଅଗ୍ରୱାଲ,ଚେତେଶ୍ୱର ପୂଜାରା,ବିରାଟ କୋହଲି,ଆଜିଙ୍କ୍ୟ ରାହାଣେ,ଋଷଭ ପନ୍ଥ,ରିଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା,କେଏଲ ରାହୁଲ,ଯଶପ୍ରିତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ,ଶାର୍ଦୁଲ ଠାକୁର,ଆର ଅଶ୍ୱିନୀ,କୁଳଦୀପ ଯାଦବ,ୱସିଙ୍ଗଟନ ସୁନ୍ଦର,ଅକ୍ଷର ପଟେଲ

ସିଡ୍ୟୁଲ:

୧ମ ଟେଷ୍ଟ:୫-୯ଫେଵୃଆରୀ-ଚେନ୍ନାଇ

୨ୟ ଟେଷ୍ଟ:୧୩-୧୭ ଫେବୃଆରୀ-ଚେନ୍ନାଇ

୩ୟ ଟେଷ୍ଟ:୨୪-୨୮ ଫେବୃଆରୀ-ଅହମଦାବାଦ

୪ର୍ଥ ଟେଷ୍ଟ:୪-୮ ମାର୍ଚ୍ଚ-ଅହମଦାବାଦ

Google

ଟି-୨୦ର ସମସ୍ତ ମ୍ୟାଚ ଯଥାକ୍ରମେ ୧୨,୧୪,୧୬,୧୮,୨୦ ମାର୍ଚ୍ଚରେ ଅହମଦାବାଦରେ ଖେଳାଯିବ|ଏକଦିବସୀୟ ମ୍ୟାଚ ୨୩,୨୬,୨୮ମାର୍ଚ ପୁଣେରେ ଖେଳାଯିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *