ନଟରାଜନଙ୍କୁ କେମିତି ଗାଁ ଲୋକେ ସ୍ବାଗତ କଲେ, ଭିଡିଓ ସେୟାର କରିଛନ୍ତି ସେହୱାଗ

ଟେଷ୍ଟ ସିରିଜ ମ୍ୟାଚରେ ଅଷ୍ଟ୍ରେଲିଆକୁ ତା’ମାଟିରେ ହରାଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶେଷ ମ୍ୟାଚରେ ସମସ୍ତ ଖେଳାଳି ଯୋଗଦାନ କରିଥିଲେ ମଧ୍ୟ ଭାରତ ମ୍ୟାଚ୍ ଜିତି ସିରିଜ୍ ହାତେଇ ଥିବା ପାଇଁ ସମସ୍ତେ ଖୁସି ଅଛନ୍ତି। ଆଉ ଏହିଭଳି ପରିସ୍ଥିତିରେ ଟିମ ଇଣ୍ଡିଆର ଯୁବ ଦୃତ ବୋଲର ଟି. ନଟରାଜନ ତାମିଲନାଡୁର ସେଲମ ଜିଲ୍ଲା ନିଜ ଜନ୍ମମାଟି ଚିନ୍ନପ୍ପମ୍ପତ୍ତିରେ ପହଞ୍ଚିଲେ ତାଙ୍କୁ ଅଶ୍ରୁଳ ସମ୍ବର୍ଦ୍ଧନା ଜଣାଇଥିଲେ ଗ୍ରାମବାସୀ।

ଗ୍ରାମର ଲୋକମାନେ ନଟରାଜଙ୍କୁ ସ୍ବାଗତ କରିବା ପାଇଁ ଏକ ରଥ ନିର୍ମାଣ କରିଥିଲେ ଓ ସେହି ରଥରେ ନଟରାଜଙ୍କୁ ବସାଇ ଶୋଭାଯାତ୍ରା ଆରମ୍ଭ କରିଥିଲେ।

Google

ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓକୁ ସେୟାର କରି ସେହୱାଗ ଲେଖିଛନ୍ତି କି, ସ୍ବାଗତ କରିବେ ନାହିଁ? ଏହା ହେଉଛି ଭାରତ। ଏଠାରେ କ୍ରିକେଟ କେବଳ ମାତ୍ର ଏକ ଖେଳ ନୁହଁ। ଏହା ତାଠାରୁ ଆହୁରି କିଛି ଅଧିକ। ନଟରାଜନ ତାଙ୍କ ଗାଁକୁ ଫେରିବା ପରେ ତାଙ୍କୁ ଏକ ପ୍ରକାରର ଗ୍ରାଣ୍ଡ ୱେଲ କମ କରାଯାଇଥିଲା।

ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆ ୧୯୮୮ରୁ ଅପରାଜୟ ରହିଥିଲା। ଅଷ୍ଟ୍ରେଲିଆକୁ ଟିମ ଇଣ୍ଡିଆ ହରାଇ ୪ଟି ମ୍ୟାଚରେ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *