ଟ୍ରେନ୍ ଟିକେଟ ଉପରେ ୧୦ ପ୍ରତିଶତ ଡିସ୍କାଉଣ୍ଟ

ଏବେ ଟ୍ରେନରେ ଯାତ୍ରା କଲେ ଆପଣଙ୍କୁ ଟିକେଟ ଉପରେ ରିହାତି ମିଳିବ। କରୋନା ସଂକ୍ରମଣ ପାଇଁ ଏବେ ଟ୍ରେନର ସିଟ ମଧ୍ୟ ଖାଲି ରହୁଛି ଏବଂ କ୍ଷତିରୁ ବଞ୍ଚିବା ପାଇଁ ଟ୍ରେନ ନିଜ ଯାତ୍ରୀଙ୍କୁ ଡିସ୍କାଉଣ୍ଟ ଦେଉଛି। ଯାହାଦ୍ବାରା କି, ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ସୁବିଧା ମିଳିବ ସହିତ ଟ୍ରେନର ସିଟ ଫାଙ୍କା ରହିବ ନାହିଁ।

ଏବେ କୌଣସି ଟ୍ରେନ୍ ଛାଡିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଏକ ଚାର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ, ରେଲୱେ ପାଖରେ ସିଟ ଖାଲି ରହିଲେ, ସେଥିରେ ୧୦ ପ୍ରତିଶତ ଡିସ୍କାଉଣ୍ଟ ଦିଆଯିବ। ଏହାର ସୁବିଧା ଉଠାଇପାରିବେ ଯେଉଁମାନେ ଟ୍ରେନ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ଟିକେଟ କରିଥିବେ। ଯଦି ଟ୍ରେନରେ ସିଟ୍ ଖାଲି ଅଛି କିମ୍ବା ଟ୍ରେନ୍ ଛାଡିବାର ଅଧଘଣ୍ଟା ପୂର୍ବୁର ଅନଲାଇନ୍ ବା ଅଫଲାଇନରେ ଟିକେଟ୍ କରିଥିବେ, ତା’ହେଲେ ଆପଣଙ୍କୁ ୧୦ ପ୍ରତିଶତ ଡିସ୍କାଉଣ୍ଟ ଦିଆଯିବ। ଏହି ସୁବିଧା ସମସ୍ତ ଇଣ୍ଟରସିଟିର ଟେୟାରକାର ଓ ସ୍ପେଶାଲ ଟ୍ରେନରେ ଡିସ୍କାଉଣ୍ଟ ମିଳିବା ଆରମ୍ଭ କରିଦିଆଯାଇଛି।

Google

ଯାତ୍ରୀ ମାନଙ୍କୁ ଆଗରୁ କିଛି ରୁଟରେ ଟିକେଟ ମିଳୁନଥିଲା ଓ କିଛି ରୁଟରେ ଯାତ୍ରୀଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି କାରଣ ପାଇଁ ରେଲୱେ ବିଭାଗ ସେହି ଟ୍ରେନଗୁଡିକୁ କ୍ୟାନସଲ୍ କରୁଛି ବା ଭଡା କମ୍ କରୁଛି। ସୂଚନା ଅନୁସାରେ, ଏହି ୧୦ ପ୍ରତିଶତ ଡିସ୍କାଉଣ୍ଟ ନିୟମ ୧ ଜାନୁଆରୀ ୨୦୧୭ ମସିହାରେ ଲାଗୁ କରାଯାଇଥିଲା। ରାଜଧାନୀ,ଦୂରନ୍ତ,ଶତାବ୍ଦୀ ଭଳି ଟ୍ରେନରୁ ଏହି ଶୁଭାରମ୍ଭ କରାଯାଇଥିଲା। ରେଲୱେ ବିଭାଗ ସମସ୍ତ ରିଜର୍ଭ କ୍ଲାସ୍ ଟ୍ରେନରେ ଏହି ସୁବିଧା ଆରମ୍ଭ କରିଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *