ଲକଡାଉନ ପରେ ଖୋଲିଲା ସ୍କୁଲ, ଖୁସିରେ ନାଚିବାକୁ ଲାଗିଲେ ମାତା-ପିତା, ଦେଖନ୍ତୁ ଭିଡିଓ

ଲକଡାଉନ ସାରିଯାଇଛି ଏବଂ ପିଲାମାନଙ୍କର ବିଦ୍ୟାଳୟ ଖୋଲିବା ଆରମ୍ଭ ହେଲାଣି। ଅନେକ ମାସ ଧରି, ଘରେ ବସି ବସି ପିଲାମାନେ ମଧ୍ୟ ଅତ୍ୟଧିକ ବିରକ୍ତ ହୋଇପଡିଲେନି ଏବଂ ଏହା ସହିତ ସେମାନଙ୍କ ପିତାମାତା ମଧ୍ୟ ବିଦ୍ୟାଳୟ ବନ୍ଦ ଥିବାରୁ ଅତ୍ୟନ୍ତ ବିରକ୍ତ ହୋଇପଡ଼ିଛନ୍ତି। ପିଲାମାନଙ୍କ ପରି ପିତାମାତା ମଧ୍ୟ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତିଯେ, କେତେବେଳେ ବିଦ୍ୟାଳୟ ଖୋଲିବ ଏବଂ ପିଲାମାନେ ସ୍କୁଲ ଯିବା ଆରମ୍ଭ କରିବେ। କାରଣ ପିଲାମାନେ ଘରେ ରହିବା କାରଣରୁ ଅଭିଭାବକମାନେ ମଧ୍ୟ ବହୁତ ବିରକ୍ତ ହୋଇ ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଧୀରେ ଧୀରେ ବିଦ୍ୟାଳୟ ଖୋଲିବା ଆରମ୍ଭ ହୋଇଛି ଏବଂ ପିଲାମାନଙ୍କ ସହିତ ତାଙ୍କର ପିତାମାତା ମଧ୍ୟ ବହୁତ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଲୋକମାନେ ମଜାଳିଆ ଭିଡିଓ ମଧ୍ୟ ସେୟାର କରୁଛନ୍ତି।

Google

ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ୍ ଭାଇରାଲ ହେଉଛି, ଯେଉଁଥିରେ ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବା ପରେ ବହୁତ ଖୁସି ଅଛନ୍ତି। @ipskabra ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତିକି, “ସ୍କୁଲ ପୁଣି ଥରେ ଖୋଲିଛି”। ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ, ଦୁଇ ପିଲା ଏବଂ ସେମାନଙ୍କ ପିତାମାତା ଦେଖା ଯାଉଛନ୍ତି। ଦୁଇଜଣ ପିଲା ସ୍କୁଲ ଯିବାକୁ ଘରୁ ବାହାରୁଛନ୍ତି। ପ୍ରଥମେ, ପିତାମାତା ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କୁ ବିଦ୍ୟାଳୟ ଯିବାକୁ କୁହନ୍ତି। ପିଲାମାନେ ଯେତେବେଳେ ଯିବ ଆରମ୍ଭ କରୁଛନ୍ତି ସେମାନଙ୍କ ପଛରେ ତାଙ୍କ ପିତାମାତା ବହୁତ ଖୁସି ହେଉଛନ୍ତି ଏବଂ ଆନନ୍ଦରେ ନାଚିବା ଆରମ୍ଭ କରନ୍ତି।

ଏହି ଭିଡିଓକୁ ଦେଖି ଆପଣ ଆପଣଙ୍କ ହସକୁ ବନ୍ଦ କରି ରହିପାରିବେ ନାହିଁ। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଥର ଦେଖାଯାଇଛି ଏବଂ ଏହି ଭିଡିଓରେ ଅନେକ ଲାଇକ୍ ଏବଂ କମେଣ୍ଟ ମଧ୍ୟ ଆସୁଛି। ଜଣେ ୟୁଜର କମେଣ୍ଟ କରି ଲେଖିଲେକି,”ଏହି ଦୁଇଜଣ ମୋର ପଡ଼ୋଶୀ, ଏମାନଙ୍କ ସହ ବର୍ତ୍ତମାନ କଥା ହେବାକୁ ସୁଯୋଗ ମିଳିବ।” ଆଉ ଜଣେ ୟୁଜର ଲେଖିଛନ୍ତିଯେ, ହେପି ଇଣ୍ଡିପେଣ୍ଡେସ ଡେ ସାର…

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *