ଏହି ଝିଅଟି ପାଞ୍ଚବର୍ଷ ହେଲାଣି ଏମିତି ପିଞ୍ଜରାରେ ବନ୍ଦୀ ହୋଇ ରହିଛି । ଯିଏକି ଦିନେ ମଡେଲ ହେବାପାଇଁ ସ୍ୱପ୍ନ ଦେଖୁଥିଲା,ଜାଣନ୍ତୁ କଣ ପାଇଁ ଏମିତି ବନ୍ଦୀ ଅବସ୍ଥାରେ ରହିଛି ?

ଏହି ଦୁନିଆରେ ପ୍ରତେକ ନିଜର ସ୍ୱପ୍ନ ସାକାର କରି ଆଜାଦରେ ରହିବାକୁ ଚାହୁଁଛନ୍ତି କିନ୍ତୁ ଫିଲିପାଇନ୍ସର ବେବି ନାମକ ଏହି 29 ବର୍ଷର ଝିଅଟି ବିନା କୌଣସି ଅପରାଧ କରି ବନ୍ଦୀ ହୋଇ ଜୀବନ ଅତିବାହିତ କରୁଛି । କୌଣସି ନିର୍ଦ୍ଦୋଷ ଲୋକକୁ ବନ୍ଦୀ କରି ରଖିବା ଏହା ଆଇନ ନୁହେଁ କିନ୍ତୁ ପରିସ୍ଥିତିରେ ପଡି ସେ ଏହିପରି କରିଛନ୍ତି ।

ଝିଅଟିର କଥା କହିବାକୁ ଗଲେ ଯେତେବେଳେ ଝିଅଟି ପାଠ ପଢୁଥିଲା ସେତେବେଳେ ସେ ନିଜର ଜୀବନରେ ଏକ ମଡେଲ ହେବ ବୋଲି ଆଶା ରଖିଥିଲା । ଝିଅଟିର ପରିବାର ଲୋକଙ୍କ ପାଖରେ ଟଙ୍କାର ଅଭାବ ଥିଲା । ବେଳ ଏମିତି ପଡିଲା ସେ ଡିପ୍ରେସନକୁ ଚାଲିଗଲା ଓ ଚିକିତ୍ସା ନହେବାରୁ ସେ ପାଗଳ ହୋଇଯାଇଥିଲା । ଆଜି ସେହି ଝିଅଟି ମାନ୍ଦା ଜୀବନ ଅତିବାହିତ କରୁଛି ।

Google

ଫିଲିପାଇନ୍ସର ଏହି ଝିଅ ବେବିଙ୍କୁ ଅନ୍ୟ କେହି ନୁହେଁ ବରଂ ତାଙ୍କର ଘର ଲୋକ ତାଙ୍କୁ ବନ୍ଦୀ କରି ରଖିଛନ୍ତି କାରଣ ତାଙ୍କ ଅସନ୍ତୁଳିତ ପରିସ୍ଥିତି ପାଇଁ ପରିବାର ଲୋକେ ତାଙ୍କ ସହିତ ଏହା କରିଛନ୍ତି ।

ଫ୍ୟାମିଲି ମେମ୍ବର୍ସଙ୍କ ମୁତାବିକ, ବେବି ପ୍ରଥମରୁ ଏମିତି ନଥିଲେ , ସେ ବହୁତ ଦିଲଖୁସ ଝିଅ ଥିଲେ । ଗ୍ରାଜୁଏସନ ପରେ ମଡେଲ ହେବାର ସ୍ୱପ୍ନ ଦେଖୁଥିଲେ କିନ୍ତୁ ପରେ ତାଙ୍କୁ ଡିପ୍ରେସନ ହେବାକୁ ଲାଗିଲା ଓ ସେ ନିଜ ସହିତ ଅନ୍ୟକୁ ମଧ୍ୟ ଆଘାତ ଦେବାକୁ ଲାଗିଲେ ।

ଚିକିତ୍ସା ନମିଳିବାରୁ ବେବିଙ୍କ ସହିତ ଏହିପରି ହୋଇଥିଲା :-

ବେବିଙ୍କ ସ୍ୱାସ୍ଥ୍ୟ ଠିକ ନରହିବାରୁ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ମଧ୍ୟ ଆସିଥିଲା। ପରେ ପିତାଙ୍କ ସ୍ୱାସ୍ଥ୍ୟ ଠିକ ନରହିବାପରେ ତାଙ୍କୁ ମେଡିସିନ କିମ୍ବା ଚିକିତ୍ସା ମିଳିନଥିଲା ଓ ପରେ ସେ ପୂର୍ବ ଅବସ୍ଥାକୁ ଫେରିଥିଲେ । ଅନ୍ୟକୁ ପଥର ମାରିବା ସହ ପଡୋଶୀଙ୍କୁ ମଧ୍ୟ ଆଘାତ ଦେଉଥିଲେ ।

ପରିବାର ଲୋକେ ତାଙ୍କୁ ସୁସ୍ଥ ରଖିବା ପାଇଁ ଏକ ପିଞ୍ଜରାରେ ବନ୍ଦୀ କରିଦେଇଥିଲେ ତଥାପି ସେ ପିଞ୍ଜରାରେ ନିଜର ଡ୍ରେସ ଚିରି ଦେଉଥିଲା ଏଥିପାଇଁ ବର୍ତ୍ତମାନ ତାଙ୍କୁ ଅଖାରେ ପ୍ରସ୍ତୁତ ଡ୍ରେସ ପିନ୍ଧିବାକୁ ଦିଆଯାଉଛି ।

Google

ସୋସିଆଲ ମିଡିଆରେ ଏହାର ଭିଡ଼ିଓ କରାଯାଇ ଅପଲୋଡ଼ କରିବାପରେ, ପରିବାର ଲୋକେ ବର୍ତ୍ତମାନ ବେବିର ସୁସ୍ଥ ହେବାପାଇଁ ଫଣ୍ଡ ନିବେଦନ କରୁଛନ୍ତି ଓ ଲୋକମାନେ ମଧ୍ୟ ତାଙ୍କର ସାହାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *