ଭାରତୀୟ ଦଳକୁ ଶକ୍ତ ଝଟକା,ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଥିବା ଟେଷ୍ଟ ସିରିଜରୁ ବାହାର

ଅଲରାଉଣ୍ଡର ରବିନ୍ଦ୍ର ଜଡେଜା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ବାହାରି ଯାଇଛନ୍ତି। ସିଡନୀରେ ତୃତୀୟ ଟେଷ୍ଟ ସମୟରେ ବାମ ଆଙ୍ଗୁଠିଟି ଫାଟିଯିବା ପରେ ସେ ଅଷ୍ଟ୍ରେଲିଆରେ ସର୍ଜରୀ କରାଇଥିଲେ, କିନ୍ତୁ ତାଙ୍କୁ ସୁସ୍ଥ ହେବାକୁ ୬ସପ୍ତାହ ଲାଗିବ। ଇଂଲଣ୍ଡ ବିପକ୍ଷରେ ସିରିଜ ୫ ଫେବୃଆରୀରୁ ଆରମ୍ଭ ହେବ।

ଇଂଲଣ୍ଡ ବିପକ୍ଷରେ ଚାରୋଟି ଟେଷ୍ଟ, ପାଞ୍ଚୋଟି ଟି-୨୦ ଆନ୍ତର୍ଜାତୀୟ ଏବଂ ତିନୋଟି ଦିନକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ, ଯେବେକି ପରବର୍ତ୍ତୀ ଦୁଇଟି ଅହମ୍ମଦାବାଦରେ ଖେଳାଯିବ। ବିସିସିଆଇର ସୂତ୍ର କହିଛନ୍ତି ଯେ, ଟି-୨୦ ଏବଂ ଦିନକିଆ ପାଇଁ ଜଡେଜାଙ୍କ ଅଂଶଗ୍ରହଣ ବିଷୟରେ ପରେ ନିଷ୍ପତ୍ତି ନିଆଯିବ।

Google

୩୨ ବର୍ଷର ରବିନ୍ଦ୍ର ଜଡେଜାଙ୍କ ନାମ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ମନୋନୀତ ହୋଇଥିବା ଭାରତୀୟ ଦଳ ପାଇଁ ନଥିଲା। ଏବେ ସେ ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ମଧ୍ୟ ମନୋନୀତ ହୋଇପାରିବେ ନାହିଁ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ ଟେଷ୍ଟରୁ ମଧ୍ୟ ବାଦ ପଡିଥିଲେ।

ଜଡେଜା ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରିହାବ ପ୍ରକ୍ରିୟା ଦେଇ ଗତି କରିବେ। ଅଧିକାରୀ କହିଛନ୍ତିଯେ, ‘ସେ ଟେଷ୍ଟ ସିରିଜରୁ ବାହାରେ ଅଛନ୍ତି ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୬ସପ୍ତାହରୁ ଅଧିକ ସମୟ ଲାଗିବ। ଚୟନକର୍ତ୍ତାଙ୍କୁ ପରେ ଦେଖିବାକୁ ପଡି଼ବଯେ, ତାଙ୍କୁ ଛୋଟ ଫର୍ମାଟ୍ ପାଇଁ ଦଳରେ ଅନ୍ତର୍ଭୁକ୍ତ କରାଯିବକି ନାହିଁ।

ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ:-

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୁଜାରା, ଅଜୀଙ୍କ୍ୟା ରାହା ଣେ (ଉପ – ଅଧିନାୟକ), କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ(ୱିକେଟ କିପର), ଆର. ଅଶ୍ଵିନୀ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଜସପ୍ରିତ ବୁମରାହା, ମହମ୍ମଦ ସିରାଜ, ଶାର୍ଦ୍ଧୁଲ୍ ଠାକୁର।

ଇଂଲଣ୍ଡର ଭାରତ ଟୁରର ସମ୍ପୂର୍ଣ କାର୍ଯ୍ୟକ୍ରମ:-

ଟେଷ୍ଟ ସିରିଜ:-

ପ୍ରଥମ ଟେଷ୍ଟ: ୫ ରୁ ୯ ଫେବୃୟାରୀ : ଚେନ୍ନାଇ ଦ୍ଵିତୀୟ ଟେଷ୍ଟ: ୧୩ ରୁ ୧୭ ଫେବୃୟାରୀ : ଚେନ୍ନାଇ

ତୃତୀୟ ଟେଷ୍ଟ: ୨୪ ରୁ ୨୮ ଫେବୃୟାରୀ : ଅହମ୍ମଦାବାଦ(ମୋଟେରାରେ ଦିବା-ରାତ୍ରି)

ଚତୁର୍ଥ ଟେଷ୍ଟ: ୪ ରୁ ୮ ମାର୍ଚ୍ଚ : ଅହମ୍ମଦାବାଦ

Google

ଟି-୨୦ ଆନ୍ତର୍ଜାତୀୟ ସିରିଜ:-

ପ୍ରଥମ ଟି-୨୦ ଆନ୍ତର୍ଜାତୀୟ: ୧୨ ମାର୍ଚ୍ଚ : ଅହମ୍ମଦାବାଦ

ଦ୍ଵିତୀୟ ଟି-୨୦ ଆନ୍ତର୍ଜାତୀୟ : ୧୪ ମାର୍ଚ୍ଚ : ଅହମ୍ମଦାବାଦ

ତୃତୀୟ ଟି-୨୦ ଆନ୍ତର୍ଜାତୀୟ : ୧୬ ମାର୍ଚ୍ଚ : ଅହମ୍ମଦାବାଦ

ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ : ୧୮ ମାର୍ଚ୍ଚ : ଅହମ୍ମଦାବାଦ

ପଞ୍ଚମ ଟି-୨୦ ଆନ୍ତର୍ଜାତୀୟ : ୨୦ ମାର୍ଚ୍ଚ : ଅହମ୍ମଦାବାଦ

ଦିନକିଆ ସିରିଜ:-

ପ୍ରଥମ ଦିନକିଆ: ୨୩ ମାର୍ଚ୍ଚ : ପୁଣେ

ଦ୍ଵିତୀୟ ଦିନକିଆ: ୨୬ ମାର୍ଚ୍ଚ : ପୁଣେ

ତୃତୀୟ ଦିନକିଆ: ୨୮ ମାର୍ଚ୍ଚ : ପୁଣେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *