ଲାସିଥ ମାଲିଙ୍ଗା ମୁମ୍ବାଇରୁ ନେଲେ ସନ୍ନ୍ୟାସ

ଶ୍ରୀଲଙ୍କାର ଦିଗଜ୍ଜ ଦୃତ ବୋଲର ଲାସିଥ ମାଲିଙ୍ଗା ଫ୍ରାଞ୍ଚାଇଜ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଏକ ମାସ ପୂର୍ବରୁ ମୁମ୍ବାଇ ଇଣ୍ଡିଆନସର ପ୍ରବନ୍ଧନକୁ ସୂଚିତ କରି ନିଜକୁ ଆଗାମୀ ସିଜିନ ପାଇଁ ଅନୁପଲବ୍ଧ କହିଥିଲେ। ଏହାପରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନସ ଦଳ ଦ୍ବାରା ଆଇପିଏଲ ୨୦୨୧ର ନିଲାମୀ ପ୍ରଥମେ ରିଲିଜ କରାଯିବାର ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇ ଟୁଇଟ କରି କହିଲେକି ସେ ମାଲିଙ୍ଗାଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି ସେଥିପାଇଁ ତାଙ୍କୁ ରିଲିଜ କରିଛି।

ମୁମ୍ବାଇ ଇଣ୍ଡିଆନସର ମାଲିକ ଆକାଶ ଅମ୍ବାନୀ ଏକ ବୟାନ ଜାରୀ କରି କହିଲେକି ମାଲିଙ୍ଗା ଗତ ୧୨ବର୍ଷରୁ ଦଳର ମୁଖ୍ୟ ଅଂଶ ଭାବରେ ରହିଛନ୍ତି। ମୁଁ ଚାହୁଁଥିଲିକି ଆଗାମୀ ପାଞ୍ଚ ବର୍ଷ ପାଇଁ ସେ ଆମର ବୋଲିଂ ଆକ୍ରମଣର ଅଂଶ ରୁହନ୍ତୁ, ଏହା ବ୍ୟତୀତ ଆମେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ କରୁଛୁ। ଅମ୍ବାନୀ ଆଗକୁ କହିଲେକି ମାଲିଙ୍ଗା ଏମଆଇର ଦିଗଜ୍ଜ ଅଟନ୍ତି ଓ ସେ ଆମର ହୃଦୟରେ ସବୁବେଳେ ରହିବେ। ଆମେ ଭବିଷ୍ୟତରେ ଚେଷ୍ଟା କରିବୁକି ତାଙ୍କର ଅନୁଭବକୁ କିଛି ଅନ୍ୟ ଉପାୟରେ ଲାଭ ନିଆଯିବ।

Google

ଅନ୍ୟପକ୍ଷେ ମାଲିଙ୍ଗା ତାଙ୍କର ସନ୍ନ୍ୟାସ ନିଷ୍ପତ୍ତି ଉପରେ କହିଲେକି,” ନିଜର ପରିବାର ସହିତ ଚର୍ଚ୍ଚା ପରେ ମୋତେ ଲାଗିଲା କି ପ୍ରଞ୍ଚାଇଜ କ୍ରିକେଟରେ ସନ୍ନ୍ୟାସ ନେବାର ଏହା ଠିକ୍ ସମୟ ଅଟେ।” ସେ କହିଲେକି ମହାମାରୀ ଓ ଯାତ୍ରାରେ କଟକଣା ଯୋଗୁଁ ପରିବାରକୁ ଛାଡ଼ି ଆଗାମୀ ବର୍ଷ ପାଇଁ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା କଷ୍ଟ ହେବ।

୩୭ ବର୍ଷୀୟ ଦୃତ ବୋଲର ୨୦୦୮ରୁ ମୁମ୍ବାଇର ଅଂଶ ଅଛନ୍ତି। ସେ କେବେବି ଅନ୍ୟ କୌଣସି ଦଳ ପାଇଁ ଖେଳିନାହାନ୍ତି। ସେ ପାଞ୍ଚ ଥର ଟାଇଟଲ ଜିତିଥିବା ଦଳର ଅଂଶ ଅଟନ୍ତି। ଆଇପିଏଲ ୨୦୧୮ରେ ମୁମ୍ବାଇ ତାଙ୍କ ଦଳର ଵୋଲିଂ କୋଚ୍ କରିଥିଲା କିନ୍ତୁ ଏହାପରେ ୨୦୧୯ରେ ଦଳରେ ତାଙ୍କୁ ବୋଲର ଭାବରେ ସାମିଲ କରାଗଲା। ସେ ଆଇପିଏଲ ଇତିହାସରେ ୧୨୨ଟି ମ୍ୟାଚରେ ସର୍ବାଧିକ ୧୭୦ଟି ୱିକେଟ ନେଇଛନ୍ତି। ଆଇପିଏଲ ୨୦୧୧ରେ ସେ ୨୮ଟି ୱିକେଟ ନେଇଥିଲେ ଓ ପର୍ପଲ୍ କ୍ୟାପ ହାସିଲ କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *