ଆଇପିଏଲ 2021 : ଦିଲ୍ଲୀ କ୍ୟାପିଟାଲସ ଜାରି କଲା ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ଲିଷ୍ଟ । ଦେଖନ୍ତୁ କିଏ ଦଳରେ ରହିଲେ ଆଉ କିଏ ବାହାରିଲେ ?

ଇଣ୍ଡିଆନ ପ୍ରିମିୟର ଲିଗ 2021 ପାଇଁ ଦିଲ୍ଲୀ କ୍ୟାପିଟାଲସ ନିଜର ରିଟେନ ଖେଳାଳି ଓ ରିଲିଜ ଖେଳାଳିଙ୍କ ଲିଷ୍ଟ ଜାରି କରିଛି । ଫ୍ରାଞ୍ଚାଇଜ ଶ୍ରେୟାସ ଆୟର, ଶିଖର ଧାବନ, ଋଷଭ ପନ୍ତ ଓ ଇଶାନ୍ତ ଶର୍ମାଙ୍କ ସମେତ ପ୍ରାୟ 19 ଖେଳାଳିଙ୍କୁ ରିଟେନ କରିଛନ୍ତି । ସେହିପରି ମୋଟ 6 ଜଣ ଖେଳାଳିଙ୍କୁ ମଧ୍ୟ ରିଲିଜ କରିଛନ୍ତି ।

ଆଇପିଏଲ 2021 ପାଇଁ ଦିଲ୍ଲୀ ଋଷଭ ପନ୍ତ, ଶ୍ରେୟାସ ଆୟର, ପୃଥ୍ୱୀ ସ, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ ଶର୍ମା, ଆଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ, ଅମିତ ମିଶ୍ର, ଆବେଶ ଖାନ, ମାର୍କସ ଷ୍ଟୋଇନିଶ, ସିମରନ ହେଟମାୟାର, କାଗିସୋ ରବାଡ଼ା, ଏନରିଚ ନୋରଖିୟା, ପ୍ରବୀଣ ଦୁବେ, ଲଲୀତ ଯାଦବ, ହର୍ଷଲ ପଟେଲ, ଡେନିଏଲ ସାମସ, କ୍ରିସ ଓକ୍ସଙ୍କୁ ରିଟେନ କରିଛନ୍ତି ।

Google

ସେହିପରି ଆଗାମୀ ସିରିଜ ପାଇଁ ଫ୍ରାଞ୍ଚାଇଜ ସନ୍ଦୀପ ଲାମିଚନେ, ଆଲେକ୍ସ କାରୀ, ତୁଷାର ଦେଶପାଣ୍ଡେ, ମୋହିତ ଶର୍ମା, କେମୋ ପଲ ଓ ଜାଶନ ରୟ ସମେତ ମୋଟ 6 ଖେଳାଳିଙ୍କୁ ରିଲିଜ କରିଛି ।

2020 ମସିହାର ଅକ୍ସନରେ ଦିଲ୍ଲୀ କ୍ୟାପିଟାଲସ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ଓ ଜାଶନ ରୟଙ୍କୁ କିଣି ସମସ୍ତଙ୍କୁ ଚମକାଇ ଦେଇଥିଲା କାରଣ ଦଳରେ ପୂର୍ବରୁ ହିଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୂର୍ବରୁ ଥିଲେ ।

ରିପୋର୍ଟ ମୁତାବିକ, ଆଇପିଏଲ 2021 ର ନିଲାମ ଫେବୃଆରୀ 16 ତାରିଖରୁ ହୋଇପାରେ । ସମସ୍ତ ଦଳ ପାଖରେ ରାଇଟ ଟୁ ମ୍ୟାଚ କାର୍ଡ଼ ମଧ୍ୟ ରହିବ । ଏହାର ବ୍ୟବହାର ଦ୍ୱାରା ଫ୍ରାଞ୍ଚାଇଜ ନିଜର ଖେଳାଳି ମାନଙ୍କୁ ପୁଣିଥରେ ଫେରାଇ ଆଣିପାରିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *