ଆଇପିଏଲ 2021 : ରୟାଲ ଚଲେଞ୍ଜର୍ସ ବାଙ୍ଗାଲୋର ଜାରି କଲା ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ନାମ । ଏହି ଦୁଇ ଷ୍ଟାର ଖେଳାଳି ଦଳରୁ ବାହାର

ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳୁଥିବା ଆରସିବି ଦଳ ଇଣ୍ଡିଆନ ପ୍ରିମିୟର ଲିଗ 2021 ପୂର୍ବରୁ ଦକ୍ଷିଣ ଆଫ୍ରିକା ଷ୍ଟାର ଅଲରାଉଣ୍ଡର କ୍ରିସ ମୋରିସ ଓ ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚଙ୍କୁ ଦଳରୁ ରିଲିଜ କରିଛନ୍ତି । ଫ୍ରାଞ୍ଚାଇଜ ବୁଧବାର ଏହାର ସୂଚନା ଦେଇଥିଲେ ।

ଆରସିବି ଏହାସହ ଭାରତୀୟ ଅଲରାଉଣ୍ଡର ଶିଭମ ଦୁବେ, ଶ୍ରୀଲଙ୍କା ଦ୍ରୁତ ବୋଲର ଇସୁରୁ ଉଡାନା ଓ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ମଧ୍ୟ ରିଲିଜ କରିଦେଇଛନ୍ତି। ଅନୁଭବୀ ଦକ୍ଷିଣ ଆଫ୍ରିକା ବୋଲର ଡେଲ ଷ୍ଟେନ ମଧ୍ୟ ଆଇପିଏଲରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଥିଲେ ।

Google

ରିଟେନ କରାଯାଇଥିବା ଖେଳାଳିଙ୍କ ମଧ୍ୟରୁ ଓପନର ଦେବଦତ ପାଡିକଲ ସାମିଲ ରହିଛନ୍ତି । ସେ ବିଗତ ସିଜିନରେ 473 ରନ କରିଥିଲେ । ବାଙ୍ଗାଲୋର ଏହାସହ ୱାଶିଂଟନ ସୁନ୍ଦର, ନବଦୀପ, ସାଇନି, ମହମ୍ମଦ ସିରାଜ, ଅବ୍ରାହମ ଡିଭିଲିୟର୍ସ, ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ ରଖିଛନ୍ତି ।

ଆଇପିଏଲ 2021 ପାଇଁ ଆରସିବି ରଖିଥିବା 12 ଖେଳାଳି :-

ବିରାଟ କୋହଲି , ଏବି ଡିଭିଲିୟର୍ସ, ଯୁଜବେନ୍ଦ୍ର ଚହଲ, ଦେବଦତ ପାଡିକଲ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ସାଇନି, ଏଡାମ ଜାମ୍ପା, ଶାହବଜ ଅହମ୍ମଦ, ଜୋଶ ଫିଲିପି, କେନ ରିଚାର୍ଡସନ, ପବନ ଦେଶପାଣ୍ଡେ ।

ଏହି ଖେଳାଳିଙ୍କୁ ଆରସିବି ରିଲିଜ କରିଛି :-

ମୋଇନ ଅଲ୍ଲୀ, ଶିବମ ଦୁବେ, ଗୁରକୀର୍ତ ସିଂହ, ଆରୋନ ଫିଞ୍ଚ, କ୍ରିସ ମୋରିସ, ପବନ ନେଗୀ, ପାର୍ଥିବ ପଟେଲ, ଡେଲ ଷ୍ଟେନ, ଇସୁରୁ ଉଡାନା, ଉମେଶ ଯାଦବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *