ଥ୍ରୀ ଇଡିଅଟ ଫିଲ୍ମର ରୈଞ୍ଚୋ ଭଳି କାମ, ଭିଡିଓ କଲିଙ୍ଗ ସାହାଯ୍ୟରେ ଚଳନ୍ତା ଟ୍ରେନରେ କଲେ ମହିଳାଙ୍କ ପ୍ରସବ,ଜାଣନ୍ତୁ ପୁରା ଘଟଣା

ଆପଣ ଥ୍ରୀ ଇଡିଅଟ୍ ଫିଲ୍ମରେ ଦେଖିଥିବେ ଅମିର ଖାନଙ୍କ ସାଙ୍ଗ ରେଞ୍ଚୋ କିଭଳି ଭିଡିଓ କଲିଙ୍ଗ ଜରିଆରେ ଜଣେ ମହିଳାଙ୍କ ପ୍ରସବ କରିଥିଲେ|ଏହିଭଳି ଘଟଣା ସାମ୍ନାକୁ ଆସିଛି|ସୁନୀଲ ନାମକ ବ୍ୟକ୍ତି ଚଳନ୍ତି ଟ୍ରେନରେ ମହିଳାଙ୍କ ପ୍ରସବ କରାଇଛନ୍ତି|ସୁନୀଲ ଦିଲ୍ଲୀର ମହିଳା ଡାକ୍ତରଙ୍କ ସହ ଭିଡ଼ିଓ କଲିଙ୍ଗ କରି ସେଭିଂ ବ୍ଲେଡ ଓ ଉନି ସାଲ ସୂତା ସାହାଯ୍ୟରେ ମହିଳାଙ୍କ ନର୍ମାଲ ଡେଲିଭରି କରାଇଥିଲେ ଏବେ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି|ରେଳମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଟୁଇଟ୍ ଦ୍ଵାରା ଧନ୍ୟବାଦ ଦେଇଛନ୍ତି|

ପ୍ରକୃତରେ ସାଗରରେ ରହୁଥିବା ସୁନୀଲ ପ୍ରଜାପତି ଦିଲ୍ଲୀର ଦକ୍ଷିଣ ରେଲୱେ ହସ୍ପିଟାଲରେ ଲ୍ୟାବ ଟେକ୍ନିସିଆନ ଭାବେ କାର୍ଯ୍ୟରତ|ମାମଲା ଶନିବାର ଓ ରବିବାର ମଧ୍ୟ ରାତ୍ରୀର|ସେ ମଧ୍ୟପ୍ରଦେଶର ସମ୍ପର୍କକ୍ରାନ୍ତିରେ ସାଗର ଆସୁଥିଲେ|ସୁନୀଲ ୩ନମ୍ବର ଵଗିରେ ବସିଥିଲେ|ଏହି ବଗିରେ ଦୋମହର ଜଣେ ମହିଳା କିରଣ ନିଜ ଭାଇ ସହ ଯାଉଥିଲେ ଯିଏ ପ୍ରେଗନାଂଟ ଥିଲେ|

Google

ସୁନୀଲଙ୍କ କହିବାନୁଯାୟୀ ରାତି ଫରିଦାବାଦ୍ ଷ୍ଟେସନ ଅତିକ୍ରମ କଲା ପରେ ମହିଳାଙ୍କ ପ୍ରସବ ପୀଡା ଆରମ୍ଭ ହୋଇଥିଲା|ସେ ସମୟରେ ଡ଼ାକ୍ତରଙ୍କ ସହାୟତା ଆବଶ୍ୟକ ଥିଲାବେଳେ ଉପଲବ୍ଧ ନାହିଁ|ଏହି ସମୟରେ ସୁନୀଲ ଅନ୍ୟଲୋକଙ୍କୁ ସେ ଜଣେ ଲ୍ୟାବ ଟେକ୍ନିସିଆନ୍ ବୋଲି କହିଲେ ଓ ମହିଳା ଡାକ୍ତରଙ୍କ ସହାୟତାରେ ଡେଲିଭରି କରିପାରିବେ ବୋଲି କହିଲେ|ସେ ତୁରନ୍ତ ପାଖରେ ଥିବା ବଗିକୁ ଖାଲି କରି ଅନ୍ୟ ବର୍ଥରେ ବସିଥିବା ମହିଳାଙ୍କୁ ଡାକିଥିଲେ |ଏହାପରେ ସେ ଦିଲ୍ଲୀର ସମ୍ପୁର୍ଣା ସେନଙ୍କୁ ଭିଡିଓ କଲିଙ୍ଗ ମାଧ୍ୟମରେ ସ୍ଥିତି ବତାଇ ଅନ୍ୟ ମହିଳା ସହାୟତାରେ ଡେଲିଭରି କରାଇଥିଲେ|

ସୁନୀଲ କହିଛନ୍ତି ଯେ ତାଙ୍କୁ ଡର ଲାଗୁଥିଲା|କିନ୍ତୁ ଭିଡିଓ କଲିଙ୍ଗରେ ଡାକ୍ତର ସମ୍ପୁର୍ଣା ତାଙ୍କର ସାହାସ ବଢ଼ାଇଥିଲେ , ସେହି ନିର୍ଦ୍ଦେଶନାରେ ସେ କରିଥିଲେ|ଏହା ଫଳରେ ମହିଳାଙ୍କ ସଫଳ ଡେଲିଭରି ହୋଇଥିଲା|ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ନୂଆ ବ୍ଲେଡ ସାହାଯ୍ୟରେ ଡକ୍ଟରଙ୍କ ସହ ପରାମର୍ଶକ୍ରମେ ଗର୍ଭନାଳ କାଟିଥିଲେ|

ଡେଲିଭରୀ ପରେ ଶିଶୁ ନ କାନ୍ଦିଵାରୁ ସୁନୀଲ ଡରି ଯାଇଥିଲେ| ସେ ଛାତିରେ ଧରି ଗେଲ କରିବାରୁ କିଛି ସମୟ ପରେ ସେ କାନ୍ଦିଲା |ଏହି ସମୟରେ ଟ୍ରେନରେ ଥିବା ଅନ୍ୟ ଲୋକଙ୍କୁ ଥ୍ରୀ ଇଡିଅଟ୍ସ ଫିଲ୍ମ ଭଳି ଲାଗୁଥିଲା|ଡାକ୍ତର ସମ୍ପୁର୍ଣ୍ଣ ରାନା ରେଲୱେକୁ ଏହି ସୂଚନା ଦେଇଥିଲେ|ଫଳରେ ଟ୍ରେନ ମଥୁରା ଷ୍ଟେସନରେ ଅଟକିଥିଲା ଓ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା|ସୋମବାର ଦିନ ମହିଳା ହସ୍ପିଟାଲରୁ ଯିବା ପରେ ସୁନୀଲଙ୍କ ଫୋନ କରିବାରୁ ସେ ଷ୍ଟେସନ ଆସି ସମସ୍ତଙ୍କୁ ଦେଖାସାକ୍ଷାତ କରିଥିଲେ|

Google

ମାମଲା ସାମନାକୁ ଆସିଥିଲା ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ସୁନିଲଙ୍କୁ ଟୁଇଟକରି ପ୍ରଶଂସା କରିଥିଲେ|ସେ କହିଛନ୍ତି ଯେତେବେଳେ ଶିଶୁକୁ ହାତରେ ଧରିଲି ଅଲଗା ଅନୁଭଵ ହୋଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *