ବର୍ତ୍ତମାନ କରୋନା ଟୀକା ନେବାକୁ ମନା କରିଲେ ଆଉ ମାଗଣାରେ ମିଳିବନାହିଁ ଟୀକା,ଜାଣନ୍ତୁ ପୁରା ଖବର

କରୋନା ଟୀକା ପରେ ମାଗଣାରେ ମିଳିବ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟୀକା ଦିଆଯିବ। ବର୍ତ୍ତମାନ କିଛି କିଛି ସ୍ୱାସ୍ଥ୍ୟକର୍ମୀ କରୋନା ଟୀକା ନେବେ ନାହିଁ ବୋଲି ମନା କରୁଛନ୍ତି। ବର୍ତ୍ତମାନ ଯଦି କୌଣସି ସ୍ୱାସ୍ଥ୍ୟକର୍ମୀ ଟୀକା ନ ନିଅନ୍ତି, ତେବେ ପରେ ସେମାନଙ୍କୁ ଆଉ ମାଗଣାରେ ଟୀକା ପ୍ରଦାନ କରାଯିବ ନାହିଁ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ଟୀକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଇଛି। ଟୀକା ନେବାକୁ ଯଦି ମନାକରନ୍ତି ତେବେ ପରେ ଆଉ ମାଗଣାରେ ଟୀକା ଦିଆଯିବ ନାହିଁ, ସେତେବେଳେ ସେମାନେ ନିଜେ ପଇସା ଟଙ୍କା ଖର୍ଚ୍ଚ କରି ଟୀକା କିଣିବେ। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତିକି, ପ୍ରଥମ ପର୍ଯ୍ୟାୟର ଟୀକାକରଣର ଦ୍ୱିତୀୟ ଦିନ ମଧ୍ୟ ବହୁତ ସଫଳ ହୋଇଛି ।ଗତକାଲି ୩୭୫ସେସନରେ ୩୨ ହଜାର ୫୨୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯାଇଛି। ୩୧ ହଜାର ୯୦୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବାର ଯୋଜନା ଥିଲା, କିନ୍ତୁ ତାଠୁ ଅଧିକ ଲୋକଙ୍କୁ ଟୀକା ଦିଆଯାଇଛି।

Google

ଫଳରେ ୧୦୨ ପ୍ରତିଶତ ଟାର୍ଗେଟକୁ ହାସଲ କରାଯାଇଛି। ତେଣୁ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତିକି କିଛି ସେସନ କମ୍ କରାଯାଇଛି। ଆଜି ୧୯୨ଟି ସେସନରେ ୧୬ ହଜାର ୨୬୧ ଜଣଙ୍କୁ ଟୀକା ଦିଆଯିବାର ଟାର୍ଗେଟ କରାଯାଇଛି। ଟୀକା ନେବା ପରେ ବର୍ତ୍ତମାନ ଯର୍ଯ୍ୟନ୍ତ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନାହିଁ । ତେବେ ୭ ଜଣ ସ୍ୱାସ୍ଥ୍ୟକର୍ମୀ ସାମାନ୍ୟ ଭଲ ଲାଗୁନାହିଁ ବୋଲି ପ୍ରକାଶ କରିଛନ୍ତି।

ଆଜି ଅପରାହ୍ନ ସାଢ଼େ ୪ଟାରେ ପୁଣେରୁ ଦ୍ୱିତୀୟ ଫେଜର ଟୀକା ଭୁବନେଶ୍ୱର ଆସିବ। ସ୍ପାଇସ ଜେଟ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନ ଆଜି ପୁଣେରୁ ଭୁବନେଶ୍ୱରକୁ କୋଭିଶିଲ୍ଡର ଟୀକା ନେଇ ଆସିବ। ଅନ୍ୟପଟେ ରାଜ୍ୟରେ କରୋନାର ଟୀକାକରଣ ସୁରୁଖୁରୁରରେ ଜାରି ଅଛି। ଆସନ୍ତାକାଲି ୯୨ଟି ସେସନ, ୨୧ ତାରିଖରେ ୪୩୬ଟି ସେସନ, ୨୨ ତାରିଖରେ ୧୪୧ଟି ସେସନ, ୨୩ ତାରିଖରେ ୧୭୮ଟି ସେସନ ଏବଂ ୨୫ ତାରିଖରେ ୨୭୯ଟି ସେସନର ଟୀକାକରଣ ହେବ। ଏହିପରି ଭାବରେ ୨୫ ତାରିଖ ସୁଦ୍ଧା ୧୬୯୮ଟି ସେସନରେ ମୋଟ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାର ଲକ୍ଷ୍ୟ ରଖାଯାଇଛି। କେବେ କେଉଁଦିନ କେତୋଟି ସେସନରେ ଏହି ସମସ୍ତ ଟୀକାକରଣ କରାଯିବ ତାହାର ସମୟ ମଧ୍ୟ ନିର୍ଦ୍ଧାରଣ ସରିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *