ଅଷ୍ଟ୍ରେଲିଆ ବନାମ ଭାରତ: ଶୁଭମନ ଗିଲ ଭାଙ୍ଗିଲେ ୫୦ ବର୍ଷର ପୁରୁଣା ରେକର୍ଡ, ଏମିତି କରିବାରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ଅଷ୍ଟ୍ରେଲିଆ ଟୁରରେ ଟେଷ୍ଟ କ୍ରିକେଟରେ ଡେବ୍ଯୁ କରିଥିବା ଶୁଭମନ ଗିଲ ନିଜର ଟେଷ୍ଟ କ୍ଯାରିୟରରେ ପ୍ରଥମ ଶତକ କରିବାରୁ ବଞ୍ଚିତ ହେଲେ। ଗିଲ ୯୧ରନର ଇନିଙ୍ଗ୍ସ ଖେଳିବା ପରେ ନାଥନ ଲିୟୋନଙ୍କ ବଲରେ ସ୍ଲିପରେ କ୍ୟାଚ ଆଉଟ ହୋଇଗଲେ। ନିଜର ୯୧ ରନ ଏହି ଇନିଙ୍ଗ୍ସରେ ଗିଲ ଭଲ ଭାବରେ ଖେଳିଥିଲେ । ସେ ୧୪୬ଟି ବଲର ସାମ୍ନା କରିଥିଲେ। ଯେଉଁଥିରେ ସେ ୮ଟି ଚୌକ ଓ ୨ଟି ଛକା ମାରିଥିଲେ। ପୂଜାରାଙ୍କ ସହିତ ମିଶି ଗିଲ ଭାରତ ପାଇଁ ଦ୍ଵିତୀୟ ୱିକେଟରେ ୧୧୪ରନର ପାର୍ଟନରଶିପ କରିଥିଲେ। ଗିଲ ମିଚେଲ ଷ୍ଟାର୍କଙ୍କ ବିରୁଦ୍ଧରେ ଧୂଆଁଧାର ବ୍ୟାଟିଂ କରିଥିଲେ ଓ ସେ ତାଙ୍କର ୧୨ତମ ଅଭରରେ ଗୋଟିଏ ଛକା ଓ ଦୁଇଟି ଚଉକା ମାରି ନିଜର ଇରାଦା ସ୍ପଷ୍ଟ କରିଛନ୍ତି। କିନ୍ତୁ ଲିୟୋନ ନିଜର ଫିରକି ବୋଲିଂ କରି ତାଙ୍କୁ ଶତକ କରିବାରେ ରୋକି ଦେଲେ। ଗିଲ ଶତକ କରିପାରିଲେ ନାହିଁ କିନ୍ତୁ ନିଜ ନାମରେ ଦୁଇଟି ବଡ ରେକର୍ଡ କରିବାରେ ସଫଳ ହୋଇଛନ୍ତି ।

ଶୁଭମନ ଗିଲ ସବୁଠୁ କମ ବୟସରେ ଭାରତ ପାଇଁ ଟେଷ୍ଟ କ୍ରିକେଟର ଚତୁର୍ଥ ଇନିଙ୍ଗ୍ସରେ ୫୦ରୁ ଅଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ସାଜିଲେ। ଏହି ମାମଲାରେ ସେ ସୁନୀଲ ଗାଭାସ୍କରଙ୍କର ରେକର୍ଡକୁ ମଧ୍ୟ ଭାଙ୍ଗିଦେଲେ। ଗାଭାସ୍କର ଏମିତି କାରନାମା ୨୧ବର୍ଷ, ୨୪୩ ଦିନ ବୟସରେ କରିଥିଲେ। ଗିଲ ଏହି କମାଲ ୨୧ ବର୍ଷ, ୧୩୩ ଦିନ ବୟସରେ କରିଛନ୍ତି । ଗାଭାସ୍କର ୧୯୭୦-୭୧ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପୋର୍ଟ ଅଫ ସ୍ପେନରେ ଖେଳା ଯାଇଥିବା ଡେବ୍ୟୁ ଟେଷ୍ଟ ମ୍ୟାଚରେ ଚତୁର୍ଥ ଇନିଙ୍ଗ୍ସରେ ବ୍ୟାଟିଂ କରି ନଟଆଉଟ ୬୭ ରନର ଇନିଙ୍ଗ୍ସ ଖେଳିଥିଲେ। ସେହିପରି ବ୍ରୀସବେନରେ ଗିଲ ଚତୁର୍ଥ ଇନିଙ୍ଗ୍ସରେ ୯୧ରନ କରିଥିଲେ।

Google

ଶୁଭମନଙ୍କ ଟେଷ୍ଟ କ୍ରିକେଟରେ ଏହା ବର୍ତ୍ତମାନ ସର୍ବୋତ୍ତମ ଟେଷ୍ଟ ସ୍କୋର। ଏହା ସହିତ ଗିଲ ମଧ୍ୟ ଓପନର ଭାବେ ଗାବା ପଡ଼ିଆରେ ତୃତୀୟ ବୃହତ୍ତମ ଇନିଂସ ଖେଳିଥିବା ଭାରତର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଏମିତି କରିବାରେ ଶିଖର ଧାୱନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଧାୱନ ଓପନର ଭାବରେ ଗାବା ପଡିଆରେ ୮୧ରନର ଇନିଙ୍ଗ୍ସ ଖେଳିଥିଲେ । ଏହା ବ୍ୟତୀତ ମୁରଲୀ ବିଜୟ ଓପନର ଭାବରେ ଗାବାରେ ୧୧୪ ରନ କରିଥିଲେ। ଗାଭାସ୍କର ଏହି ପଡିଆରେ ଭାରତୀୟ ଓପନର ଭାବରେ ୧୧୩ ରନର ଇନିଙ୍ଗ୍ସ ଖେଳିବାର ରେକର୍ଡ ରହିଛି।

ଏଇ ସିରିଜରେ ଶୁଭମନ ଗିଲ ସମୁଦାୟ ୨୫୯ରନ କରିଥିଲେ, ଯେଉଁଥିରେ ୨ଟି ଅର୍ଦ୍ଧଶତକ ସାମିଲ ଅଛି। ବର୍ଡର-ଗାଭାସ୍କର ୨୦୨୦-୨୧ ସିରିଜରେ ଗିଲ ନିଜର ଡେବ୍ୟୁ ଟେଷ୍ଟ ସିରିଜରେ ଭଲ ବ୍ୟାଟିଂ କରି କ୍ରିକେଟ କ୍ରିକେଟ ମହାରଥୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *