ଦେଖନ୍ତୁ ଭିଡିଓ : ଝିଅଟିକୁ ଡ୍ୟାନ୍ସ କରୁଥିବାର ଦେଖି ହାତୀ ବି କରିବାକୁ ଲାଗିଲା ଡ୍ୟାନ୍ସ, IPS କହିଲେ -‘ମୋ ଠାରୁ ବି ଭଲ କଲା

ସୋସିଆଲ ମିଡିଆରେ ହାତୀ ଡ୍ୟାନ୍ସ କରିବାର ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି | ଝିଅଟି ଡ୍ୟାନ୍ସ କରୁଥିବାବେଳେ ପଛରେ ଠିଆ ହୋଇଥିବା ଦୁଇଟି ହାତୀ ମଧ୍ୟ ସେହିପରି ହିଁ ନାଚିବାକୁ ଲାଗିଲେ | ହାତୀମାନଙ୍କର ଅନେକ ମଜାଦାର ଭିଡିଓ ଆପଣ ନିଶ୍ଚିତ ଭାବରେ ଦେଖିଥିବେ, କିନ୍ତୁ ଏହି ଭିଡିଓଟି ଆପଣଙ୍କୁ ବହୁତ ହସାଇବ ଏବଂ ଖୁବ ମଜା ଦେବ | ଆଇପିଏସ ଅଧିକାରୀ ଦୀପାନସୂ କାବ୍ରା ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି |

ଭିଡିଓରେ ଦେଖିବାକୁ ମିଳୁଛି ଯେ ଝିଅଟି ଡ୍ୟାନ୍ସ କରୁଥାଏ | ତାଙ୍କୁ ନାଚୁଥିବାର ଦେଖୁଥିବା ହାତୀମାନେ ମଧ୍ୟ ଉତ୍ସାହିତ ହୁଅନ୍ତି | ସେମାନେ ମଧ୍ୟ ଠିକ ସେହିଭଳି ନାଚିବା ଆରମ୍ଭ କରନ୍ତି | ସେମାନେ ସେମାନଙ୍କର ଶୁଣ୍ଢ ହଲାଇବା ଆରମ୍ଭ କରନ୍ତି | ଉଭୟ ହାତୀ ଠିକ ସେହିପରି ହିଁ ଡ୍ୟାନ୍ସ କରନ୍ତି | ଝିଅଟି ଏହା ଦେଖିବା ପରେ ହସି ହସି ସେହି ହାତୀମାନଙ୍କ ସହ ନାଚିବା ଆରମ୍ଭ କରନ୍ତି | ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଖୁବ ହସିଥିଲେ |

ଆଇପିଏସ ଅଫିସର ଭିଡିଓ ସେୟାର କରିବାବେଳେ କ୍ୟାପସନରେ ଲେଖିଛନ୍ତି, ‘କଣ ହାତୀମାନେ ଡ୍ୟାନ୍ସ କରିପାରିବେ ? ଉତ୍ତର ହେଉଛି ହଁ, ସେମାନେ ମୋ ଠାରୁ ମଧ୍ୟ ଭଲ ଡ୍ୟାନ୍ସ କରୁଛନ୍ତି |’

ଭିଡିଓ ଦେଖନ୍ତୁ :-

ଏହି ଭିଡିଓକୁ ସେ ଜାନୁଆରୀ ୧୮ ରେ ସେୟାର କରିଥିଲେ, ଯାହା ଏପର୍ଯ୍ୟନ୍ତ ତିନି ହଜାରରୁ ଅଧିକ ଲାଇକ ହୋଇସାରିଛି | ଏହାସହିତ ୭୦୦ ରୁ ଅଧିକ କମେଣ୍ଟ ଏବଂ ୮୦ ଟି ରି-ଟ୍ୱିଟ ହୋଇସାରିଛି | ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ଲୋକମାନେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *