ଦୁନିଆର ସବୁଠାରୁ ଅଜବ ଦେଶ, ଯେଉଁଠାରେ ଗାଡିର ତେଲ ସରିଯିବା ଏକ ବଡ ଅପରାଧ, ଏଥିପାଇଁ ରହିଛି ଏମିତି ଦଣ୍ଡ,ଜାଣନ୍ତୁ ସେ ଦେଶ ଓ ଆଇନ ବିଷୟରେ ?

ଏକଛତ୍ରବାଦୀ ହିଟଲର ଦେଶ ଜର୍ମାନୀର ନାମ ତ ଆପଣ ନିଶ୍ଚୟ ଶୁଣିଥିବେ | ଆଜ୍ଞା ହଁ, ତାହା ହେଉଛି ଏକଛତ୍ରବାଦୀ ହିଟଲର, ଯେଉଁ କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା | ହୁଏତ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଏହି ଦେଶ ସମ୍ପୂର୍ଣ୍ଣ କାଙ୍ଗାଳ ହୋଇଯାଇଥିଲା, କିନ୍ତୁ ଆଜି ଏହାର ଗଣନା ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟରେ କରାଯାଇଥାଏ | ଇଞ୍ଜିନିୟରିଂ କ୍ଷେତ୍ରରେ ଆଜି ସମଗ୍ର ବିଶ୍ୱରେ ସବୁଠାରୁ ପ୍ରଥମରେ ଯେଉଁ ଦେଶର ନାମ ଆସିଥାଏ, ତାହା ହେଉଛି ଜର୍ମାନୀ | ଏହି ଦେଶ ସହିତ ଜଡିତ ଆହୁରି ଅନେକ ମଜାଦାର ତଥ୍ୟ ଅଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ |

ଜର୍ମାନୀ ଏପରି ଏକ ଦେଶ ଅଟେ, ଯେଉଁଠାରେ ଆପଣ ରାଜପଥରେ ଯେତେ ଇଚ୍ଛା ସେତେ ସ୍ପିଡ଼ରେ ଗାଡି ଚଳାଇ ପାରିବେ | ଗାଡିର ସ୍ପିଡ଼ ପାଇଁ ଜର୍ମାନୀରେ କୌଵାସୀ ଦଣ୍ଡର ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ରାସ୍ତା ମଝିରେ ଆପଣଙ୍କ ଗାଡିର ଇନ୍ଧନ ଶେଷ ହୋଇଯାଏ, ତେବେ ଏହାକୁ ଅପରାଧ ବୋଲି ଧରାଯିବ | ଏଥିପାଇଁ ଆପଣଙ୍କୁ ଦଣ୍ଡ ଦିଆଯାଇପାରେ କିମ୍ବା ଜରିମାନା କରାଯାଇପାରେ |

Google

ସାଧାରଣତ ଲୋକମାନେ କାହାକୁ ଫୋନ କରନ୍ତି କିମ୍ବା ଫୋନ ଉଠାନ୍ତି, ସେତେବେଳେ ସର୍ବପ୍ରଥମେ ‘ହେଲୋ’ ହିଁ କୁହନ୍ତି ଏବଂ ପରେ କଥାବାର୍ତ୍ତା ଆରମ୍ଭ କରନ୍ତି | କିନ୍ତୁ ଏଠାରେ ଥିବା ଲୋକମାନେ ଫୋନରେ ହେଲୋ କହିବା ପରିବର୍ତ୍ତେ ସିଧାସଳଖ ନିଜ ନାମ କହି କଥାବାର୍ତ୍ତା କରିବା ଆରମ୍ଭ କରନ୍ତି |

ବିଶ୍ୱରେ ସବୁଠାରୁ ଅଧିକ ସଂଖ୍ୟକ ପ୍ରାଣୀ ଉଦ୍ୟାନ ଜର୍ମାନୀରେ ରହିଛି | ଏହା ବ୍ୟତୀତ ଦୁନିଆର ସବୁଠାରୁ ଉଚ୍ଚ ଚର୍ଚ୍ଚ ମଧ୍ୟ ଏଠାରେ ରହିଛି | ଯାହାର ନାମ ‘ଉଲମ ମିନିଷ୍ଟର’ ଅଟେ | ଏହି ଚର୍ଚ୍ଚର ଉଚ୍ଚତା ପ୍ରାୟ ୫୩୦ ଫୁଟ ଅଟେ | ଏହା ଏତେ ବଡ ଯେ ଏଥିରେ ଦୁଇ ହଜାର ଲୋକ ଏକାଠି ଆରାମରେ ବସିପାରିବେ |

ଆପଣ ହୁଏତ ଜାଣି ନଥିବେ, କିନ୍ତୁ ବିଶ୍ୱର ସବୁଠାରୁ ପ୍ରଥମ ପତ୍ରିକା ୧୬୬୩ ଖ୍ରୀଷ୍ଟାବ୍ଦରେ ଜର୍ମାନୀରେ ହିଁ ପ୍ରକାଶିତ ହୋଇଥିଲା | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବାଧିକ ପୁସ୍ତକ ମୁଦ୍ରଣ କରୁଥିବା ଦେଶ ତାଲିକାରେ ଜର୍ମାନୀ ଦେଶର ନାମ ମଧ୍ୟ ସାମିଲ ଅଛି | ଏଠାରେ ପ୍ରତିବର୍ଷ ୯୪ ହଜାରରୁ ଅଧିକ ପୁସ୍ତକ ମୁଦ୍ରଣ କରାଯାଇଥାଏ |

ସାଧାରଣତ ଭାରତ ସମେତ ଅନେକ ଦେଶରେ ଲୋକମାନେ କାହାକୁ ବି ଆଡ଼ଭାନ୍ସରେ ଜନ୍ମଦିନର ଶୁଭେଚ୍ଛା କରି ଦେଇଥାନ୍ତି | କିନ୍ତୁ ଜର୍ମାନୀରେ ଏପରି କରିବାକୁ ବ୍ୟାଡଲକ କୁହାଯାଏ | ଏଠାକାର ଲୋକମାନେ କେବଳ ଜନ୍ମଦିନରେ ହିଁ ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇଥାନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *