ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଲୋକଙ୍କ ଠାରେ ଦେଖାଯାଇଛି ଭ୍ୟାକ୍ସିନର ସାଇଡ଼ ଇଫେକ୍ଟ । କଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କି ସେମାନେ । ଜାଣନ୍ତୁ ସବୁକିଛି

ଭାରତରେ କରୋନା ଟୀକାକରଣ ଆରମ୍ଭ ହେବା ଦୁଇଦିନ ହୋଇଗଲାଣି । ଏହିସମୟରେ ଲକ୍ଷ ଲୋକଙ୍କୁ ଟୀକା ଲଗାଯାଇଛି, କିନ୍ତୁ କିଛି କିଛି ଜାଗା ମାନଙ୍କରେ କିଛି ଲୋକଙ୍କ ଠାରେ ଏହାର ସାଇଡ଼ ଇଫେକ୍ଟ ଦେଖିବାକୁ ମିଳିଛି । ଏହି ଖବର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ସମ୍ବାଦଦାତା ସମ୍ମେଳନରେ ଦେଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବିକ, 16 ଓ 17 ଜାନୁଆରୀ ଟୀକା ଲାଗାଇବା ପରେ 447 ଏଇଏଫଆଇ ଟୀକାକରଣ ପରେ ପ୍ରତିକୂଳ ଘଟଣା ରିପୋର୍ଟ କରାଯାଇଛି । ସମ୍ବାଦଦାତା ସମ୍ମେଳନ ମଧ୍ୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ଡ଼. ମନୋହର ଅଗ୍ନାନି କହିଥିଲେ କି, ଅଧିକାଂଶ ମାମଲାରେ ଭ୍ୟାକ୍ସିନର ପ୍ରତିକୂଳ ପ୍ରଭାବ ମାମୁଲି ସ୍ତରର ଅଟେ।

ଡ଼. ମନୋହର ଅଗ୍ନାନି କହିଥିଲେ କି, ଟୀକା ଲାଗାଇବା ପରେ କେବଳ ତିନି ମାମଲା ଏମିତି ଦେଖିବାକୁ ମିଳିଛି, ଯେମିତି ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଛି । ଭ୍ୟାକ୍ସିନ ଦିଆଯିବାପରେ ଯଦି କାହାକୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡେ ତ ତାଙ୍କୁ ଗମ୍ଭୀର ଏଇଏଫଆଇ ମନାଯାଏ।

Google

ଡ଼. ମନୋହର ଅଗ୍ନାନିଙ୍କ ମୁତାବିକ, ଯେଉଁ ତିନି ଲୋକଙ୍କ ଠାରେ ଭ୍ୟାକ୍ସିନର ତିନୋଟି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି, ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରୀ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 24 ଘଣ୍ଟା ପରେ ମଧ୍ୟ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଗଲା । ସେହିପରି ଦ୍ଵିତୀୟ ବ୍ୟକ୍ତିଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ ମଧ୍ୟ ହସ୍ପିଟାଲରୁ ଛୁଟି ମିଳିଯାଇଛି । ତୃତୀୟ ବ୍ୟକ୍ତିକୁ ଋଷିକେଶ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯାହାର ଅବସ୍ଥା ବର୍ତ୍ତମାନ ସଠିକ ରହିଛି । ସେ କହିଥିଲେ କି, ଟୀକା ନେଉଥିବା କିଛି ଲୋକ ହାଲକା ଜ୍ୱର, ମୁଣ୍ଡବିନ୍ଧାର ଶିକାର ହେଉଛନ୍ତି।

ପ୍ରଥମ ଓ ଦ୍ଵିତୀୟ ଦିନରେ କେତେ ଲୋକଙ୍କୁ ଟୀକା ଲଗାଗଲା :-

ସ୍ୱାସ୍ଥ୍ୟ ସଚିବ ଡ଼କ୍ଟର ମନମୋହନ ଅଗ୍ନାନି ମୁତାବିକ, ଟୀକାକରଣର ପ୍ରଥମଦିନରେ ପ୍ରାୟ 2,07,229 ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇଥିଲା । ସେହିପରି ଦ୍ବିତୀୟ ଦିନ ଜାନୁଆରୀ 17 ତାରିଖରେ ଛଅ ରାଜ୍ୟ ଯଥାକ୍ରମେ: ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, କେରଳା ଓ କର୍ଣ୍ଣାଟକ, ମଣିପୁର ଓ ତାମିଲନାଡ଼ୁରେ ଟୀକାକରଣ ହୋଇଥିଲା ଓ ପ୍ରାୟ 17 ହଜାର ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇଥିଲା ।

ଭ୍ୟାକ୍ସିନ ନେବାପରେ ମଧ୍ୟ ସବଧାନୀ ଆବଶ୍ୟକ :-

ଡ଼କ୍ଟର ମାନେ କୁହନ୍ତି ଭ୍ୟାକ୍ସିନ ଲାଗାଇବା ପରେ ଆପଣଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ କାରଣ ଭ୍ୟାକ୍ସିନ ନେବାପରେ ଏହା ଅତିରିକ୍ତ ସବଧାନୀ ଅଟେ । ଏହାବ୍ୟତୀତ ପରସ୍ପର ଠାରୁ ଦୂରେଇ ରହିବା, ସାନିଟାଇଜର ବ୍ୟବହାର କରିବା ଇତ୍ୟାଦି ଉପଯୋଗ କରିବା ଜରୁରୀ ଅଟେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *