ଘରର ସ୍ୱିମିଙ୍ଗ ପୁଲରେ ଅଚାନକ ଦେଖିବାକୁ ମିଳିଲା ବିଷାକ୍ତ ସାପ । ତା ପରେ ପୁଣି ଏମିତି କିଛି ଘଟିଲା.. ଦେଖନ୍ତୁ ଭିଡ଼ିଓ

ଅଷ୍ଟ୍ରେଲିଆର ଏକ ପରିବାରର ଘର ସ୍ୱିମିଙ୍ଗ ପୁଲରେ ଦୁନିଆର ସବୁଠାରୁ ବିଷାକ୍ତ ସାପ ମାନଙ୍କ ମଧ୍ୟରୁ ଗୋଟିଏକୁ ସ୍ୱିମିଙ୍ଗ ପୁଲରେ ଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ଆଡ଼ିଲେଡ଼ର ମାରିନୋ ଉପନଗରର ଏକ ସ୍ୱିମିଙ୍ଗ ପୁଲରେ ଦେଖିବାକୁ ମିଳିଥିଲା । ଘଟଣା ଠାରେ ଆଡ଼ିଲେଡ଼ର ପ୍ରଶିକ୍ଷିତ ସାପ ଧରାଳି ଆସି ଏହାର ଭିଡ଼ିଓକୁ ଶେୟର କରି ଲେଖିଥିଲେ କି, ଏହି ସାପ ଗରମରୁ ଆରାମ ପାଇବା ପାଇଁ ସ୍ୱିମିଙ୍ଗ ପୁଲରେ ପହଁରୁଛି ଓ ଏହା ବହୁତ ଭୟାନକ ମଧ୍ୟ ଅଟେ ।

କମେଣ୍ଟସ ରେ ଜଣେ ବ୍ୟକ୍ତି କହିଥିଲେ, ନଜର ରଖନ୍ତୁ ଏହି ଗରମରେ ଏମାନେ କେଉଁଠାରେ ମଧ୍ୟ ଦେଖିବାକୁ ମିଳିବେ । ଆଉ ଜଣେ କମେଣ୍ଟରେ କହିଥିଲେ, ଏହା ସବୁଠାରୁ ସୁନ୍ଦର ଭାବରେ ପହଁରୁଛି । ଏହିସାପକୁ ଭାରତରେ ଭୁରା ସାପ ବୋଲି କୁହାଯାଏ । ଏହି ସାପ ବହୁତ ଖତରନାକ ଓ ଅଷ୍ଟ୍ରେଲିଆରେ ସାଧାରଣତଃ ସାପ ଦଂଶନରୁ ମରୁଥିବା ଲୋକଙ୍କ କାରଣ ଏହି ସାପ ଅଟେ ।

ଅଷ୍ଟ୍ରେଲିଆ ସଂଗ୍ରହାଳୟ ମୁତାବିକ, ଏହି ସାପ ଅନ୍ୟ ସାପଙ୍କ ତୁଳନାରେ ସବୁଠାରୁ ଅଧିକ ଦେଖାଯାଏ । ଦେଖାଗଲେ ଏହା ପ୍ରତିକ୍ରିୟା କରିବା ସହ ରାକ୍ଷଣାତ୍ମକ ନୀତି ଆପଣାଇଥାଏ । ଏମାନଙ୍କ ଚୋଟର ବିଷରେ ଆପଣଙ୍କୁ ପାରାଲିସିସ ହେବାସହ ସହ ରକ୍ତସ୍ରାବ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *