ଜେଇଇ ମେନ୍ ଆବେଦନ ଅବଧି ବଢିଲା, ୨୩ ତାରିଖ ପର୍ଯ୍ୟନ୍ତ କରିହେବ ଅନଲାଇନରେ ଆବେଦନ

ଇଞ୍ଜିନିୟରିଂ ପଢ଼ିବା ପାଇଁ ଜେଇଇ ମେନ୍ ପରୀକ୍ଷାର ଆବେଦନ ଅବଧି ବଢିଲା। ସୂଚନା ଅନୁସାରେ, ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ)ର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର କହିଛନ୍ତି।

Google

ଆଉ ମଧ୍ୟ ସେ କହିଛନ୍ତି, ଫେବୃଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ଅନୁଷ୍ଠିତ ହେବ। ସେହିପରି ଭାବରେ ମାର୍ଚ୍ଚ,ଏପ୍ରିଲ,ମେ ଓ ଜୁନରେ ମଧ୍ୟ ଜେଇଇ ମେନ୍ ହେବ। ଛାତ୍ରଛାତ୍ରୀମାନେ ୪ଥର ଜେଇଇ ମେନ୍‌ ପରୀକ୍ଷା ମଧ୍ୟରୁ ଗୋଟିଏ, ଦୁଇଟି, ତିନୋଟି କିମ୍ବା ୪ଟି ଯାକ ପରୀକ୍ଷା ଦେଇପାରିବେ। ପରୀକ୍ଷାରେ ର‌୍ୟାଙ୍କ ହାସଲ କରିବା ପରେ ଦେଶରେ ଥିବା ଏନଆଇଟି, ଟ୍ରିପଲ୍‌ ଆଇଟି ଭଳି ଥିବା ଅନ୍ୟ ସମସ୍ତ କେନ୍ଦ୍ରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଓ ରାଜ୍ୟଗୁଡ଼ିକରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖିପାରିବେ। ଚଳିତବର୍ଷ ଜେଇଇ ମେନରେ ର‌୍ୟାଙ୍କ ହାସଲ କରିଥିବା ଛାତ୍ର ଛାତ୍ରୀମାନେ ଗୋରଖପୁରସ୍ଥିତ ମଦନ ମୋହନ ମାଲବ୍ୟ ବୈଷୟିକ ବିଶ୍ଵବିଦ୍ୟାଳୟରେ ମଧ୍ୟ ନାମ ଲେଖିପାରିବେ। ଏହି ବିଶ୍ଵବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନରେ ବିଟେକ ପଡ଼ିବା ପାଇଁ ଆବେଦନ ମଧ୍ୟ କରିପାରିବେ।

Google

୨୩ ତାରିଖ ଦିନ ଆବେଦନ କରିବା ପରେ ଅନଲାଇନରେ ୨୪ ତାରିଖ ରାତି ୧୧ଟା ୫୦ମିନିଟ ପର୍ଯ୍ୟନ୍ତ “ଫି” ଦାଖଲ କରିବାକୁ ପଡ଼ିବ। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମରେ କୌଣସି ତ୍ରୁଟି ଥିଲେ ଫର୍ମକୁ ସଂଶୋଧନ କରିହେବ। ଫେବୃଆରୀ ଦ୍ଵିତୀୟ ସପ୍ତାହରେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ସୂଚନା ଦେଇଛନ୍ତି, ଡ. ସାଧନା ପରାସର। ଏହି ସମ୍ପର୍କରେ ସମସ୍ତ ତଥ୍ୟ ବିଷୟରେ ଜାଣିବା ପାଇଁ www.nta.ac.inରେ ଭିଜିଟ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *