ପାରା ପାଇଁ ବିବାଦ : ଆମେରିକାରୁ 13 ହଜାର କିଲୋମିଟର ଯାତ୍ରା କରି ଅଷ୍ଟ୍ରେଲିଆରେ ପହଞ୍ଚିଲା ଏକ ପାରା,ତା ପରେ ଆରମ୍ଭ ହେଲା …ଜାଣନ୍ତୁ ପୁରା ଘଟଣା

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ନାମରେ ଏକ ପାରା, ଯାହାର ନାମ ଜୋ । ଏହାକୁ ନେଇ ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟରେ ବିବାଦ ଆରମ୍ଭ ହୋଇଗଲା । ଘଟଣାଟି ହେଉଛି, ଆମେରିକାରୁ ଏକ ପାରା 13 ହଜାର କିଲୋମିଟର ଯାତ୍ରା କରି ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଠାରେ ଡିସେମ୍ବର 26 ତାରିଖରେ ପହଞ୍ଚିଥିଲା । ଏହି ପାରା ଗୋଡ଼ରେ ଜୋ ନାମକ ଏକ ବ୍ୟାଣ୍ଡ ଲାଗିଥିଲା, ଅଷ୍ଟ୍ରେଲିଆ ଏହାକୁ ବାୟୋ ସିକ୍ୟୁରିଟି ବିପଦ ଭାବି ମାରିବାକୁ ନିର୍ଣ୍ଣୟ ନେଇଛି ।

ଅଷ୍ଟ୍ରେଲିଆ ପାରାଟିକୁ ଏଥିପାଇଁ ମାରିବାକୁ ନିର୍ଣ୍ଣୟ ନେଇଛି କି, ପାରା କାରଣରୁ ଅଷ୍ଟ୍ରେଲିଆରେ ଭାଇରସ ବ୍ୟାପିପାରେ ଓ ଖାଦ୍ୟ ସୁରକ୍ଷା ଓ ପଲଟ୍ରି ଫାର୍ମ ପାଇଁ ବିପଦ ଆସିପାରେ ।

Google

ଏହାପରେ ଆମେରିକାର ଓକାଲହୋମା ର ରେସିଂ ପିଜନ ୟୁନିଅନର ମ୍ୟାନେଜର ଡ଼ିୟୋନ ରବର୍ଟସଙ୍କ କହିବା ହେଲା, ଅଷ୍ଟ୍ରେଲିଆ ଏହାକୁ ଯେଉଁ ପାରା ଭାବୁଛି ଏହା ସେ ପାରା ନୁହେଁ। ଏମିତି ସ୍ଥିତିରେ ତାକୁ ମାରିବା କଥା ନୁହେଁ । ଏହା ତା’ ଜୀବନ ବଞ୍ଚିବାର ସ୍ୱତନ୍ତ୍ରତା ବିପକ୍ଷରେ ହେବ ।

ଯାଞ୍ଚରୁ ଜଣାପଡିଲା :-

ଅଷ୍ଟ୍ରେଲିଆର କୃଷି ବିଭାଗ ପକ୍ଷରୁ ଯାଞ୍ଚ କରିବାପରେ ଜଣାପଡିଲା, ପାରା ଗୋଡ଼ରେ ଜୋ ନାମକ ଯେଉଁ ବ୍ୟାଣ୍ଡ ବନ୍ଧା ଯାଇଥିଲା ଏହା ସମ୍ପୂର୍ଣ୍ଣ ନକଲି ଅଟେ । ଯାଞ୍ଚରୁ ଜଣାପଡ଼ିଲା କି, ରାଷ୍ଟ୍ରପତି ଜୋ ବିଡେନଙ୍କ ବିଜୟ ଖୁସିରେ କୌଣସି ଏକ ବ୍ୟକ୍ତି ଏହା ଗୋଡ଼ରେ ଜୋ ଲେଖି ଉଡ଼ାଇ ଦେଇଥିଲା ଯାହାକି ବିବାଦ ସୃଷ୍ଟି କରିଦେଲା । ଏହି ପାରାକୁ ନେଇ କୌଣସି କ୍ଷତି ନାହିଁ ।

ଅଷ୍ଟ୍ରେଲିଆରେ ମିଳିଥିବା ଏହି ପାରା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପାରାକୁ ପରେ ସ୍ୱତନ୍ତ୍ର ଭାବରେ ବଞ୍ଚିବାର ଆଦେଶ୍ ମିଳିଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *